Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଷାକ୍ତ କେକ୍ ନେଲା ଜୀବନ...

National

ବିଷାକ୍ତ କେକ୍ ନେଲା ଜୀବନ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଷାକ୍ତ କେକ୍ ନେଲା ଜୀବନ...

ଅର୍ଗସ ବ୍ୟୁରୋ:  ବିଷାକ୍ତ କେକ୍ ନେଲା ଜୀବନ । ଜନ୍ମଦିନ ପାଳନ କରିବା ପାଇଁ ଆସିଥିବା କେକ ଖାଇ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଗୁରୁତର ହୋଇଥିବା ବେଳେ ଜଣଙ୍କର ଜୀବନ ଯାଇଛି। ପଞ୍ଜାବ ପଟିଆଲାରେ ଜନ୍ମଦିନ ପାଳନ ପାଇଁ ଅନଲାଇନରେ ଏକ କେକ ମଗାଇଯାଇଥିଲା । ଏହି କେକ୍ ଖାଇବା ପରେ ସମସ୍ତେ ଗୁରୁତର ହୋଇ ପଡିଥିଲେ । ଅନ୍ୟପକ୍ଷରେ ଜନ୍ମ ଦିନ ପାଳନ କରିଥିବା ମାନଭିଙ୍କ ମୃତ୍ୟୁ ହୋଇଛି ।

ସନ୍ଧ୍ୟା ୭ଟାରେ କେକ୍ କାଟି ସମସ୍ତ ସଦସ୍ୟ ଖାଇଥିଲେ । ରାତି ୧୦ଟା ପରେ ଜଣଙ୍କ ପରେ ଜଣେ ସଦସ୍ୟ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡିଥିଲେ । ମାନଭିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଅକ୍ସିଜେନ ଦିଆଯାଇଥିଲା । ବିଷାକ୍ତ କେକ୍ ଖାଇବା ପରେ ପରିବାର ସଦସ୍ୟ ଗୁରୁତର ହୋଇ ପଡିଥିବା ମୃତ ବାଳିକାଙ୍କ ଜେଜେ ଅଭିଯୋଗ କରିଛନ୍ତି । ୧୦ବର୍ଷର ବାଳିକା ଜଣଙ୍କ ତାଙ୍କ ଜନ୍ମଦିନ ପାଳୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Punjab Girl, 10, Dies After Eating Cake Ordered Online On Her Birthday | Argus News