ପୁଲୱାମା ଆକ୍ରମଣ, ଆମାଜନରୁ ବିସ୍ଫୋଟକ ସାମଗ୍ରୀ ମଗାଇଥିଲେ ଆତଙ୍କବାଦୀ

Key Points
ଆମାଜନରୁ ଅର୍ଡର ହୋଇଥିଲା ପୁଲୱାମା ଆଟାକ୍ର ସାମଗ୍ରୀ
ଇ-କମର୍ସ ଆପ୍ ଜରିଆରୁ ବିସ୍ଫୋଟକ ମଗାଇଥିଲେ ଆତଙ୍କବାଦୀ
ଏଫଏଟିଏଫ(FATF) ଦ୍ଵାରା ସାମ୍ନାକୁ ଆସିଲା ବଡ ତଥ୍ୟ
୨୦୧୯ରେ ହୋଇଥିବା ପୁଲୱାମା ଆଟାକ୍ ଏବଂ ୨୦୨୨ରେ ହୋଇଥିବା ଗୋରଖନାଥ ମନ୍ଦିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଏକ ବଡ ରିପୋର୍ଟ କାଢିଛି ଏଫଏଟିଏଫ(FATF) । ଫାଇନାନ୍ସସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ ଦ୍ଵାରା ଏହି ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଏହି ଆତଙ୍କବାଦୀ ଆକ୍ରମଣରେ ବ୍ୟବହାର କରାଯାଇଥିବା ବିସ୍ଫୋଟକକୁ ଅନଲାଇନରେ କିଣାଯାଇଛି । ଆଟାକ୍ ପାଇଁ ଆତଙ୍କୀ ବ୍ୟବହାର କରୁଥିବା ଆଇଇଡି (IED) ବା ଇମ୍ରୋଭାଇସ୍ଡ ଏକ୍ସପ୍ଲୋସିଭ ଡିଭାଇସ ବିସ୍ଫୋରକରେ ବ୍ୟବହାର କରାଯାଉଥିବା ଏଲୁମିନିୟମ ପାଉଡର ଆମାଜନରୁ କିଣା ଯାଇଥିବା ଜଣା ପଡିଛି । ଏବଂ ଏହି ପାଉଡରର ନାଁ ଏବଂ ସ୍ଥାନ ଲୁଚାଇବା ପାଇଁ ସିକ୍ୟୁର ଆପ ଭିପିଏନ(VPN)ର ବ୍ୟବହାର କରାଯାଇଥିଲା । କିନ୍ତୁ ପେମେଣ୍ଟ ପେ ପାଲ(PAYPAL) ଆପ ଦ୍ଵାରା କରାଯାଇଥିଲା । ଯେଉଁ ପାଉଡର ଆମାଜନ ଆପରୁ ମଗାଯାଇଥିଲା, ତାହା ବମକୁ ଅଧିକ ଘାତକ କରାଇଥାଏ ।
ତେବେ ଏଫଟିଏଫର ତଥ୍ୟ ଅନୁଯାୟୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦ ଦ୍ଵାରା ଏହି ଆକ୍ରମଣ କରାଯାଇଥିଲା । ଏବଂ ଏହି ଆକ୍ରମଣରେ ବ୍ୟବହାର କରାଯାଇଥିବା ସାମଗ୍ରୀ ସୀମା ପାର କରାଯାଇ ଭାରତ ଆସିଥିଲା ।