ରାହୁଲ ଗାନ୍ଧି ଆତଙ୍କବାଦୀ ଗ୍ରୁପର ନେତା ହେବା ଦିଗରେ ଅଗ୍ରସର ହେଉଛନ୍ତି: ଯୋଗୀ
·1 year ago

ଅର୍ଗସ ବ୍ୟୁରୋ: କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ଭାରତ ବିରୋଧୀ ଆତଙ୍କବାଦୀ ଗ୍ରୁପର ନେତା ହେବା ଦିଗରେ ଅଗ୍ରସର ହେଉଛନ୍ତି। ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି, ରାହୁଲଙ୍କର ଏକମାତ୍ର ଲକ୍ଷ୍ୟ ଭାରତର ଏକତା , ଅଖଣ୍ଡତା ଏବଂ ସାମାଜିକ ସମତାକୁ ଖଣ୍ଡବିଖଣ୍ଡିତ କରିବା । କିନ୍ତୁ ଯେ ପର୍ଯ୍ୟନ୍ତ ବିଜେପିର ଗୋଟିଏ ବି କାର୍ଯ୍ୟକର୍ତ୍ତା ଅଛନ୍ତି ରାହୁଲଙ୍କ ଏ ବିଭାଜନକାରୀ ଆଭିମୁଖ୍ୟ ସଫଳ ହେବ ନାହିଁ ବୋଲି କହିଛନ୍ତି ଯୋଗୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଏନଡିଏ ସରକାର ଶୋଷିତ, ପୀଡିତ ଏବଂ ବଞ୍ଚିତଙ୍କ ଉତଥାନ୍ ପାଇଁ ସଂକଳ୍ପ ବଦ୍ଧ ବୋଲି କହିଛନ୍ତି ଯୋଗୀ ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: