Videos
|
National

Accident / ଏକ୍ସପ୍ରେସ୍ ୱେରେ ବଡ଼ ଦୁର୍ଘଟଣା; ଚାଲିଗଲା ୪ କ୍ରିକେଟରଙ୍କ ଜୀବନ, ୨ ଗୁରୁତର

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଏକ୍ସପ୍ରେସ୍ ୱେରେ ବଡ଼ ଦୁର୍ଘଟଣା; ଚାଲିଗଲା ୪ କ୍ରିକେଟରଙ୍କ ଜୀବନ, ୨ ଗୁରୁତର
4 Cricketers Killed

Key Points

ଦୁର୍ଘଟଣାରେ ଚାଲିଗଲା ୪ ଜଣ ଟେନିସ୍ ବଲ୍ କ୍ରିକେଟ୍ ଖେଳାଳିଙ୍କ ଜୀବନ । ଆଉ ୨ ଜଣ ଖେଳାଳି ଗୁରୁତର ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ: ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେରେ ବଡ଼ ଧରଣର ଦୁର୍ଘଟଣା । ଚାଲିଗଲା ୪ ଜଣ ଟେନିସ୍ ବଲ୍ କ୍ରିକେଟ୍ ଖେଳାଳିଙ୍କ ଜୀବନ । ଆଉ ୨ ଜଣ ଖେଳାଳି ଗୁରୁତର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ସୁଲତାନପୁରରେ ବୁଧବାର ସକାଳେ ବଡ଼ଧରଣର ସଡ଼କ ଦୁର୍ଘଟଣା ହୋଇଛି ।

ଆହତ ଖେଳାଳିଙ୍କୁ ଆମ୍ବୁଲାନ୍ସରେ କୁମାରଗଞ୍ଜ ମେଡିକାଲ୍ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଦର୍ଶନନଗର ମେଡିକାଲ୍ କଲେଜ ରେଫର୍ କରାଯାଇଛି । ସମସ୍ତେ ଲକ୍ଷ୍ନୌରେ ମ୍ୟାଚ୍ ଖେଳି ସାରି ଦେବରିଆ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଏଥିସହ ପଢ଼ନ୍ତୁ: ବୃନ୍ଦାବନରେ ବଡ଼ ଅଘଟଣ…ଟାଙ୍କି ସଫା କରିବାବେଳେ ଗୁରୁକୁଳମର ୪ ଛାତ୍ର ମୃତ…ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ 

ସୂଚନା ଅନୁସାରେ, ଏର୍ଟିଗା କାର୍‌ରେ ୬ ଜଣ ଖେଳାଳି ଥିଲେ । ସମସ୍ତେ ଲକ୍ଷ୍ନୌରୁ ଦେବରିଆ ଫେରୁଥିଲେ । ବୁଧବାର ସକାଳେ ଖେଳାଳିଙ୍କୁ ନେଇ ଦ୍ରୁତ ଗତିରେ କାର୍‌ଟି ଯାଉଥିବା ବେଳେ ପଛରୁ ଟ୍ରକ୍‌କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, କାରର ସମ୍ମୁଖ ଭାଗ ନଷ୍ଟ ହୋଇ ଯାଇଛି । ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଚାଳକ ପୋଲିସ ସହ ଆମ୍ବୁଲାନ୍ସକୁ ଖବର ଦେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁର୍ଘଟଣା ଖବର ପାଇ ପୋଲିସ ଓ ସୁରକ୍ଷାକର୍ମୀ ପହଞ୍ଚି ଆହତଙ୍କୁ କାର୍‌ରୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । କାର୍‌ରେ ଫସି ରହିଥିବା ଖେଳାଳିଙ୍କୁ ଉଦ୍ଧାର ବେଳେ ୩ ଖେଳାଳିଙ୍କ ମୃତ୍ୟୁ ହୋଇ ସାରିଥିଲା । ଅନ୍ୟ ୩ ଜଣଙ୍କୁ ମେଡିକାଲ୍ ପଠା ଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି ।

ଆହତ ଜୟନ୍ତ ଶର୍ମା କହିଛନ୍ତି, ନିତ୍ୟ ପ୍ରଜାପତି, ଇରଫାନ ଅନସାରୀ, ଅନିକେତ, ଆନନ୍ଦ ଯାଦବ ଓ ରାଜୁ ଲକ୍ଷ୍ନୌରେ କ୍ରିକେଟ ଖେଳି ସାରି ଦେବରିଆ ଫେରୁଥିଲୁ । ସମସ୍ତଙ୍କ ଆଖିରେ ନିଦ ଥିବାବେଳେ ଦୁର୍ଘଟଣା କେତେବେଳେ ହେଲା ଜାଣି ପାରିଲୁନି ।

ଏଥିସହ ପଢ଼ନ୍ତୁ: ଆକାଶରୁ ଖସିଲା ମିଲିଟାରୀ ବିମାନ; ଦୁର୍ଘଟଣାରେ ୩୨ଜଣଙ୍କ ମୃତ୍ୟୁ, ବାୟୁସେନା ମୁଖ୍ୟ ବି ଆଖି ବୁଜିଲେ 

ଦୁର୍ଘଟଣା ପରେ ପୋଲିସ ପହଞ୍ଚି କାର୍‌ରୁ ସମସ୍ତଙ୍କୁ ବାହାର କରିଥିଲା । ନିତ୍ୟା, ଇରଫାନ ଓ ଅନିକେତଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଛି । ଗୁରୁତର ଅବସ୍ଥାରେ ଆନନ୍ଦ, ରାଜୁ ଓ ଜୟନ୍ତଙ୍କୁ ମେଡିକାଲ୍ ନିଆଯାଇଥିବା ବେଳେ ଆନନ୍ଦ ବି ଆଖି ବୁଜିଛି ।

ଶୋକରେ ଗାଁ

ଗୋଟିଏ ଦୁର୍ଘଟଣାରେ ଦେବରିଆର ୪ ଜଣ ଟେନିସ୍ ବଲ୍ କ୍ରିକେଟ୍ ଖେଳାଳିଙ୍କ ମୃତ୍ୟୁ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି । ମୃତକଙ୍କ ପରିବାର ଲୋକେ ସୁଲତାନପୁର ଅଭିମୁଖେ ଆସୁଛନ୍ତି ।