Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

android 15ରେ ଫ୍ରଡ ଏବଂ ସ୍କାମରୁ ବଞ୍ଚିବା ପାଇଁ ପ୍ରୋଟେକ୍ସନ

Ritu Das
Browse all articles by Ritu Das
·2 years ago·1 min read
android 15ରେ ଫ୍ରଡ ଏବଂ ସ୍କାମରୁ ବଞ୍ଚିବା ପାଇଁ ପ୍ରୋଟେକ୍ସନ

ଅର୍ଗସ ବ୍ୟୁରୋ: ଓ୍ବାନ ଟାଇମ ପାସଓ୍ବାର୍ଡ ବା ଓଟିପି ସମ୍ପର୍କିତ ଠକେି ବଢ଼ିବାରେ ଲାଗିଛି। ଦେଶରେ ଓଟିପି ସମ୍ପର୍କିତ ଫ୍ରଡ ଉପରେ ରୋକ ଲଗାଇବାକୁ ଗୁଗଲ Android ୧୫ର ନୂଆ ବିଟା ଭର୍ଜନ ଲଞ୍ଚ କରିଛି। ଆଗାମୀ କିଛି ମାସରେ ୟୁଜର୍ସଙ୍କୁ android 15ର ଷ୍ଟେବଲ ଭର୍ଜନ ମିଳିଯିବ। android 15ର ବିଟା ଭର୍ଜନରେ ଗୁଗୁଲ ଅଧିକ ଫିଚର ଦେଇଛି। 

ଓଟିପି ଫ୍ରଡ ରୋକିବା ଲାଗି ନୂଆ ଫିଚର ଆଣିଛି ଗୁଗଲ
ନିଜ ଆନୁଆଲ ଡେଭଲପର୍ସ କନଫରେନ୍ସ ଗୁଗଲ ୧/୦ରେ କମ୍ପାନୀ କହିଛି ଯେ, android 15ରେ ଫ୍ରଡ ଏବଂ ସ୍କାମରୁ ବଞ୍ଚିବା ପାଇଁ ପ୍ରୋଟେକ୍ସନ ମିଳିବ। ଏଥିରେ ଏଆଇ ପାସଓ୍ବାର୍ଡ ପ୍ରୋଟେକ୍ସନ ରହିବ। ଯାହାର ବ୍ୟବହାର କରି ଫ୍ରଡ ଏବଂ ସ୍କାମରୁ ରୋକାଯାଇପାରିବ। ଅଧିକ ସୁରକ୍ଷା ପାଇଁ ଅନେକ ଆପ୍ସକୁ ନୋଟିଫିକେସନରେ ଓଟିପିର ଆକ୍ସେସ ମିଳିବ ନାହିଁ।

ସେପଟେ ୟୁଜର୍ସ ଯଦି ଓ୍ବିୟରେବଲ କମ୍ପାନିୟନ ଆପ ବ୍ୟବହାର କରୁଛନ୍ତି ତେବେ ଆଣ୍ଡ୍ରଏଡ ୧୫ରେ ତାଙ୍କୁ ଓଟିପି ଆକ୍ସେସ ମିଳିବ ନାହିଁ। ଏଥିରେ ସ୍ବାଇଓ୍ବେୟାରକୁ ଓଟିପିର ଆକ୍ସେସ ମିଳିବ ନାହିଁ। ଅର୍ଥାତ ନୂଆ ଆଣ୍ଡ୍ରଏଡ ଭର୍ଜନରେ ଓଟିପିର ଆକ୍ସେସ ମିଳିବା ସହଜ ହେବ ନାହିଁ।
ସେହିଭଳି ଲାଟେଷ୍ଟ ଆଣ୍ଡ୍ରଏଡ ଭର୍ଜନରେ ସ୍କ୍ରିନ ଶେୟାରିଂ ଫିଚର ଅନ କଲେ ପ୍ରାଇଭେଟ କଣ୍ଟେଣ୍ଟ ହାଇଡ ହୋଇ ରହିବ। ଏହାଦ୍ବାରା ସାଇବର ଠକ ଆପଣଙ୍କ ନୋଟିଫିକେସନକୁ ଦେଖିପାରିବେ ନାହିଁ। ଏହାବ୍ୟତୀତ ସ୍କ୍ରିନ ଶେୟାରିଂରେ ଆପଣଙ୍କ ଓଟିପି ନଜର ଆସିବ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Protection against | Argus News