Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମେରିକା ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ମୋଦି

National

ଆମେରିକା ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆମେରିକା ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ମୋଦି

ଅର୍ଗସ ବ୍ୟୁରୋ:  ଆମେରିକା ୱିଲମିଙ୍ଗଟନରେ ଆୟୋଜିତ କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ପିଏମ୍ ମୋଦି । ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଲବାନି ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଉପସ୍ଥିତ ଥିଲେ । ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଜାତିସଂଘର ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ୪ ଦେଶ ସହମତି ପ୍ରକାଶ କରିଛନ୍ତି । ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କ ସଂଖା ବୃଦ୍ଧି ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ, ଶକ୍ତିଶାଳି କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି।

ସେହିପରି ସାମ୍ପ୍ରତିକ ସମସ୍ୟା ସହ ୪ ଦେଶର ମଧ୍ୟରେ ସହଯୋଗ ପ୍ରସଙ୍ଗରେ ବି ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ପାଇଁ କାର୍ଯ୍ୟ କରୁଥିବା ସମାନ ଦେଶ ଗୁଡିକର ଏକ ଅଗ୍ରଣୀ ଗୋଷ୍ଠୀ ଭାବରେ ଏହି ଫୋରମ ଉଭା ହୋଇଛି । ରାଷ୍ଟ୍ରପତି ବାଇଡେନଙ୍କ ସହ ମୋର ସାକ୍ଷାତ ଆମ ଲୋକ ତଥା ବିଶ୍ବର କଲ୍ୟାଣ ପାଇଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ ଷ୍ଟ୍ରାଟେଜିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ନୂତନ ପଥ ସମୀକ୍ଷା ଏବଂ ଚିହ୍ନଟ କରିବାକୁ ଅନୁମତି ଦେବ ବୋଲି ଏ ଅବସରରେ ପିଏମ୍ ମୋଦି କହିଛନ୍ତି । ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ, ନିକଟତର ଓ ଗତିଶୀଳ ହୋଇଛି । ଇତିହାସରେ ଯେ କୌଣସି ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଏହି ସମ୍ପର୍କ ଅତି ନିବିଡ଼ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Quad summit with China as elephant in the room, Biden-Modi meeting | Argus News