Pune Riots: ଦୁଇ ସମ୍ପ୍ରଦାୟ ମଧ୍ୟରେ ଜୋରଦାର ସଂଘର୍ଷ

Key Points
ପୁଣେ ରୁରାଲ ଏସ୍ପି ସନ୍ଦିପ ସିଂହ ଗିଲ୍ ଉକ୍ତ ଗ୍ରାମକୁ ଗସ୍ତ କରି ଲୋକମାନଙ୍କୁ ଶାନ୍ତ ରହିବା ପାଇଁ ନିବେଦନ କରିଛନ୍ତି ।
ପୁଣେରେ ଦେଖାଦେଲା ସାମ୍ପଦାୟିକ ଦଙ୍ଗା । ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପୁଣେର ଦୌନ୍ଦ ତହସିଲର ୟବତ ଗ୍ରାମରେ ଆଜି ଦୁଇ ସଂପ୍ରଦାୟ ମଧ୍ୟରେ ନିମନ ସଂଘର୍ଷ ହୋଇଛି । ଜଣେ ଯୁବକ ଅନଲାଇନରେ କିଛି ଆପତ୍ତିଜନକ ଧର୍ମ ବିରୋଧୀ ପୋଷ୍ଟ କରିଥିବାରୁ ଏହି ହିଂସା ଉପୁଜିଛି । ଉକ୍ତ ପୋଷ୍ଟକୁ ବିରୋଧ କରି ଅନ୍ୟ ଏକ ସମ୍ପ୍ରଦାୟର ସଦସ୍ୟମାନେ ହିଂସା ଆରମ୍ଭ କରିଦେଇଥିଲେ ।
ସେମାନେ ଅନ୍ୟ ସମ୍ପ୍ରଦାୟର ସମ୍ପତ୍ତିକୁ ଟାର୍ଗେଟ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ବିଶୃଙ୍ଖଳ ଜନତାଙ୍କୁ ଘୌଡ଼ାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ସମ୍ପୃକ୍ତ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି । ପୁଣେ ରୁରାଲ ଏସ୍ପି ସନ୍ଦିପ ସିଂହ ଗିଲ୍ ଉକ୍ତ ଗ୍ରାମକୁ ଗସ୍ତ କରି ଲୋକମାନଙ୍କୁ ଶାନ୍ତ ରହିବା ପାଇଁ ନିବେଦନ କରିଛନ୍ତି ।
ଆମେ ସ୍ଥିତି ଅନୁଧ୍ୟାନ କରିଛୁ ଏବଂ ଲୋକମାନେ ଗୁଜବ ପ୍ରଚାର ନକରିବା ପାଇଁ ଅମେ ଅନୁରୋଧ କରୁଛୁ ବୋଲି ସେ କରିଛନ୍ତି । ପୋଲିସ କହିବାନୁଯାୟୀ ଆପତିଜନକ ପୋଷ୍ଟ କରିଥିବା ଯୁବକକୁ ଅଟକ ରଖାଯାଇଛି। ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କରିଛନ୍ତି, 'କିଛି ଲୋକ ଆପତ୍ତିଜନକ ପୋଷ୍ଟ କରି ଉଦ୍ଦେଶ୍ୟମୂଳକ ଭାବେ ଶାନ୍ତି ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି । କୌଣସି ଧର୍ମ ଓ ବିଶ୍ୱାସକୁ ଆଘାତ ଦେବ ପାଇଁ କହାର ଅଧିକାର ନାହିଁ । ଏଭଳି କାର୍ଯ୍ୟକୁ ଆମେ ସହ୍ୟ କରିବୁନି ଏବଂ କଠୋର ପଦକ୍ଷେପ ନେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।