Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାର୍ବଜନୀନ ଓ୍ବାଇ-ଫାଇର ହେବ ଗୋଟିଏ ପାସ୍ଓ୍ବାର୍ଡ,ବାରମ୍ବାର OTP ଦରକାର ପଡ଼ିବନି

National

Single Password / ସାର୍ବଜନୀନ ଓ୍ବାଇ-ଫାଇର ହେବ ଗୋଟିଏ ପାସ୍ଓ୍ବାର୍ଡ,ବାରମ୍ବାର OTP ଦରକାର ପଡ଼ିବନି

Bikash Mohanty
Browse all articles by Bikash Mohanty
·1 hour ago·2 min read
ସାର୍ବଜନୀନ ଓ୍ବାଇ-ଫାଇର ହେବ ଗୋଟିଏ ପାସ୍ଓ୍ବାର୍ଡ,ବାରମ୍ବାର OTP ଦରକାର ପଡ଼ିବନି
Public Wi-Fi

Key Points

ସାର୍ବଜନୀନ ଓ୍ବାଇ-ଫାଇର ହେବ ଗୋଟିଏ ପାସ୍ଓ୍ବାର୍ଡ
ହଟ୍‌ସ୍ପଟ୍‌ ପାଇଁ ଅଲଗା ଭାବେ ଓଟିପି ଦରକାର ପଡ଼ିବ ନାହିଁ
ଆସିବ ଉନ୍ନତ ସାର୍ବଜନୀନ ୱାଇ-ଫାଇ ବ୍ୟବସ୍ଥା
କେନ୍ଦ୍ରସରକାରଆଣିବାକୁ ପ୍ରସ୍ତୁତ ହେଉଛନ୍ତି
୦୭/୦୫,ନୁଆଦିଲ୍ଲୀ: କେନ୍ଦ୍ର ସରକାର ଏକ ଉନ୍ନତ ସାର୍ବଜନୀନ ୱାଇ-ଫାଇ ବ୍ୟବସ୍ତା ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ନୂତନ ସୁବିଧାରେ ଦେଶବ୍ୟାପୀ ସାର୍ବଜନୀନ ୱାଇ-ଫାଇ ପାଇଁ ଗୋଟିଏ ପାସ୍‌ୱାର୍ଡ ରହିବ। ଏଥିରେ ବ୍ୟବହାରକାରୀ ମାନଙ୍କୁ ହଟ୍‌ସ୍ପଟ୍‌ ପାଇଁ ଅଲଗା ଭାବେ ଓଟିପି ଦରକାର ପଡ଼ିବ ନାହିଁ। ସାରା ଦେଶରେ ଥିବା ୪ ଲକ୍ଷରୁ ଅଧିକ ୱାଇ-ଫାଇ ହଟ୍‌ସ୍ପଟ୍‌ରେ ଗୋଟିଏ ଓଟିପି କିମ୍ବା ପାସ୍‌ୱାର୍ଡରେ ଲଗ୍‌ ଇନ୍‌ କରିହେବ।

ଏ ସମ୍ପର୍କିତ ଏକ ଚିଠା ପ୍ରସ୍ତାବ ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତପକ୍ଷ (ଟ୍ରାଇ) ପ୍ରସ୍ତୁତ କରିଥିବା ବେଳେ ତାହା ଉପରେ ଲୋକଙ୍କ ମତାମତ ଲୋଡ଼ିଛି। ସାର୍ବଜନୀନ ୱାଇ-ଫାଇକୁ ସୁରକ୍ଷିତ କରିବା ପାଇଁ ‘ୱାଇ-ଫାଇ ପ୍ରୋଟେକ୍ଟେଡ୍‌ ଆକ୍ସେସ୍‌ ୩’ ଲାଗୁ କରାଯିବ। ଫଳରେ ପ୍ରବଳ ଭିଡ଼ ଥିବା ଅଞ୍ଚଳରେ ତାହାକୁ ବ୍ୟବହାର କରି ଡିଜିଟାଲ୍‌ ପେମେଣ୍ଟ୍‌ କରିବା ବେଳେ ଲୋକମାନଙ୍କୁ ଅତିରିକ୍ତ ସୁରକ୍ଷା ମିଳିପାରିବ। କେବଳ ମୌଳିକ କାର୍ଯ୍ୟ ପାଇଁ ଏହି ସେବା ମାଗଣା ରହିବ। କିନ୍ତୁ ହାଇ-ସ୍ପିଡ୍‌ ଇଣ୍ଟରନେଟ୍‌ ହାସଲ କରିବାକୁ ହେଲେ ଛୋଟ ରିଚାର୍ଜ କରିବାକୁ ପଡ଼ିବ। ଷ୍ଟେସନ ଓ ଭିଡ଼ ଥିବା ଅଞ୍ଚଳ‌ରେ ମୋବାଇଲ୍ ନେଟ୍‌ୱର୍କ ଉପରେ ଚାପ ରହିଥାଏ। ତେଣୁ ଡିଜିଟାଲ ପେମେଣ୍ଟ୍‌ ବିଫଳ ହେବାର ଆଶଙ୍କା ରହିଥାଏ। ସେଭଳି ପରିସ୍ଥିତିରେ ପବ୍ଲିକ୍‌ ୱାଇ-ଫାଇ ନେଟ୍‌ୱର୍କ ଟ୍ରାଫିକ୍‌କୁ ସମ୍ଭାଳି ନେଇଥାଏ। ସେଥିରେ ଇଣ୍ଟରନେଟ୍‌ ସ୍ପିଡ୍‌ ମଧ୍ୟ ଭଲ ରହିଥାଏ।

ପଢନ୍ତୁ ଏହି ଖବର: ସିନିଅର ସିଟିଜେନଙ୍କ ପାଇଁ ମାଲାମାଲ ଯୋଜନା: SCSSରେ ମିଳିବ ୮.୨% ସୁଧ

ଏହି ନୂଆ ଯୋଜନାରେ ଏହି ଦୁଇଟି ବିଷୟକୁ ଦୃଷ୍ଟି ଦିଆଯାଇଛି। ସେବାକୁ ବିଜ୍ଞାପନ ଆଧାରିତ କରି ଅପରେଟରମାନଙ୍କ ପାଇଁ ଆୟର ସୁଯୋଗ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଛି। ଏଥି ସହିତ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂର ବ୍ୟବସ୍ଥା କରିବା ଉପରେ ମଧ୍ୟ ବିଚାର କରାଯାଉଛି। ସହରରେ ହାଇସ୍ପିଡ୍‌ ବିଶିଷ୍ଟ ଇଣ୍ଟରନେଟ୍ ଓ ଗ୍ରାମାଞ୍ଚଳରେ କମ୍ୟୁନିଟି ୱାଇ-ଫାଇ ମଡେଲ୍‌ ଲାଗୁ କରାଯିବ। ସାର୍ବଜନୀନ ୱାଇ-ଫାଇ ବ୍ୟବହାରରେ ଭାରତ ବହୁ ପଛରେ ରହିଛି। ଦକ୍ଷିଣ କୋରିଆରେ ୮୦ ପ୍ରତିଶତ, ଆମେରିକାରେ ୭୦ ପ୍ରତିଶତ, ୟୁରୋପରେ ୬୦ ପ୍ରତିଶତ, ଚୀନ୍‌ରେ ୬୦ ପ୍ରତିଶତ ଓ ବ୍ରିଟେନରେ ୫୦ ପ୍ରତିଶତ ଲୋକ ପବ୍ଲିକ୍‌ ୱାଇ-ଫାଇ ବ୍ୟବହାର କରୁଛନ୍ତି। କିନ୍ତୁ ଭାରତରେ ଏପର୍ଯ୍ୟନ୍ତ ମାତ୍ର ୨ ପ୍ରତିଶତ ଲୋକ ଏହି ସେବା ବ୍ୟବହାର କରିଛନ୍ତି। ଟ୍ରାଇର ନୂଆ ପ୍ରସ୍ତାବ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌କୁ ଅଧିକ ଅଞ୍ଚଳରେ ପହଞ୍ଚାଇବ ଓ ଡାଟା ପାଇଁ ମୋବାଇଲ୍‌ ନେଟ୍‌ୱର୍କ ଉପରେ ପଡ଼ୁଥିବା ଚାପ କମ୍‌ କରିବ।

BSNLର ପୂର୍ବତନ ଅଧ୍ୟକ୍ଷ ଅରୁଣ ଶ୍ରୀବାସ୍ତବ କହିଛନ୍ତିି ଯେ ଏହା କେବଳ ସଂଯୋଗର ଗୁଣବତ୍ତା ଉନ୍ନତ କରିବ ନାହିଁ ବରଂ ସୁଲଭ ଇଣ୍ଟରନେଟ୍ ପ୍ରଦାନ କରି ଡିଜିଟାଲ୍ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ ​​କରିବ। ବିଶେଷକରି ଯେଉଁମାନେ ମହଙ୍ଗା ଡାଟା ପ୍ଲାନ୍ କିଣି ପାରନ୍ତି ନାହିଁ ସେମାନଙ୍କ ପାଇଁ ବେଶ ଲାଭବାନ ହେବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Single Password | Public Wi-Fi to Get Single Password Access, No OTP Required for Hotspots | Argus News