Videos
|
National

ବିଶ୍ୱ ପରିବେଶ ଦିବସରେ କାହିଁକି ଏହି ପରିବେଶବିତଙ୍କୁ ଅଟକ ରଖିଲା ପୋଲିସ ?

Smruti Parija
Browse all articles by Smruti Parija
·1 year ago·1 min read
ବିଶ୍ୱ ପରିବେଶ ଦିବସରେ କାହିଁକି ଏହି ପରିବେଶବିତଙ୍କୁ ଅଟକ ରଖିଲା ପୋଲିସ ?

Key Points

ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ଅଟକ

ରେଲୱେ ଷ୍ଟେସନ୍‌ରୁ ପୋଲିସ ଉଠାଇ ନେଇଥିବା ସୂଚନା

କାଶୀପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇଥାନ୍ତେ

ବିଶ୍ଵ ପରିବେଶ ଦିବସରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ ଯାଉଥିବା ବେଳେ ପରିବେଶ ବିତ୍ ମେଧା ପଟେକରଙ୍କୁ ରାୟଗଡା ରେଳ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ଆଜି ମେଧା ପାଟେକର କାଶୀପୁର ବ୍ଲକର ସୁଙ୍ଗେର ହାଟପଦାରେ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ହେଲେ ସଭାସ୍ଥଳକୁ ଯିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ନେଇଛି ।


ରାୟଗଡା ପୁଲିସ ମେଧା ପାଟେକରଙ୍କୁ ଏକ ନିର୍ଜନ ସ୍ଥାନରେ ରଖି ସଭାକୁ ନଯିବା ପାଇଁ ବୁଝାସୁଝା କରୁଛି । କାଶୀପୁର ବ୍ଲକର ସିଜିମାଳି ଖଣି ଖନନକୁ ବିରୋଧ କରି ଉକ୍ତ ଅଞ୍ଚଳର ଲୋକେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ପୂର୍ବରୁ ଅନେକ ଥର ଖଣି ଖନନକୁ ନେଇ ଉକ୍ତ ସ୍ଥାନରେ ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଆଦିବାସୀ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ୍ ମଧ୍ୟ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଆଜି ବିଶ୍ବ ପରିବେଶ ଦିବସ ଅବସରରେ ସୁଙ୍ଗେର ହାଟପଦାରେ ମା ମାଟି ମାଳି ସୁରକ୍ଷା କମିଟି ପକ୍ଷରୁ ବିଶାଳ ସମାବେଶ ଆୟୋଜନ ହେବାର ଥିଲା । ଏହି କାର୍ଯ୍ୟକ୍ରମ ରେ ଅନ୍ଯମାନଙ୍କ ମଧ୍ଯରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ କୃଷକ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ସମ୍ବନୟର ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଯୋଗ ଦେବାର ଥିଲା । ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

prominent-environmentalist-medha-patekar-detained | Argus News