Videos
|
National

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ଅସୁସ୍ଥ: ହସ୍ପିଟାଲରେ ହେଲେ ଭର୍ତ୍ତି

Ritu Das
Browse all articles by Ritu Das
·1 year ago
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ଅସୁସ୍ଥ: ହସ୍ପିଟାଲରେ ହେଲେ ଭର୍ତ୍ତି

Key Points

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

ପଞ୍ଜାବ ବର୍ତ୍ତମାନ ବନ୍ୟା ପରିସ୍ଥିତି ଦେଇ ଗତି କରୁଛି। ଏହାର ୨୦ ଜିଲ୍ଲା ଶୋଚନୀୟ ଭାବେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ପଞ୍ଜାବରେ ହାରାହାରି ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାରି ମଧ୍ୟରେ ପଞ୍ଜାବର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ୨ ଦିନ ହେଲାଣି ସିଏମ ଭଗୱାନ୍ତଙ୍କ ଖରାପ ଥିଲା।


ଏପର୍ଯ୍ୟନ୍ତ ସିଏମ ଘରେ ହିଁ ଆରମ କରୁଥିଲେ। ହେଲେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଦେହ ୪ ସେପ୍ଟେମ୍ବରରୁ ଖରାପ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: