Videos
|
National

ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି

Smruti Parija
Browse all articles by Smruti Parija
·1 year ago·2 min read
ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି

ଅର୍ଗସ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି। ଏଥି ସହ ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଛି ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଚଳିତ ଥର ବାଇଡେନଙ୍କ ହୋମ୍ ଟାଉନ ୱିଲମିଂଟନରେ  ଅନୁଷ୍ଠିତ ହେଉଛି ଷଷ୍ଠ କ୍ବାଡ୍ ସମ୍ମିଳନୀ ଯେଉଁଠି ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ଶୀର୍ଷ ନେତୃତ୍ବ ଏକାଠି ହେବେ। 

 

ବିଶ୍ବର ମଙ୍ଗଳ ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଉପରେ ହେବ ମାନସମନ୍ଥନ । ଏହି କ୍ବାଡ୍ ସମ୍ମିଳନୀ ଭାରତ ପାଇଁ ବିଶେଷ ଗୁରୁତ୍ବ ବହନ କରୁଛି । ଆଗାମୀ କ୍ବାଡ୍ ସମ୍ମିଳନୀର ଆୟୋଜନ ଭାରତ କରିବାକୁ ଯାଉଛି । ତେବେ ଏହି ଗସ୍ତ ବେଳେ ପିଏମ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ସହ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଆହୁରି ପଢନ୍ତୁ ଭାରତ ଖବର...