Putin Modi Meeting / ମୋଦିଙ୍କ ଆଗରେ ପୁଟିନ୍ କହିଲେ ୟୁକ୍ରେନ୍କୁ ନେଇ କ'ଣ ରହିଛି ଋଷର ପ୍ଲାନିଂ
·7 months ago·2 min read

Key Points
ଶୁକ୍ରବାର ଦିଲ୍ଲୀରେ ଦୁଇ ରାଷ୍ଟ୍ର ନେତା ମିଳିତ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଆଭିମୁଖ୍ୟକୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଭାରତ ସବୁବେଳେ ଶାନ୍ତି ପକ୍ଷରେ ରହିଛି ।"
ନୂଆଦିଲ୍ଲୀ: ୟୁକ୍ରେନ୍କୁ ଫେରିବ ଶାନ୍ତି । ଶାନ୍ତି ଆଲୋଚନା ଦିଗରେ ଆଗକୁ ବଢ଼ୁଛି ଋଷିଆ । ୨୦୨୨ ଫେବ୍ରୁଆରୀରେ ଆରମ୍ଭ ହୋଇଥିବା ୟୁକ୍ରେନ୍ ଯୁଦ୍ଧର ଅନ୍ତ ଦିଗରେ ମସ୍କୋ ଉଦ୍ୟମ କରୁଛି । ଏନେଇ ଥିବା ପ୍ରସ୍ତାବକୁ ଋଷର ରାଷ୍ଟ୍ରପତି ପୁଟିନ ଭାରତ ସହ ସେୟାର୍ କରିଛନ୍ତି ।
ଶୁକ୍ରବାର ଦିଲ୍ଲୀରେ ଦୁଇ ରାଷ୍ଟ୍ର ନେତା ମିଳିତ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଆଭିମୁଖ୍ୟକୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଭାରତ ସବୁବେଳେ ଶାନ୍ତି ପକ୍ଷରେ ରହିଛି । ନୂଆଦିଲ୍ଲୀ ସର୍ବଦା ସୈନ୍ୟ ଉତ୍ତେଜନା ପରିବର୍ତ୍ତେ ଆଲୋଚନା ଏବଂ କୂଟନୀତିକୁ ସମର୍ଥନ କରେ।"
ଏଥିସହ ପଢ଼ନ୍ତୁ: ପୁଟିନଙ୍କ ଭାରତ ଗସ୍ତକୁ ନେଇ କ'ଣ କହୁଛନ୍ତି ବିଦେଶୀ ଗଣମାଧ୍ୟମ ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଭାରତ ଶାନ୍ତି ସଂକଳ୍ପକୁ ସମର୍ଥନ କରେ । ଯୁଦ୍ଧ ପୂର୍ବରୁ ଭାରତର ଆଭିମୁଖ୍ୟ ଯାହା ରହିଥିଲା ଏବେବି ସେୟା ଅଛି । ୟୁକ୍ରେନ୍ରେ ଭାରତ ଶାନ୍ତି ଚାହେଁ ।" ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକଥର କହି ସାରିଛନ୍ତି, "ଏହା ଯୁଦ୍ଧର ଯୁଗ ନୁହଁ ।"
ଶୁକ୍ରବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଭେଟ ହୋଇ ଆଲୋଚନା କରିଛନ୍ତି । ହାଇଦ୍ରାବାଦ ହାଉସରେ ପିଏମ୍ ନରେନ୍ଦ୍ର ମୋଦି, ଋଷ ରାଷ୍ଟ୍ରପତି ପୁଟିନଙ୍କ ସ୍ଵାଗତ କରି ହାତ ମିଳାଇ ଥିଲେ । ଦ୍ଵିପାକ୍ଷିକ ବୈଠକ ପୂର୍ବରୁ ଭାରତ ଆସିଥିବାରୁ ପୁଟିନଙ୍କୁ ଧନ୍ୟବାଦ ଦେଇଥିଲେ ପିଏମ୍ ମୋଦି । ଏହାପରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ନେତା ମତ ରଖିଥିଲେ ।
ଦୁନିଆ ଖୁବଶୀଘ୍ର ଶାନ୍ତି ଆଡ଼କୁ ଫେରିବ ବୋଲି ଆଶା ରଖିଛନ୍ତି ପିଏମ୍ ମୋଦି । ପ୍ରଧାନମନ୍ତ୍ରୀ ମୋଦି ପୁଟିନ୍ଙ୍କୁ ସମ୍ବୋଧନ କରି କହିଛନ୍ତି, "ଆପଣଙ୍କ ଯାତ୍ରା ଐତିହାସିକ ଅଟେ । ୨୦୦୧ରେ ଆପଣ ଯେବେ କାର୍ଯ୍ୟଭାର ସମ୍ଭାଳିଥିଲେ ଏବଂ ପ୍ରଥମଥର ଭାରତ ଆସିଥିଲେ । ପ୍ରଥମ ଯାତ୍ରାରୁ ହିଁ ଭାରତ-ଋଷ ସମ୍ପର୍କର ମୂଳଦୁଆ ମଜଭୁତ ହୋଇଥିଲା । ମୋ ପାଇଁ ଏହା ଖୁସିର ବିଷୟ ଯେ ଆମର ସମ୍ପର୍କକୁ ୨୫ ବର୍ଷ ବିତିଲାଣି ।"
ଭାରତ-ଋଷ ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୁଁ ମାନୁଛି ୨୦୦୧ରେ ଆପଣ ଯେଇଁ ଭୂମିକା ନିଭାଇଲେ ତାହା ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା କ'ଣ ଭାବେ ଏବଂ ସମ୍ପର୍କକୁ କେଉଁ ସ୍ତରକୁ ନେଇ ଯାଇପାରେ... ତାର ଉତ୍କୃଷ୍ଟ ଉଦାହରଣ ହେଉଛି ଭାରତ-ଋଷ ସମ୍ପର୍କ ।"
ଏଥିସହ ପଢ଼ନ୍ତୁ: ଅରସ ସିନଟରେ ନ ଯାଇ କାହିଁକି ଧଳା ଫର୍ଚ୍ୟୁନରରେ ଗଲେ ପୁଟିନ?
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, "ଦୁନିଆ କୋଭିଡ୍ ପରେ ଏନେକ ସଂକଟ ଦେଖିଛି । ଆଶା ରହିଛି ଦୁନିଆ ପ୍ରଗତି ପଥରେ ଆଗକୁ ବଢ଼ିବ । ମୋର ଭରସା ଆମେ ଆଜି ଅନେକ ପ୍ରସଙ୍ଗରେ ଚର୍ଚ୍ଚା କରିବା । ଦୁଇ ଦେଶର ସମ୍ପର୍କକୁ ଆହୁରି ଶିଖରକୁ ନେଇ ଯିବା ।"
ପିଏମ୍ ମୋଦିଙ୍କ ସମ୍ବୋଧନ ପରେ ଋଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, "ଆମେ ଦୁଇ ନେତା ଆଲୋଚନା କରିଛୁ । ଋଷ ମଧ୍ୟ ଶାନ୍ତି ପକ୍ଷରେ ଅଛି । ୟୁକ୍ରେନ୍ ଯୁଦ୍ଧ ନେଇ ଆଲୋଚନା ଚାଲିଛି । ନିଷ୍କର୍ସ ମାତ୍ରେ ମୁଁ ଆପଣଙ୍କୁ ଅବଗତ କରାଇବି ।"

My remarks during meeting with President Putin. https://t.co/VCcSpgZmWx
— Narendra Modi (@narendramodi) December 5, 2025
ଦୁନିଆ ଖୁବଶୀଘ୍ର ଶାନ୍ତି ଆଡ଼କୁ ଫେରିବ ବୋଲି ଆଶା ରଖିଛନ୍ତି ପିଏମ୍ ମୋଦି । ପ୍ରଧାନମନ୍ତ୍ରୀ ମୋଦି ପୁଟିନ୍ଙ୍କୁ ସମ୍ବୋଧନ କରି କହିଛନ୍ତି, "ଆପଣଙ୍କ ଯାତ୍ରା ଐତିହାସିକ ଅଟେ । ୨୦୦୧ରେ ଆପଣ ଯେବେ କାର୍ଯ୍ୟଭାର ସମ୍ଭାଳିଥିଲେ ଏବଂ ପ୍ରଥମଥର ଭାରତ ଆସିଥିଲେ । ପ୍ରଥମ ଯାତ୍ରାରୁ ହିଁ ଭାରତ-ଋଷ ସମ୍ପର୍କର ମୂଳଦୁଆ ମଜଭୁତ ହୋଇଥିଲା । ମୋ ପାଇଁ ଏହା ଖୁସିର ବିଷୟ ଯେ ଆମର ସମ୍ପର୍କକୁ ୨୫ ବର୍ଷ ବିତିଲାଣି ।"
ଭାରତ-ଋଷ ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୁଁ ମାନୁଛି ୨୦୦୧ରେ ଆପଣ ଯେଇଁ ଭୂମିକା ନିଭାଇଲେ ତାହା ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା କ'ଣ ଭାବେ ଏବଂ ସମ୍ପର୍କକୁ କେଉଁ ସ୍ତରକୁ ନେଇ ଯାଇପାରେ... ତାର ଉତ୍କୃଷ୍ଟ ଉଦାହରଣ ହେଉଛି ଭାରତ-ଋଷ ସମ୍ପର୍କ ।"
ଏଥିସହ ପଢ଼ନ୍ତୁ: ଅରସ ସିନଟରେ ନ ଯାଇ କାହିଁକି ଧଳା ଫର୍ଚ୍ୟୁନରରେ ଗଲେ ପୁଟିନ?
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, "ଦୁନିଆ କୋଭିଡ୍ ପରେ ଏନେକ ସଂକଟ ଦେଖିଛି । ଆଶା ରହିଛି ଦୁନିଆ ପ୍ରଗତି ପଥରେ ଆଗକୁ ବଢ଼ିବ । ମୋର ଭରସା ଆମେ ଆଜି ଅନେକ ପ୍ରସଙ୍ଗରେ ଚର୍ଚ୍ଚା କରିବା । ଦୁଇ ଦେଶର ସମ୍ପର୍କକୁ ଆହୁରି ଶିଖରକୁ ନେଇ ଯିବା ।"
ପିଏମ୍ ମୋଦିଙ୍କ ସମ୍ବୋଧନ ପରେ ଋଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, "ଆମେ ଦୁଇ ନେତା ଆଲୋଚନା କରିଛୁ । ଋଷ ମଧ୍ୟ ଶାନ୍ତି ପକ୍ଷରେ ଅଛି । ୟୁକ୍ରେନ୍ ଯୁଦ୍ଧ ନେଇ ଆଲୋଚନା ଚାଲିଛି । ନିଷ୍କର୍ସ ମାତ୍ରେ ମୁଁ ଆପଣଙ୍କୁ ଅବଗତ କରାଇବି ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories