Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

Key Points

ଭାରତୀୟ ଆମଦାନୀ ଉପରେ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୫ ପ୍ରତିଶତ ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହୋଇଛି।

ଖୁବଶୀଘ୍ର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆମେରିକାର ଟାରିଫ ଧମକ ମଧ୍ୟରେ ମସ୍କୋ ଗସ୍ତରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଏହି ବଡ଼ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ଏକ ପ୍ରକାର ଚୁଡ଼ାନ୍ତ ହୋଇଛି । ଖୁବଶୀଘ୍ର ତାରିଖ ଘୋଷଣା ହେବ ବୋଲି କହିଛନ୍ତି ଅଜିତ ଡୋଭାଲ ।

ଚାରି ବର୍ଷ ପରେ ପୁଟିନଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ। ଭାରତ, ରୁଷିଆ ଓ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବଡ଼ ରଣନୀତି ପ୍ରସ୍ତୁତ କରିବା ସମ୍ଭାବନା ରହିଛି । ଭାରତୀୟ ଆମଦାନୀ ଉପରେ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୫ ପ୍ରତିଶତ ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହୋଇଛି।

ରୁଷିଆ ସହିତ ବାଣିଜ୍ୟ ସମ୍ପର୍କକୁ ନେଇ ଆଉ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ବୃଦ୍ଧି ଧମକ ଦେଇଥିବାରୁ ପୁଟିନଙ୍କ ଭାରତ ଗସ୍ତର ଗୁରୁତ୍ବ ବୃଦ୍ଧି ପାଇଛି । ବାଣିଜ୍ୟ କ୍ଷେତ୍ରରେ ଆମେରିକାକୁ ଚେକ୍ ଦେବାକୁ ଭାରତ-ରୁଷିଆ ବଡ଼ ପଦକ୍ଷେପ ନେଇପାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Putin to visit India at the end of 2025, Ifax reports | Argus News