Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଣୀତି ସିନ୍ଦେଙ୍କୁ ବିବାହ କରିବେ ରାହୁଲ

National

ପ୍ରଣୀତି ସିନ୍ଦେଙ୍କୁ ବିବାହ କରିବେ ରାହୁଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପ୍ରଣୀତି ସିନ୍ଦେଙ୍କୁ ବିବାହ କରିବେ ରାହୁଲ

ଅର୍ଗସ ବ୍ୟୁରୋ:  ଅନେକ ଦିନ ଧରି ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ସେଥିରୁ ବର୍ତ୍ତମାନ ପରଦା ଉଠୁଛି। ସବୁଠି ଚର୍ଚ୍ଚା,ସବୁଠି ଖୁସିର ମାହୋଲ। କୁହାଯାଉଛି କି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏକଥା ଆମେ କହୁନାହୁଁ, ଏକଥା ସୋସିଆଲ ମିଡିଆରେ ଘୁରି ବୁଲୁଛି। ହେଲେ କାହାକୁ ବିବାହ କରିବେ ରାହୁଲ ତାହା ମଧ୍ୟ ସ୍ପଷ୍ଟ ହୋଇଛି। ଭାଇରାଲ ହେଉଥିବା ଫଟୋରେ ରାହୁଲ ଗାନ୍ଧୀ ଜଣେ ଝିଅର ହାତ ଧରି ଯାଉଥିବାର ନଜର ଆସିଛନ୍ତି। ଦୁହେଁ ଖୁବ ସୁନ୍ଦର ଦେଖାଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟକୁ ନେଇ ଦାବି କରାଯାଇଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଦଳର ନେତ୍ରୀ ପ୍ରଣୀତି ସିନ୍ଦେଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଅନଲାଇନରେ ଭାଇରାଲ ହେଉଥିବା ଅନେକ ଭିଡିଓରେ ସାମ୍ବାଦିକ ଏବଂ ୟୁଟ୍ୟୁବରମାନେ ମଧ୍ୟ ରାହୁଲ ଗାନ୍ଧୀ ଏବଂ ପ୍ରଣୀତି ସିନ୍ଦେଙ୍କ ବିବାହ ସମ୍ଭାବନା ଉପରେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି।ଏକ୍ସରେ କିଛି ୟୁଜର୍ସ ଦାବି କରିଛନ୍ତି ଯେ, କଣ୍ଟେଣ୍ଟ କ୍ରିଏଟର ରାହୁଲ ଗାନ୍ଧୀ ଏବଂ ପ୍ରଣୀତି ସିନ୍ଦେଙ୍କ ମଧ୍ୟରେ ସଂପର୍କକୁ ଦେଖାଇବା ପାଇଁ ପ୍ରତିଦିନ ନୂଆ କଣ୍ଟେଣ୍ଟ ଅପଲୋଡ କରୁଛନ୍ତି। ଜଣେ ୟୁଜର୍ସ ଏହା ମଧ୍ୟ କହିଛନ୍ତି ଯେ, ବିବାହ ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ମେଣ୍ଟର କାରଣ ହୋଇପାରେ। ଅନ୍ୟ ଜଣେ ୟୁଜର୍ସ ପଚାରିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ପ୍ରଣୀତି ସିନ୍ଦେ ବିବାହ କରିବାକୁ ଯାଉଛନ୍ତି?
ତେବେ ଏନେଇ ଦୁଇ ନେତାମାନଙ୍କ ପକ୍ଷରୁ ଏହା ଉପରେ କୌଣସି ଅଫିସିଆଲ ବିବୃତ୍ତି ଆସିନାହିଁ। ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାୟବରେଲୀର ସାଂସଦ ଅଟନ୍ତି, ଅନ୍ୟପଟେ ପ୍ରଣୀତି ସିନ୍ଦେ ମହାରାଷ୍ଟ୍ର ସୋଲାପୁରରେ ସାଂସଦ ଅଛନ୍ତି।

ଅନ୍ୟପଟେ  ବିଦେଶରେ ଦେଶକୁ ବଦ୍ ନାମ କରୁଛନ୍ତି ରାହୁଲ ଗାନ୍ଧୀ। ନିଜର ପରିବାରବାଦ ରାଜନିତୀକୁ  ଲୁଚାଇବା ପାଇଁ ଆରଏସଏସ୍ ର ଆଇଡୋଲୋଜିକୁ କରୁଛନ୍ତି ବଦନାମ କରୁଛନ୍ତି । ରାହୁଲ ଗାନ୍ଧୀ ଏ ଜନ୍ମରେ ବୁଝିପାରିବେନି ଆର୍ ଏସ୍ ଏସ୍ ର ପ୍ରକୃତ ନିତୀକୁ । .ଆମେରିକାର ଟେକ୍ସାସ ୟୁନିଭର୍ସିଟିରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ନେଇ ବର୍ଷିଲେ ବିଜେପି ନେତା। ଦେଶ ବାହାରେ ଚାଇନା ଆଜେଣ୍ଡା ଚଳାଉଛନ୍ତି ରାହୁଲ ଗାନ୍ଧୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Rahul Gandhi-Praniti Shinde Marriage Rumours Go Viral On Social Media Platforms | Argus News