Raghu Rai Dies / କିମ୍ବଦନ୍ତୀ ଫଟୋଗ୍ରାଫରଙ୍କ ଦେହାନ୍ତ, ୮୩ ବର୍ଷରେ ଆଖି ବୁଜିଲେ ରଘୁ ରାୟ
·4 months ago·2 min read

Key Points
କିମ୍ବଦନ୍ତୀ ଫଟୋଗ୍ରାଫର ରଘୁ ରାୟଙ୍କ ଦେହାନ୍ତ
ଭାରତର ବିଭିନ୍ନ ଦିଗକୁ କ୍ୟାମେରାରେ କଏଦ କରିଥିଲେ
୮୩ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

କିମ୍ବଦନ୍ତୀ ଫଟୋଗ୍ରାଫର ରଘୁ ରାୟଙ୍କ ଦେହାନ୍ତ ଘଟିଛି। ୮୩ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା। ଆଜି ସକାଳେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଗୁରମୀତ, ପୁଅ ନୀତିନ; ଏବଂ ଝିଅମାନେ ଲଗାନ, ଅବନୀ ଏବଂ ପୂର୍ବାଇ ଅଛନ୍ତି। ଭାରତର ବିଭିନ୍ନ ଦିଗକୁ କ୍ୟାମେରାରେ କଏଦ କରିଥିବା ପ୍ରସିଦ୍ଧ ଫଟୋଗ୍ରାଫର ରଘୁ ରାୟଙ୍କ ପରଲୋକ । ତାଙ୍କ ଦେହାନ୍ତ ସାମ୍ବାଦିକତା ଏବଂ ଫଟୋଗ୍ରାଫି ଜଗତରେ ଶୋକର ଲହରୀ ଖେଳିଯାଇଛି। ପରିବାର ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରାଯାଇଥିଲା ଯେ ରଘୁ ରାୟଙ୍କ ଅନ୍ତିମ ସଂସ୍କାର ରବିବାର ଅପରାହ୍ନ ୪:୦୦ ଟାରେ ନୂଆଦିଲ୍ଲୀର ଲୋଧି ଶ୍ମଶାନରେ କରାଯିବ।
ପ୍ରାୟ ଏକ ଦଶନ୍ଧି ପରେ, ୧୯୮୨ ମସିହାରେ, ରାୟ ତାଙ୍କ ବୃତ୍ତିଗତ ଯାତ୍ରାରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିଥିଲେ। ଯେତେବେଳେ ସେ ଇଣ୍ଡିଆ ଟୁଡେ ପତ୍ରିକାରେ ପିକ୍ଚର ଏଡିଟର-କମ୍-ଭିଜୁଆଲାଇଜର-କମ୍-ଫଟୋଗ୍ରାଫର ଭାବରେ କାମ କରିବା ଆରମ୍ଭ କରିଥିଲେ। ରଘୁ ରାୟଙ୍କ ପୁଅ ଏବଂ ଫଟୋଗ୍ରାଫର ନିତିନ ରାୟ ଖବର ସଂସ୍ଥାକୁ କହିଛନ୍ତି ଯେ ତାଙ୍କ ପିତା ଦୁଇ ବର୍ଷ ପୂର୍ବେ ପ୍ରୋଷ୍ଟେଟ୍ କର୍କଟ ରୋଗରେ ପୀଡିତ ହୋଇଥିଲେ । କିନ୍ତୁ ସେ ଏଥିରୁ ସୁସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ, ଏହା ତାଙ୍କ ପେଟକୁ ବ୍ୟାପିଯାଇଥିଲା। କେବଳ ଏତିକି ହିଁ ନୁହେଁ ସେ ବୟସ ସମ୍ପର୍କିତ ଜଟିଳତାରେ ପୀଡିତ ଥିଲେ।
