Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣେ ‌ପୋର୍ସେ ଦୁର୍ଘଟଣା ମାମଲା: ବିବାଦ ପରେ ଅଭିଯୁକ୍ତର ଜାମିନ ରବ୍ଦ

Ritu Das
Browse all articles by Ritu Das
·2 years ago·2 min read
ପୁଣେ ‌ପୋର୍ସେ ଦୁର୍ଘଟଣା ମାମଲା: ବିବାଦ ପରେ ଅଭିଯୁକ୍ତର ଜାମିନ ରବ୍ଦ

ଅର୍ଗସ ବ୍ୟୁରୋ: ଜୁନ ୫ ପର୍ଯ୍ୟନ୍ତ ନାବାଳକ ରହିବେ ଅର୍ଗସ ବ୍ୟୁରୋ: ପୋର୍ସେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତକୁ ଜାମିନ ମିଳିବା ଘଟଣା ନେଇ ବିବାଦ ତେଜିବା‌ ପରେ ଆଜି ଅଭିଯୁକ୍ତର ଜାମିନ ରଦ୍ଦ କରାଯାଇଛି। ଜୁଭେନାଇଲ ଜଷ୍ଟିସ ବୋର୍ଡ ୧୭ ବର୍ଷୀୟ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାର ୩ ଦିନ ପରେ ଆଜି ଜାମିନ ରଦ୍ଦ କରିଛନ୍ତି। ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତକୁ ଜୁନ୍‌ ୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଜୁନ୍‌ ୫ ପର୍ଯ୍ୟନ୍ତ ଅଭିଯୁକ୍ତ ବାଳ ସୁଧାର ଗୃହରେ ରହିବ। 
ଉଲ୍ଲ‌େଖଯୋଗ୍ୟ, ପୁଣେରେ ଜଣେ ଧନୀ ବ୍ୟବସାୟୀଙ୍କ ନାବାଳକ ପୁଅ ତା’ ବାପାଙ୍କ ଦାମୀ ପୋର୍ସେ କାର୍‌ ନିଶାସକ୍ତ ଅବସ୍ଥାରେ ହାଇସ୍ପିଡ୍‌ରେ ଚଲାଇଥିଲା ଏବଂ ୨ ଜଣ ସଫ୍ଟୱେର ଇଞ୍ଜିନିୟରଙ୍କ ଉପରେ ଚଢ଼ାଇ ମାରି ଦେଇଥିଲା। ଏହି ମାମଲାରେ ସେ ଗିରଫ ହୋଇଥିଲେ ମଧ୍ୟ ଜୁଭେନାଇଲ ଜଷ୍ଟିସ ଆଇନ ଅଧୀନରେ ତାକୁ ମାତ୍ର ୧୫ ଘଣ୍ଟା ମଧ୍ୟରେ ଜାମିନ ମିଳିଯାଇଥିଲା।

ଜୁଭେନାଇଲ ବୋର୍ଡ ପୁଣେ ଅଭିଯୁକ୍ତକୁ ଜାମିନ ଦେବା ସହ ତା’ର ଦଣ୍ଡ ଅତି କୋହଳ କରିଥିଲେ। ଜୁଭେନାଇଲ ବୋର୍ଡ ତାକୁ ଦୁର୍ଘଟଣା ଉପରେ ୩୦୦ ଶବ୍ଦର ଏକ ରଚନା ଲେଖିବାକୁ କହିବା ସହ ୧୫ ଦିନ ପାଇଁ ଟ୍ରାଫିକ୍‌ ପୋଲିସ କାମ କରିବାପାଇଁ କହିଥିଲେ। ଏହି କାରଣ ପାଇଁ ବୋର୍ଡଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଲା। 

ଏଭଳି ନିଷ୍ପତ୍ତି ପାଇଁ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଉଭୟ ବିଜେପି ଏବଂ କଂଗ୍ରେସ ଦଳର ନେତାମାନେ ଅଭିଯୁକ୍ତକୁ ଜାମିନ ଏବଂ ଏତେ କୋହଳ ଦଣ୍ଡକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଗତକାଲି କହିଥିଲେ ଯେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ଦେଶରେ ସମ୍ପତ୍ତି ଆଧାରରେ ଲୋକଙ୍କୁ ନ୍ୟାୟ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଟି ଭାରତ ସୃଷ୍ଟି କରିଛନ୍ତି ବୋଲି କହି ରାହୁଲ ଉକ୍ତ ପ୍ରସଙ୍ଗରେ ମୋଦୀଙ୍କୁ ଟାର୍ଗେଟ୍‌ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Pune Porsche accident | Argus News