Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Terrorist Arrest / ଲାଡେନ୍‌ ଭାଷଣରେ ପ୍ରଭାବିତ ସଫ୍ଟଓୟାର ଇଞ୍ଜିନିୟରଙ୍କ ଆତଙ୍କବାଦୀ ଲିଙ୍କ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଲାଡେନ୍‌ ଭାଷଣରେ ପ୍ରଭାବିତ ସଫ୍ଟଓୟାର ଇଞ୍ଜିନିୟରଙ୍କ ଆତଙ୍କବାଦୀ ଲିଙ୍କ !

Key Points

ଗତ ମାସେ ହେବ ତାର ପ୍ରତ୍ୟେକ ଚାଲିଚଳନ ଉପରେ ନଜର ରଖାଯାଇଥିଲା ।

ମହାରାଷ୍ଟ୍ରର ଆଣ୍ଟି ଟେରରିଜିମ୍‌ ସ୍କ୍ୱାଡ୍ (ATS) ଦ୍ୱାରା ଗିରଫ ପୁଣେର ଜଣେ ସଫ୍ଟୱେର୍ ଇଞ୍ଜିନିୟର ସମ୍ପର୍କରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଗିରଫ ଯୁବକର ନାମ ଜୁବୈର ହଙ୍ଗେରଗେକର, ସେ ମୂଳତଃ ସୋଲାପୁରର ବାସିନ୍ଦା। ଆତଙ୍କବାଦୀ ସଂଗଠନ ଅଲ-କାଏଦା ସହିତ ସମ୍ପର୍କ ରଖିବା ଅଭିଯୋଗରେ ATS ତାକୁ ଗିରଫ କରିଛି।

କୁହାଯାଉଛି, ଜୁବେର ହଙ୍ଗାରଗେକର ଅଲ-କାଏଦା ପ୍ରତିଷ୍ଠାତା ଓସାମା ବିନ୍ ଲାଡେନଙ୍କ ଭାଷଣ ଦ୍ୱାରା ପ୍ରଭାବିତ ହୋଇଥିଲା। ଗିରଫ କରିବା ପରେ ପୋଲିସ ତା'ପଖରୁ ଓସାମା ବିନ୍ ଲାଡେନର ଭାଷଣର ଏକ ଉର୍ଦ୍ଦୁ ଅନୁବାଦ ବହି ଜବତ କରାଯାଇଛି । ହାତରେ AK-47 ରାଇଫଲ୍ ଧରିବାର ଫଟୋ ଏବଂ ବୋମା ତିଆରି କରୁଥିବାର ଫଟୋ ମଧ୍ୟ ଜବତ କରିଛି ATS। ଦୀର୍ଘ ଦିନ ହେବ ସୁରକ୍ଷା ଏଜେନ୍ସିଗୁଡ଼ିକର ରାଡାରରେ ଥିଲା ଜୁବେର । ହେଲେ ଗତ ମାସେ ହେବ ତାର ପ୍ରତ୍ୟେକ ଚାଲିଚଳନ ଉପରେ ନଜର ରଖାଯାଇଥିଲା ।

ମହାରାଷ୍ଟ୍ର ATS ଜୁବୈରକୁ ବେଆଇନ କାର୍ଯ୍ୟକଳାପ ଆଇନ (UAPA)ର ଧାରା ଅନୁଯାୟୀ ଗିରଫ କରିଛି । ତାକୁ ଏକ ସ୍ୱତନ୍ତ୍ର UAPA କୋର୍ଟରେ ହାଜର କରାଯାଇଥିଲା, ତାପରେ ତାକୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ନେଇଛି । ରିମାଣ୍ଡ ବେଳେ ତାଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶଙ୍କା କରାଯଇଛି ।

ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଅନୁସାରେ, ଜୁବେର ଜଣେ ଉଚ୍ଚଶିକ୍ଷିତ ସଫ୍ଟୱେର ଇଞ୍ଜିନିୟର ଯିଏ ସଫ୍ଟୱେର ଟେଷ୍ଟିଂ ଏବଂ ଡାଟାବେସ୍ ଡେଭଲପମେଣ୍ଟ ଉପରେ କାମ କରେ । ଏମିତିକି ଏଥିରେ ସେ ଖୁବ୍‌ ପାରଙ୍ଗମ ବୋଲି ମଧ୍ୟ ଜଣାପଡ଼ିଛି । ସେ ପୁଣେର କଲ୍ୟାଣୀ ନଗରରେ ଏକ ଆଇଟି କମ୍ପାନୀରେ ଚାକିରି କରୁଥିଲା, ସେଠାରୁ ଭଲ ଦରମା ମଧ୍ୟ ପାଉଥିଲା । ଜୁବେର ଅଲ-କାଏଦା ସହିତ କେତେ ଘନିଷ୍ଠ ସମ୍ପର୍କ ରଖିଛି, ସେନେଇ ATS ତଦନ୍ତ କରୁଛି ।

ଠିକ୍‌ ଏମିତି ଏକ ଘଟଣାରେ ପୁଣେ ପୋଲିସ ଅକ୍ଟୋବର ୨୭ ତାରିଖରେ ପୁଣେ ରେଳ ଷ୍ଟେସନରେ ଚେନ୍ନାଇ ଏକ୍ସପ୍ରେସରୁ ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୯ ତାରିଖରେ ATS ପୁଣେର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସେଥିରେ ଇଲେକ୍ଟ୍ରୋନିକ୍ ଡିଭାଇସ୍, ଡକ୍ୟୁମେଣ୍ଟ୍ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଯାହାକି ଏହି ଅଞ୍ଚଳରେ ଏକ ବ୍ୟାପକ ଆତଙ୍କବାଦୀ ନେଟୱାର୍କ ରହିଥିବା ନେଇ ସ୍ପଷ୍ଟ ସୂଚନା ଦେଉଛି ।

ଅନ୍ୟପଟେ ଦୁଇ ଦିନ ପୂର୍ବରୁ ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା ଅଭିଯୋଗରେ ଦିଲ୍ଲୀର ସାଦିକ୍ ନଗରରୁ ମହମ୍ମଦ ଅଦନାନ ଖାନ ଓରଫ ଅବୁ ମୁହାରିବ (୧୯) ଏବଂ ଭୋପାଳରୁ ଅଦନାନ ଖାନ ଓରଫ ଅବୁ ମହମ୍ମଦ (୨୦)କୁ ଗିରଫ କରାଯାଇଥିଲା। ଏହି ଗିରଫଦାରୀ ପରେ ପୁଣି ଏମିତି ଏକ ଖବର ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କୁ ଚକିତ କରିଛି । ଆଶଙ୍କା କରାଯାଉଛି ଯେ ଭାରତ ଭିତରେ ଏକ ବଡ଼ ଆତଙ୍କବାଦୀ ନେଟ୍‌ଓ୍ୱର୍କ ଚାଲିଛି । ତେବେ ଏନେଇ ଗୁଇନ୍ଦା ଏଜେନ୍ସି ଖୁବ୍‌ ସତର୍କ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Terrorist Arrest | Pune Techie Arrested Over Terror Links Had Saved Osama Bin Laden's Speeches | Argus News