ଏଥିସହ ପଢ଼ନ୍ତୁ: ୧ ମେ’ରୁ ବଦଳିବ ସିଲିଣ୍ଡର ଡେଲିଭରିର ନିୟମ, OTP ନଦେଲେ ମିଳିବନି ଗ୍ୟାସ୍
୧୯୭୨ ମସିହାରେ, ରାୟଙ୍କୁ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ, ବାଂଲାଦେଶୀ ଶରଣାର୍ଥୀଙ୍କ ଦୁର୍ଦ୍ଦଶା ଏବଂ ସଂଘର୍ଷ ସମୟରେ ପାକିସ୍ତାନର ଆତ୍ମସମର୍ପଣକୁ ଡକ୍ୟୁମେଣ୍ଟେସନ୍ କରିଥିବା ତାଙ୍କ କାର୍ଯ୍ୟ ପାଇଁ ପଦ୍ମଶ୍ରୀ - ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ - ପ୍ରଦାନ କରାଯାଇଥିଲା। ଏହା ସହିତ, ୧୯୯୨ ମସିହାରେ, ସେ ଯୁକ୍ତରାଷ୍ଟ୍ରରେ ଫଟୋଗ୍ରାଫର ପୁରସ୍କାର ପାଇଥିଲେ। ପରବର୍ତ୍ତୀ ସମୟରେ ୨୦୦୯ ମସିହାରେ, ଫରାସୀ ସରକାର ତାଙ୍କୁ ଅଫିସିଆର ଡେସ୍ ଆର୍ଟସ୍ ଏଟ୍ ଡେସ୍ ଲେଟ୍ରେସ୍ ସମ୍ମାନ ପ୍ରଦାନ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.୨୩ ବର୍ଷରେ ଫଟୋଗ୍ରାଫି ଆରମ୍ଭ କରିଥିଲେ:
ରଘୁ ରାୟ ୧୯୬୫ ମସିହାରେ ୨୩ ବର୍ଷ ବୟସରେ ତାଙ୍କର ଫଟୋଗ୍ରାଫି ଯାତ୍ରା ଆରମ୍ଭ କରିଥିଲେ। ଗୋଟିଏ ବର୍ଷ ପରେ, ୧୯୬୬ ମସିହାରେ, ସେ ଦି ଷ୍ଟେଟସମ୍ୟାନ୍ ଖବରକାଗଜର ମୁଖ୍ୟ ଫଟୋଗ୍ରାଫର ଭାବରେ ଯୋଗ ଦେଇଥିଲେ । ପ୍ରାୟ ଏକ ଦଶନ୍ଧି ପର୍ଯ୍ୟନ୍ତ ପ୍ରକାଶନ ସହିତ ଜଡିତ ରହିଥିଲେ। ପରବର୍ତ୍ତୀ ସମୟରେ, ସେ କୋଲକାତାରେ ପ୍ରକାଶିତ ଏକ ସାପ୍ତାହିକ ଖବର ପତ୍ରିକାର ଚିତ୍ର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ୧୯୭୧ ମସିହାରେ, ତାଙ୍କର ପ୍ରତିଭାକୁ ବିଶ୍ୱ ପ୍ରସିଦ୍ଧ ଫଟୋଗ୍ରାଫର ହେନରୀ କାର୍ଟିୟର-ବ୍ରେସନ ସ୍ୱୀକୃତି ଦେଇଥିଲେ। ଯିଏ ତାଙ୍କୁ ପ୍ରତିଷ୍ଠିତ ଏଜେନ୍ସି, ମ୍ୟାଗନମ୍ ଫଟୋସ୍ରେ ସଦସ୍ୟତା ପାଇଁ ମନୋନୀତ କରିଥିଲେ। ରଘୁ ଭାରତର ସବୁଠୁ ପ୍ରସିଦ୍ଧ ଫଟୋଗ୍ରାଫରମାନଙ୍କ ମଧ୍ୟରୁ ଜଣେ ଥିଲେ। ଯାହାଙ୍କ ଲେନ୍ସ ଭାରତର ଅସଂଖ୍ୟ ରଙ୍ଗକୁ କଏଦ କରିଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories