Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

CM Bhagwant Mann / ଜାଗର ସନ୍ଧ୍ୟାରେ ପଞ୍ଜାବରେ ଚିନ୍ତା, ଅସୁସ୍ଥ ହୋଇ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଜାଗର ସନ୍ଧ୍ୟାରେ ପଞ୍ଜାବରେ ଚିନ୍ତା, ଅସୁସ୍ଥ ହୋଇ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ
CM Bhagwant Mann

Key Points

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଜାଗରରେ ଏମିତି ଖବର ଚିନ୍ତା ବଢ଼ାଉଛି
ଅସୁସ୍ଥ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍‌। ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥ୍ୟା ଗୁରୁତର ହୋଇଛି। ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଡାକ୍ତରଙ୍କ କଡ଼ା ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଅଛନ୍ତି। ଆଜି ସକାଳେ ସଙ୍ଗରୁରରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ତଥାପି, ଫୋର୍ଟିସ୍ ହସ୍ପିଟାଲ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ।ହସ୍ପିଟାଲ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ ଏବଂ ମୁଖ୍ୟ ସଚିବ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । ହସ୍ପିଟାଲ ପ୍ରଶାସନ କିମ୍ବା ଆମ ଆଦମୀ ପାର୍ଟି ଏପର୍ଯ୍ୟନ୍ତ କୌଣସି ମେଡିକାଲ୍ ବୁଲେଟିନ୍ ଜାରି କରିନାହାନ୍ତି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ଯାତ୍ରା କରୁଥିଲେ। ଉଡ଼ାଣ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେ ଅସହଜ ଅନୁଭବ କରିଥିଲେ ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ଯାଞ୍ଚ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଏକ ଦଳ ତାଙ୍କର ପରୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସମସ୍ତ ରିପୋର୍ଟ ଯାଞ୍ଚ ନହେବା ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହିବେ।

ଏଥିସହ ପଢ଼ନ୍ତୁ: ତେଲ କିଣାକୁ ନେଇ ବିବାଦ, ଭାରତକୁ ମନା କଲେ ଉଚିତ ଜାବଦ ନେଲେ ଏସ ଜୟଶଙ୍କର

ରିପୋର୍ଟ ଅନୁସାରେ, ସାଙ୍ଗରୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରକ୍ତଚାପ ହଠାତ୍ ବୃଦ୍ଧି ପାଇଥିଲା । ପରେ ତାଙ୍କୁ ଘଟଣାସ୍ଥଳରେ ପରୀକ୍ଷା କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ଫଳରେ ତାଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମୋହାଲିର ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ପରୀକ୍ଷା କରାଯାଉଛି। ଏକବର ପରେ ସବୁଠି ଚିନ୍ତାର ବିଷୟ ପାଲଟିଛି। ନିରନ୍ତର ଚିକିତ୍ସା ଚାଲିଛି। କୁହାଯାଉଛି ଯେ, ଶୀଘ୍ର ସୁସ୍ଥ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତ ଡାକ୍ତର ନିଜର ଚେଷ୍ଟା ଜାଣି ରଖିଛନ୍ତି। 

ଅଧିକ ପଢ଼ନ୍ତୁ ଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CM Bhagwant Mann | Punjab CM Bhagwant Mann rushed to Fortis Hospital | Argus News | Argus News