Videos
|
National

India vs Russia / ଭାରତ ଆସିବା ପୂର୍ବରୁ ପୁଟିନ ଦେଇପାରନ୍ତି ବଡ଼ ଉପହାର !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଭାରତ ଆସିବା ପୂର୍ବରୁ ପୁଟିନ ଦେଇପାରନ୍ତି ବଡ଼ ଉପହାର !
Modi - Putin

Key Points

ରୁଷର ସର୍ବାଧୁନିକ ତଥା ଘାତକ ଏସ-୫୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଖରିଦ ବିଷୟରେ ଘୋଷଣା ହୋଇପାରେ ।

ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ମଜଭୁତ ଦୋସ୍ତି ଉପରେ ଲାଗିବ ମୋହର । ଋଷ ସଂସଦରେ ପ୍ରତିରକ୍ଷା ଡିଲ୍‌ ଉପରେ ହେବ ମତଦାନ । ଭାରତ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିନାମାକୁ ଅନୁମୋଦନ ପାଇଁ ମଙ୍ଗଳବାର ଋଷ ସଂସଦର ନିମ୍ନ ସଦନରେ ଭୋଟ୍ ହେବ । ଭାରତ-ଋଷ ପାରସ୍ପରିକ ଲଜିଷ୍ଟିକ୍ସ ଏକ୍ସଚେଞ୍ଜ ଉପରେ ଭୋଟ୍ ଗ୍ରହଣ କରାଯିବ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଏଭଳି ଭୋଟ୍‌ ଗ୍ରହଣ ଥିବାରୁ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ ଆସନ୍ତା ଗୁରୁବାରଠାରୁ ପୁଟିନଙ୍କ ଭାରତ ଗସ୍ତ ଆରମ୍ଭ ହେଉଛି । RELOS ଚୁକ୍ତିନାମା ଅନୁଯାୟୀ ମିଳିତ ସାମରିକ ଅଭ୍ୟାସ, ବିପର୍ଯ୍ୟୟ ସହାୟତା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସମନ୍ୱୟକୁ ସହଜ କରିବା ଲକ୍ଷ୍ୟ ରଖାଯାଇଛି । ଦୁଇ ବିଶେଷାଧିକାରପ୍ରାପ୍ତ ରଣନୈତିକ ଅଂଶୀଦାରଙ୍କ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି କରିବା ପାଇଁ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଏବଂ ତତ୍କାଳୀନ ଉପ-ପ୍ରତିରକ୍ଷା ମନ୍ତ୍ରୀ ଆଲେକଜାଣ୍ଡର ଫମିନଙ୍କ ଦ୍ୱାରା ୨୦୨୫ ଫେବୃଆରୀ ୧୮ରେ ମସ୍କୋରେ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ, ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବିଭିନ୍ନ ପ୍ରତିରକ୍ଷା ଚୁକ୍ତିକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । କ'ଣ ଋଷର Su-57 ଯୁଦ୍ଧ ବିମାନ ଖରିଦ ସମ୍ପର୍କରେ ଭାରତ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି କି ?

ନିକଟରେ ଦୁବାଇ ଏୟାର ଶୋ ସମୟରେ, ଋଷର ରୋସୋବୋରନ୍ ଏକ୍ସପୋର୍ଟ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଭାରତରେ Su-57 ନିର୍ମାଣ କରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଥିଲା । ଏହି ବର୍ଷ ପ୍ରାରମ୍ଭରେ, ବେଙ୍ଗାଲୁରୁରେ ଅନୁଷ୍ଠିତ ଏରୋ ଇଣ୍ଡିଆ ପ୍ରଦର୍ଶନୀ ସମୟରେ, ରୋସୋବୋରନ୍ ଏକ୍ସପୋର୍ଟ ମଧ୍ୟ ଏହାର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ (Su-57) ର ପ୍ରଯୁକ୍ତିବିଦ୍ୟା ଭାରତକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲା। ସେବେଠାରୁ, Su-57 କ୍ରୟ ଭାରତର ବିଚାରାଧୀନ ରହିଛି । Su-57 ର ଗୋଟିଏ କିମ୍ବା ଦୁଇଟି ସ୍କ୍ୱାର୍ଡନ୍ କିଣିବ ନା ଭାରତରେ ସେଗୁଡ଼ିକୁ ବହୁଳ ପରିମାଣରେ ନିର୍ମାଣ କରିବ ସେ ବିଷୟରେ ବିଚାର କରାଯାଉଛି ।

ସେହିପରି ଋଷର ସବୁଠାର ଆଧୁନିକ ତଥା ଘାତକ ଏସ-୫୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଖରିଦ ବିଷୟରେ ମଧ୍ୟ ଘୋଷଣା ହୋଇପାରେ । କୁହାଯାଉଛି ଯେ ଋଷର ଏସ-୫୦୦ ମହାକାଶରେ ଅଳ୍ପ ଉଚ୍ଚତାରେ ଉଡ଼ୁଥିବା ସାଟେଲାଇଟକୁ ମଧ୍ୟ ନଷ୍ଟ କରିବାକୁ ସକ୍ଷମ । ଅପରେସନ ସିନ୍ଦୂର ସମୟରେ ଏସ-୪୦୦ର ଉଗ୍ରରୂପ ଦେଖିଥିବା ଭାରତର ଶତ୍ରୁମାନେ ଏସ-୫୦୦କୁ ନେଇ ଚିନ୍ତିତ ହେବା ସ୍ୱାଭାବିକ । ଭାରତ ହାତକୁ ଏହା ଆସିଲେ ତାହା ଚୀନ ଓ ପାକିସ୍ତାନକୁ ଆତଙ୍କିତ କରିବାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India vs Russia | Putin to discuss 'privileged partnership' with Modi on India visit next week | Argus News