Videos
|
National

ଭୀମସାର ମାନସିକ ବିଭାଗରୁ ମାନସିକ ରୋଗୀ ନିଖୋଜ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଭୀମସାର ମାନସିକ ବିଭାଗରୁ ମାନସିକ ରୋଗୀ ନିଖୋଜ

ଅର୍ଗସ ବ୍ୟୁରୋ : ବୁର୍ଲା ଭୀମସାର ମାନସିକ ବିଭାଗରୁ ଏକ ମାନସିକ ରୋଗୀ ନିଖୋଜ।ବରଗଡ଼ ଜିଲ୍ଲା ମେଲଚ୍ଛା ମୁଣ୍ଡା ଥାନା ଝିମବାହାଲ ଗାଁ ର ବାବୁଲା ପ୍ରଧାନ ଙ୍କ ପୁଅ ଜୟ ପ୍ରଧାନ ଜଣେ ମାନସିକ ରୋଗୀ ଅଟନ୍ତି। ଜୟ ଙ୍କୁ ତାଙ୍କ ବାପା ଭୀମସାର ମାନସିକ ରୋଗ ବିଭାଗକୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ଜୟ କୁଆଡେ ପଳାଇ ଗଲେ। ତାଙ୍କ ବାପା ବାବୁଲା ପ୍ରଧାନ ସବୁଆଡେ ଖୋଜାଖୋଜି କରିଲେ କିନ୍ତୁ ପାଇଲେ ନାହିଁ।


ଶେଷରେ ବୁର୍ଲା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। ନିଖୋଜ ଜୟ ପ୍ରଧାନ ଜଣେ ଦିବ୍ୟାଙ୍ଗ ଅଟନ୍ତି। ସେ କଥା କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ । ତାହାସହିତ ତାଙ୍କର ମାନସିକ ସ୍ଥିତିରେ ଭଲ ନାହିଁ ତାଙ୍କ ବାପା କହିଛନ୍ତି। ବର୍ତ୍ତମାନ ବୁର୍ଲା ପୋଲିସ ଖୋଜାଖୋଜି ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Psychiatric patients missing from Bhimsar psychiatric ward | Argus News