Rahul Gandhi Foreign Visit Expense / ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରା ଏବଂ ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଲା ବିଜେପି, ମାଗିଲା 60 କୋଟି ଟଙ୍କାର ସମ୍ପୂର୍ଣ୍ଣ ବିବରଣୀ
·4 months ago·2 min read

Key Points
ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରାକୁ ନେଇ ବିବାଦ
54 ଟି ବିଦେଶ ଯାତ୍ରା କରିଛନ୍ତି
ପ୍ରାୟ 60 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି
ଅଭିଯୋଗ କରିଛି ବିଜେପି
54 ଟି ବିଦେଶ ଯାତ୍ରା କରିଛନ୍ତି
ପ୍ରାୟ 60 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି
ଅଭିଯୋଗ କରିଛି ବିଜେପି
ନୂଆଦିଲ୍ଲୀ, ୧୫/୫: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଘୋଷିତ ଆୟ ଏବଂ ତାଙ୍କର ବ୍ୟାପକ ବିଦେଶ ଯାତ୍ରା ଖର୍ଚ୍ଚ ମଧ୍ୟରେ ଥିବା ଏକ ବଡ଼ ଆର୍ଥିକ ଅସଙ୍ଗତିକୁ ନେଇ ବିଜେପି ବଡ଼ ପ୍ରଶ୍ନ ଉଠାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବିତ ବିଦେଶ ଗସ୍ତକୁ କଂଗ୍ରେସ ସମାଲୋଚନା କରିବା ପରେ ଏହି ବିବାଦ ଆହୁରି ତୀବ୍ର ହୋଇଛି। ବିଜେପି ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ପ୍ରସଙ୍ଗରେ ରାହୁଲଙ୍କୁ କାଠଗଡ଼ାକୁ ଟାଣିଛନ୍ତି।
ଜଣେ ନିର୍ବାଚିତ ପ୍ରତିନିଧି ଭାବରେ ୨୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ରାହୁଲ ଗାନ୍ଧୀ ଅତିକମରେ ୫୪ଟି ବିଦେଶ ଯାତ୍ରା କରିଛନ୍ତି। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟଙ୍କ ଦ୍ବାରା ଉପସ୍ଥାପିତ ଖର୍ଚ୍ଚ ଆକଳନ ଅନୁଯାୟୀ, ଇଟାଲୀ, ଲଣ୍ଡନ, ନ୍ୟୁୟର୍କ, ବର୍ଲିନ,ଭିଏତନାମ, କାମ୍ବୋଡିଆ, କତର, ୟୁଏଇ, ମାଳଦ୍ବୀପ, ବାହାରିନ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଏବଂ ଓମାନ ଭଳି ରାଷ୍ଟ୍ରକୁ ଗାନ୍ଧୀଙ୍କ ଯାତ୍ରା ପାଇଁ ଆନୁମାନିକ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି।
ପଢନ୍ତୁ ଏହି ଖବର: ରାହୁଲ ଗାନ୍ଧିଙ୍କ ବିରୋଧରେ FIR ରୁଜୁ କରିବାକୁ ନିର୍ଦ୍ଦେଶ, ଦ୍ୱୈତ ନାଗରିକତା ମାମଲାରେ ବଢ଼ିଲା ସମସ୍ୟା
ନିର୍ବାଚନ ସତ୍ୟପାଠ ଅନୁଯାୟୀ ରାହୁଲଙ୍କ ସମୁଦାୟ ଘୋଷିତ ଆୟ ମାତ୍ର ୧୧ କୋଟି ଟଙ୍କା। ୨୦୧୫ ମସିହାରେ ରାହୁଲଙ୍କର ଦକ୍ଷିଣ-ପୂର୍ବ ଏସିଆ ଗସ୍ତରେ ପ୍ରାୟ ୪.୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସେହି ବର୍ଷ ତାଙ୍କର ଘୋଷିତ ବାର୍ଷିକ ଆୟ ଥିଲା ୮୬.୫୫ ଲକ୍ଷ । ଏହି ଯାତ୍ରାଗୁଡ଼ିକ ପାଇଁ ଅର୍ଥ କୌଣସି ବିଦେଶୀ ସଂସ୍ଥା, ବ୍ୟକ୍ତିଗତ ପାଣ୍ଠି କିମ୍ବା ଅଘୋଷିତ ଉତ୍ସରୁ ଆସିଛି କି ନାହିଁ, ସେ ନେଇ ଶାସକ ଦଳ ପ୍ରଶ୍ନ କରିଛି | ଏ ବାବଦ ଯାତ୍ରା ଅନୁମତି, ଆର୍ଥିକ ହିସାବ ଏବଂ ଟିକସ ଦାଖଲ ସମ୍ବନ୍ଧୀୟ ଏକ ସ୍ପଷ୍ଟ ଦଲିଲ ବିଜେପି ଦାବି କରିଛି। ରାହୁଲ ଗାନ୍ଧୀଙ୍କ ଅଘୋଷିତ ଖର୍ଚ୍ଚ ଦ୍ବାରା ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍ସିଆର୍ଏ)ର ଧାରା ୬, ଜନପ୍ରତିନିଧି ଆଇନ, ଆୟକର ଆଇନ ଏବଂ ଲୋକପାଳ ବ୍ୟବସ୍ଥାର ଉଲଂଘନ ହୋଇଥିବା କୁହାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହିତ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସିଆର୍ପିଏଫ୍ର ୨୦୨୫ ସେପ୍ଟେମ୍ବର ୧୦ର ଏକ ରିପୋର୍ଟକୁ ବିଜେପି ଦର୍ଶାଇଛି, ଯେଉଁଥିରେ ଇଟାଲୀ, ଦୁବାଇ ଏବଂ କତର ସମେତ ଛଅଟି ଅଘୋଷିତ ବିଦେଶ ଯାତ୍ରା ବିଷୟରେ ଉଲ୍ଲେଖ ରହିଛି। ଏହା ବ୍ୟତୀତ ୨୦୨୬ ମେ ମାସରେ ଓମାନକୁ ହୋଇଥିବା ଏକ ଅଘୋଷିତ ଯାତ୍ରା ବିଷୟରେ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି।
Related Topics
Explore more stories