Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲୋକସଭାରେ ରାହୁଲଙ୍କୁ ଧୋଇଲେ ଧର୍ମେନ୍ଦ୍ର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଲୋକସଭାରେ ରାହୁଲଙ୍କୁ ଧୋଇଲେ ଧର୍ମେନ୍ଦ୍ର

Key Points

  • ଲୋକସଭାରେ ରାହୁଲଙ୍କୁ ଧୋଇଲେ ଧର୍ମେନ୍ଦ୍ର
  • ପ୍ରଶ୍ନପତ୍ର ଲିକ୍‌ : ବିରୋଧୀ ଦଳ ନେତାଙ୍କୁ କଡ଼ା ନିନ୍ଦା
  • ପଚାରିଲେ ପ୍ରଶ୍ନ, କାହା ଚାପରେ ପ୍ରତ୍ୟାହାର ହୋଇଥିଲା ପ୍ରୋହିବିସନ୍ ଅନ ଫେୟାର୍ ପ୍ରାକ୍ଟିସ୍ ବିଲ୍ ?
  • ୨୦୧୦ କଥାକୁ ମନେ ପକାଇଦେଲେ

ଅର୍ଗସ ବ୍ୟୁରୋ : ଟାର୍ଗେଟ୍‌ କରୁ କରୁ ଟାର୍ଗେଟ୍‌ ହୋଇଗଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ବିନା ତଥ୍ୟରେ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ହୀନ ଚକ୍ରାନ୍ତ କରୁଥିଲେ, ଯାହାର ମୁହଁତୋଡ ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ମୁହଁ ଖୋଲିନାହାନ୍ତି, ବରଂ କଂଗ୍ରେସ ୨୦୧୦ ମସିହାରେ ଘରୋଇ ମେଡିକାଲ କଲେଜଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଥିଲେ କି ତତ୍କାଳୀନ କଂଗ୍ରେସ ନେତୃତ୍ବାଧୀନ ସରକାର ? ଦେଶର ଶିକ୍ଷାବ୍ୟବସ୍ଥାରେ ସୁଧାର ଦିଗରେ ବଡ଼ ପଦକ୍ଷେପକୁ କରାଯାଇଥିଲା କି ପ୍ରତ୍ୟାହାର ? ବୃହତ୍ତର ସ୍ବାର୍ଥକୁ ଅଣଦେଖା କରିବା ପଛରେ ଥିଲା କି ମୋଟା ଅଙ୍କର ଲାଞ୍ଚ କାରବାର ? କିଛି ଏମିତି ପ୍ରଶ୍ନ ଉଠାଇ ଏବେ ଚର୍ଚ୍ଚାରେ ଧର୍ମେନ୍ଦ୍ର ।

ଲୋକସଭା ପ୍ରଶ୍ନକାଳରେ ପ୍ରଶ୍ନପତ୍ର ଲିକ୍ ମାମଲା ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଦେଶର ପୁରା ଶିକ୍ଷା ବ୍ୟବସ୍ଥା ଉପରେ ଉଠାଇଥିଲେ ପ୍ରଶ୍ନ । ଯାହାର ମୁହଁ ତୋଡ଼ ଜବାବ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାହୁଲଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ସହ ଦୃଢ଼ ନିନ୍ଦା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। 

ନିଟ୍‌ ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି ବିରୋଧୀ । ମାମଲା ଏବେ ସୁପ୍ରିମକୋର୍ଟରେ । ସିବିଆଇ ପୁରା ଘଟଣାର ତଦନ୍ତ ବି କରୁଛି । ହେଲେ ବିନା କୌଣସି ପ୍ରମାଣରେ କେନ୍ଦ୍ର ସରକାରଙ୍କୁ ଗାଳିଗୁଲଜ କରିବା ସତେ ଯେମିତି କଂଗ୍ରେସ ରକ୍ତରେ ଅଛି । ହେଲେ ଏ ଚାଲାକିକୁ ବେଶ ଭଲରେ ବୁଝି ରୋକଠୋକ ଉତ୍ତର ଦେଇଥିଲେ ଧର୍ମେନ୍ଦ୍ର । ମୋଟ୍‌ ଉପରେ, ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ୨୦୧୦ ମସିହାରେ ୩ଟି ଆଇନ ଆଣିଥିଲେ କେନ୍ଦ୍ର ସରକାର । ଏଥିରୁ ଗୋଟିଏ ଥିଲା ପ୍ରୋହିବିସନ୍ ଅଫ୍ ଅନ୍ ଫେୟାର ପ୍ରାକ୍ଟିସ୍ ବିଲ୍ । ଯାହାର ଉଦ୍ଦେଶ୍ୟ ଥିଲା ଶିକ୍ଷାନୁଷ୍ଠାନରେ ପରୀକ୍ଷାରେ କପି ରୋକିବା । କିନ୍ତୁ ଚାପରେ ପଡ଼ି ଏହି ବିଲକୁ ପ୍ରତ୍ୟାହାର କରିନେଇଥିଲେ ୟୁପିଏ ସରକାର। ଆଉ ଏବେ ଏହି ଆଇନ ଲାଗୁ କରିଛନ୍ତି ମୋଦି ସରକାର । ହେଲେ ଏବେ ବିରୋଧୀଙ୍କୁ ଯେଉଁ ପରି ଢଙ୍ଗରେ ଉତ୍ତର ଦେଲେ ଧର୍ମେନ୍ଦ୍ର ତାହାକୁ ନେଇ ଚର୍ଚ୍ଚା ଚାଲିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rahul Gandhi | Argus News