Videos
|
National

ନିଜ ବଂଶର ପୁରୁଣା ଅଳଙ୍କାର ପିନ୍ଧି ବାହାହେଲେ ରାଧିକା

Ritu Das
Browse all articles by Ritu Das
·2 years ago·1 min read
ନିଜ ବଂଶର ପୁରୁଣା ଅଳଙ୍କାର ପିନ୍ଧି ବାହାହେଲେ ରାଧିକା

ଅର୍ଗସ ବ୍ୟୁରୋ: ରାଧିକା ମର୍ଚାଣ୍ଟ୍‌ ଓ ଅନନ୍ତ ଅମ୍ବାନୀଙ୍କ ବାହାଘର ହୋଇଯାଇଛି। ଏହି ଯୋଡ଼ି ଗତ ଶୁକ୍ରବାର ଧୁମଧାମରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯେଉଁଠାରେ ରାଜନୀତି, ମନୋରଞ୍ଜନ ଓ ବିଜନେସ ଜଗତର ବଡ଼ ବଡ଼ ହସ୍ତୀମାନେ ସାମିଲ୍‌ ହୋଇଥିଲେ।

 ରାଧିକା ତାଙ୍କ ବିବାହ ସମାରୋହ‌ରେ ଅବୁ ଜାନୀ ସନ୍ଦୀପ ଖୋସଲାଙ୍କ କଷ୍ଟମ୍‌ ଡିଜାଇନର୍‌ ଲେହେଙ୍ଗା ପିନ୍ଧିଥିଲେ। ନିଜ ବରଣମାଳା ପାଇଁ ରାଧିକା ଗୁଜୁରାଟୀ କନ୍ୟାଙ୍କ ପରି ଧଳା ଓ ନାଲି ରଙ୍ଗର ପୋଷାକ ଚୟନ କରିଥିଲେ। ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଦିଶୁଥିଲେ। ସେ ତାଙ୍କ ଗଳା, ମଥା ଓ ହାତରେ ମ୍ୟାଚିଂ ଅଳଙ୍କାର ପରିଧାନ କରିଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରାଧିକା ତାଙ୍କ ବାହାଘରରେ ନୂଆ ଗହଣା ବଦଳରେ ତ‌ାଙ୍କ ଘରର ପୁରୁଣା ଅଳଙ୍କାରକୁ ପିନ୍ଧିଥିଲେ। ସେହି ଗହଣାକୁ ରାଧିକାଙ୍କ ଭଉଣୀ ଅଞ୍ଜଳୀ ମର୍ଚାଣ୍ଟ ୨୦୨୦ରେ ନିଜ ବାହାଘରରେ ପିନ୍ଧିଥିଲେ।

ସେହିପରି ବିଦାୟୀ ସମୟରେ ରାଧିକର ନାଲି ରଙ୍ଗର ବନାରସୀ ଲେହେଙ୍ଗା ପିନ୍ଧିଥିଲେ। ଯାହାର ବ୍ଲାଉଜ୍‌ ଉପରେ ସୁନ‌ା ସୁତାର କାମ ହୋଇଥିଲା। ସେହି ପୋଷାକରେ ବି ରାଧିକ ନିଜର ବରଣମାଳା ବେଳଳର ଅଳଙ୍କାରକୁ ପରିଧାନ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Radhika came | Argus News