Black Day India / ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପୁରିଲା 7ବର୍ଷ...ଭାରତୀୟ ପ୍ରତିରକ୍ଷା ଇତିହାସରେ କଳା ଦିବସ....
·7 months ago·2 min read

Key Points
୨୦୧୯ ମସିହା ଫେବୃଆରୀ ୧୪ ତାରିଖ । ଜମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ଏହି ଘଟଣାକୁ ଆଜି ପୁରିଲା ୭ବର୍ଷ।
୨୦୧୯ ମସିହା ଫେବୃଆରୀ ୧୪ ତାରିଖ । ଜମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଭାରତର ବୀର ଯବାନ । ପୁଲୱାମାର ରାଜରାସ୍ତାରେ ଯାଉଥିବା CRPFର କନଭଏକୁ ଟାର୍ଗେଟ୍ କରି ପୁଣି ଥରେ କାପୁରୁଷ ପଣ ଦେଖାଇ ଥିଲେ ପାକିସ୍ତାନ ପ୍ରାୟୋଜିତ କାପୁରୁଷ ଆତଙ୍କବାଦୀ। ଜୈସ୍ ଏ ମହମ୍ମଦର ଆତଙ୍କୀ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ସିଆରପିଏଫ୍ ଯବାନଙ୍କ ଭ୍ୟାନରେ ଧକ୍କା କରିଥିଲେ। ଭୟଙ୍କର ବିସ୍ଫୋରଣରେ ସହିଦ ହୋଇଥିଲେ ଭାରତର 40 ଜଣ ବୀର ଯବାନ । ଭାରତ ସମେତ ସାରା ବିଶ୍ବକୁ ଦୋହଲାଇ ଦେଇଥିଲା ଏହି ଖବର।
ଜମ୍ମୁ-କାଶ୍ମୀରର ପୁଲୱାମାରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଦୁଃଖଦ ଘଟଣାରେ ସିଆରପିଏଫ୍ (CRPF) ର ୪୦ ଜଣ ବୀର ଯବାନ ଶହୀଦ ହୋଇଥିଲେ । ଦେଶ ପାଇଁ ସେମାନଙ୍କର ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ କଳା ଦିବସ ଭାବରେ ପାଳନ କରାଯାଏ ।
ଫେବୃଆରୀ ୧୪, ୨୦୧୯ ସମୟ ଅପରାହ୍ନ ୩ଟା ୩୦ ପାଖାପାଖି । ନିଜ କର୍ମକ୍ଷେତ୍ରକୁ ଯବାନଙ୍କ ଯାତ୍ରା ଆରମ୍ଭ ହୋଇଥିଲା । CRPF ୧୮୦ ବାଟାଲିୟନର ୮୦୦ ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନାନ୍ତର ହେଉଥିଲେ । ଆଗ ପଛ ହୋଇ ଗଡୁଥିଲା ଯବାନଙ୍କ ବସ । ୧୧ ଘଣ୍ଟାର ଯାତ୍ରା ପରେ ଯବାନଙ୍କ ଗାଡି ଜମ୍ମୁ କାଶ୍ମୀର ଟ୍ରାନ୍ଜିଟ କ୍ୟାମ୍ପରେ ପହଞ୍ଚିଥିଲା । ପୁଲୱାମା ମାଇଲଷ୍ଟୋନ ୨୭୨ ଅଞ୍ଚଳରେ ହଠାତ ଶେଷ ବସ୍ରେ ଏକ ଗାଡି ଧକ୍କା ହୋଇଥିଲା ଆଉ ବିସ୍ଫୋରଣ ଘଟିଥିଲା । ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍ ଯୋଗେ ଏହି ବିସ୍ଫୋରଣ ଘଟାଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ରକ୍ତ ରଞ୍ଜିତ ହୋଇଥିଲା ରାଜରାସ୍ତା । ଏହି ଆତ୍ମଘାତୀ ବିସ୍ଫୋରଣରେ ଅଦିନରେ ୪୦ ବୀର ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ ।
ଏହାର ଜବାବରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରି ପୁରା ପ୍ରତିଶୋଧ ନେଇଥିଲା ଭାରତୀୟ ସେନା। ଆଜି ସେହି ଭୟଙ୍କର ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଛି ୭ ବର୍ଷ । ଦେଶମାତୃକାର ସେବାରେ ପ୍ରାଣବଳୀ ଦେଇଥିବା ବୀର ଯବାନଙ୍କୁ ଝୁରୁଛି ଦେଶ । ବୀଭତ୍ସ ଆଉ ଅଭିଶପ୍ତ ଦିନ ଆଜି ବି ମନରୁ ଲିଭିନି । ବୀରପୁତ୍ରକୁ ହରାଇ କାନ୍ଦୁଛନ୍ତି ସମ୍ପର୍କୀୟ, ପରିଜନ, କାନ୍ଦୁଛି ଜନ୍ମମାଟି।
ପୁଲୱାମା ଆକ୍ରମଣରେ ସହିଦ ୪୦ ଯବାନଙ୍କ ଭିତରେ ଥିଲେ ଜଗତସିଂହପୁର ନାଉଗାଁ ପାରିଶିଖର ଗାଁ ପ୍ରସନ୍ନ କୁମାର ସାହୁ । ପ୍ରସନ୍ନଙ୍କ ମୃତ୍ୟୁ ଖବର ପୁରା ଅଞ୍ଚଳକୁ କରିଦେଇଥିଲା ସ୍ତବ୍ଧ । ଆଜିକୁ ୭ବର୍ଷ ହେଲା ଫେବ୍ରୁଆରୀ ୧୪ରେ ଗାଁରେ ପ୍ରସନ୍ନଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଛି ସ୍ମୃତିସଭା। ପ୍ରସନ୍ନଙ୍କ ସମାଧି ସ୍ଥଳ ନିକଟରେ ଅଞ୍ଚଳବାସୀ ଏକାଠି ହୋଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତି, ଭାରତୀୟ ଯବାନଙ୍କ ବିଜୟ ଗାଥା ସମ୍ବନ୍ଧରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ କରିଥାଆନ୍ତି। ହେଲେ ବିଡ଼ମ୍ବନା ସହିଦ ଯବାନଙ୍କ ମୃତ୍ୟୁ ସମୟରେ ତତ୍କାଳୀନ ବିଜେଡି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ହୋଇନଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଶପାଇଁ ପ୍ରାଣବଳୀ ଦେଇଥିବା ଏ ଓଡ଼ିଆ ପୁଅଙ୍କ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ଏବେର ସରକାର ପୂରଣ କରିବେ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ।
ପଢନ୍ତୁ ଏହି ଖବର: ସୁରକ୍ଷା ପ୍ରମାଣପତ୍ର ବିନା ଏୟାରବସ୍ ଉଡ଼ାଇବା ପାଇଁ DGCA ଦ୍ୱାରା ୧ କୋଟି ଟଙ୍କା ଜରିମାନା

Related Topics
Explore more stories