Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Rafale Cow / ଏମିତି ରାଫେଲ୍‌, ଦିନକୁ ଦେଉଛି 80 ଲିଟର କ୍ଷୀର

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଏମିତି ରାଫେଲ୍‌, ଦିନକୁ ଦେଉଛି 80 ଲିଟର କ୍ଷୀର
Rafale Cow

Key Points

ଗାଈର ନାଁ ରାଫେଲ୍
ଦିନକୁ ଦେଉଛି 80 ଲିଟର କ୍ଷୀର
ଜିତିସାରିଲାଣି ଲକ୍ଷ ଲକ୍ଷ ଟଙ୍କା
ନାଁ ତାର ରାଫେଲ୍ । ଭାରତ ଫ୍ରାନ୍ସରୁ କିଣିଥିବା ରାଫେଲ ବିମାନର ସାହସିକ କାରନାମା ଦେଶବାସୀ ଅପରେସନ ସିନ୍ଦୂର ସମୟରେ ଦେଖିଛନ୍ତି । ଆଉ ଏ ରାଫେଲ୍ ବି କାହାଠୁ କମ୍ ନୁହେଁ । ଯେମିତି ରାଫେଲ ଯୁଦ୍ଧ ବିମାନ ତାଣ୍ଡବ ରଚି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ଠିକ୍ ସେମିତି ରାଫେଲ୍ ଗାଈ ବି ଯେଉଁଠି ଯାଉଛି ସେଠି ତାକୁ ନେଇ ଚର୍ଚ୍ଚା । ପଞ୍ଜାବ, ହରିୟାଣା, ରାଜସ୍ଥାନରେ ଏହି ବ୍ରିଡ୍ ର ରାଫେଲ ଗାଈକୁ ନେଇ ବହୁତ ଚର୍ଚ୍ଚା । ଏମିତିକି ଏହି ପ୍ରଜାତିର ଗାଈ ଦିନକୁ 80 ଲିଟର କ୍ଷୀର ଦେବା ସହ ତିନୋଟି ଟ୍ରାକ୍ଟର, ତିନୋଟି ବାଇକ ଓ 50 ହଜାର ଟଙ୍କା ଜିତିସାରିଲାଣି ।

ଆଉ ଏହି ଗାଈ ଉତ୍ତର ଭାରତରେ ସବୁଠୁ ବଡ ପଶୁଧନ ମେଳାରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । 19ତମ ଇଣ୍ଟରନ୍ୟାସନାଲ ଡାଏରୀ ଆଣ୍ଡ ଏଗ୍ରିକଲଚର ଏକ୍ସପୋ ପରେ ଏହି ଗାଈକୁ ନେଇ ଚାଷୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏକ୍ସପୋରେ ସବୁଠୁ ଅଧିକ ଦୁଗ୍ଧ ଦେଉଥିବା ଗାଈ ମଧ୍ୟରେ ଏହି ଗାଈ ଏକ ନମ୍ବର ସ୍ଥାନ ଅଧିକାର କରିଛି । ସେଠାରେ ଅଂଶଗ୍ରହଣ କରିଥିବା ଅନ୍ୟ ଗାଈ ଗୁଡିକ କିଏ 76 ଲିଟର ତ କିଏ ଦିନକୁ ବେଶୀ ରୁ ବେଶୀ 50 ଲିଟର ଦୁଗ୍ଧ ଦେଉଥିବାବେଳେ ଏହି ଗାଈଟି ସବୁଠୁ ଅଧିକ କ୍ଷୀର ଦେଇ ରେକର୍ଡ କରିଥିଲା ।

ଏଥିସହ ପଢ଼ନ୍ତୁ: କିଛି ଅସୁବିଧା ନାହିଁ, ଏଥର ଦେଲେନି ଦଶମ ପରୀକ୍ଷା ଆର ବର୍ଷ ଦବ: ବୈଭବଙ୍କ ବାପା

ଗାଈ ମାଲିକ ହେଲେ ପଞ୍ଜାବର ପ୍ରିତିପାଲ ସିଂ । ତାଙ୍କ କହିବା କଥା ଘରେ ଏହି ଗାଈ ଆହୁରି ଅଧିକ କ୍ଷୀର ଦିଏ । ଖାଲି ଏହି ଗୋଟିଏ ଏକ୍ସପୋ ନୁହେଁ ଏହି ବ୍ରିଡ୍ ର ଗାଈ ଯେ କୌଣସି ସ୍ଥାନକୁ ଯାଉଛି ସେଠାରେ ବିଜୟ ହେଉଛି । ଖାଲି କ୍ଷୀର ନୁହେଁ ଫିଜିକାଲ ଷ୍ଟାଣ୍ଡାର୍ଡ ଏବଂ ସମସ୍ତ ବ୍ରିଡ୍ କ୍ୱାଲିଟିରେ ତାକୁ କିଏ ହରାଇ ପାରିବେନି । ସେଥିପାଇଁ ସେ ଏହି ଗାଈର ନାଁ ରାଫେଲ ଦେଇଛନ୍ତି । ରାଫେଲ୍ ହେଉଛି ହଲଷ୍ଟେନ ଫ୍ରିସିଆନ ପ୍ରଜାତିର ଗାଈ । ଯାହାକୁ ଖୁବ ଯତ୍ନର ସହ ରଖାଯାଏ । ଦିନକୁ ତା'ପାଇଁ 2000 ଟଙ୍କା ଖର୍ଚ୍ଚ ହୁଏ । ଏ ସବୁ ଖର୍ଚ୍ଚକୁ ବାଦ୍ ଦେଲେ ମାସକୁ ରାଫେଲ୍ ଏକୁଟିଆ ଲାଭ ଦିଏ 60 ହଜାର ଟଙ୍କା । ଯେବେ ରାଫେଲ୍ କୁ 2 ବର୍ଷ ହୋଇଥିଲା ସେ ଏମିତି ଏକ୍ସପୋ ଗୁଡିକରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲା । ସେତେବେଳେ ମଧ୍ୟ ସେ ଟୁ ଟିଥ୍ ମିଲକିଂ କାଟାଗୋରୀରେ ପ୍ରଥମ ସ୍ଥାନ ହାସିଲ କରିଥିଲା । 2025ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା । ସେତେବେଳେ ପୁରସ୍କାର ସ୍ୱରୁପ ଟ୍ରାକ୍ଟର ଜିତିଥିଲା । ପରେ 50 ହଜାର ଟଙ୍କା ଓ ମଟର ସାଇକେଲ ଜିତିଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored