Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ଟ୍ରେନ ଏପ୍ରିଲ୍ ପର୍ଯ୍ୟନ୍ତ ଚଳାଚଳ କରିବ

National

ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ଟ୍ରେନ ଏପ୍ରିଲ୍ ପର୍ଯ୍ୟନ୍ତ ଚଳାଚଳ କରିବ

Ritu Das
Browse all articles by Ritu Das
·2 years ago·1 min read
ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ଟ୍ରେନ ଏପ୍ରିଲ୍ ପର୍ଯ୍ୟନ୍ତ ଚଳାଚଳ କରିବ

ଅର୍ଗସ ବ୍ୟୁରୋ: ଜନସାଧାରଣଙ୍କ ଯାତ୍ରା ସୁବିଧାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ଯାତ୍ରା ପ୍ରାରମ୍ଭ କରୁଥିବା ବିଶେଷ ଟ୍ରେନ ଗୁଡିକର ସେବାକୁ ବୃଦ୍ଧି କରାଇବାକୁ ଏବଂ ଅଧିକ ସମୟ ଅବଧି ଚଳାଚଳ ପାଇଁ ନିମ୍ନଲିଖିତ ଭାବେ ନିଷ୍ପତ୍ତି ନିଆଯାଇଛି।

 ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ
  ପ୍ରତ୍ୟେକ ଶନିବାର ଦିନ ପୁରୀ ଠାରୁ ଛାଡୁଥିବା 08439 ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ 27 ଏପ୍ରିଲ୍, 2024 ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି, ପ୍ରତ୍ୟେକ ରବିବାର ଦିନ ପାଟନା ଠାରୁ ଛାଡୁଥିବା 08440 ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ 28 ଏପ୍ରିଲ୍ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
 
ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ
ପ୍ରତିଦିନ ପୁରୀ ଠାରୁ ଛାଡୁଥିବା 02832 ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ 29 ଏପ୍ରିଲ, 2024 ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି ଧାନବାଦ୍  ଠାରୁ ପ୍ରତିଦିନ ଛାଡୁଥିବା 02831 ଧାନବାଦ୍-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ 30 ଏପ୍ରିଲ 2024 ପର୍ଯ୍ୟନ୍ତ ଚଳାଚଳ କରିବ।

ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ
ପାଟନା ଠାରୁ ପ୍ରତି ଗୁରୁବାର ଦିନ ଛାଡୁଥିବା 03230 ପାଟନା-ପୁରୀ ବିଶେଷ ଟ୍ରେନ 25 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି, ପୁରୀ ଠାରୁ ପ୍ରତ୍ୟକ ଶୁକ୍ରବାର ଦିନ ଛାଡୁଥିବା 03229 ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ 26 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।
ଏହି ବିଶେଷ ଟ୍ରେନ ପାଇଁ ସମୟ ସାରଣୀ ଓ ରହଣି ଷ୍ଟେସନ ପୂର୍ବ ଚଳାଚଳ ଅନୁଯାୟୀ ଅପରିବର୍ତ୍ତିତ ରହିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Puri-Patna | Argus News