Videos
|
National

Rahul Gandhi / ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ଆହ୍ଲାବାଦ ହାଇକୋର୍ଟ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ଆହ୍ଲାବାଦ ହାଇକୋର୍ଟ

Key Points

ଶିଖ ସମୁଦାୟ ଦୁର୍ଦ୍ଦଶା ସମ୍ବନ୍ଧରେ ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀ ଉପରେ ବାରାଣସୀର ଏକ ଅଦାଲତ ଦେଇଥିବା ଆଦେଶକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ ।

ଲକ୍ଷ୍ନୌ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ବଢ଼ିପାରେ ଅଡ଼ୁଆ । ଶିଖ ସମୁଦାୟ ଦୁର୍ଦ୍ଦଶା ସମ୍ବନ୍ଧରେ ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀ ଉପରେ ବାରାଣସୀର ଏକ ଅଦାଲତ ଦେଇଥିବା ଆଦେଶକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ । ବୁଧବାର ଆହ୍ଲାବାଦ ହାଇକୋର୍ଟ ଆବେଦନ ଉପରେ ରାୟକୁ ସଂରକ୍ଷିତ ରଖିଛନ୍ତି ।


ବାରାଣସୀର ଏକ ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ ଜୁଲାଇ ୨୨ ତାରିଖରେ ଏକ ମାଜିଷ୍ଟ୍ରେଟ କୋର୍ଟ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଏଫ୍ଆଇଆର୍ (FIR) କରିବା ଆବେଦନ ଉପରେ ପୁଣି ଥରେ ଶୁଣାଣି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାହୁଲ ଗାନ୍ଧୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।


ହାଇକୋର୍ଟର ବିଚାରପତି ସମୀର ଜୈନ ବୁଧବାର ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ନିମ୍ନ ଅଦାଲତ ରାହୁଲ ଗାନ୍ଧୀଙ୍କ ବିରୋଧରେ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି ନିର୍ଦ୍ଦେଶନାମା ଜାରି କରିଥିଲେ । ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇ ସର୍ବୋଚ୍ଚ ନ୍ୟାୟାଳୟର ଉଦାହରଣ ଦେଇଥିଲେ । କହିଥିଲେ, ମାମଲାକୁ ନୂଆ ଦିଗରୁ ବିଚାର କରି ପୁଣି ନୂଆ ନିର୍ଦ୍ଦେଶ ଦିଅନ୍ତୁ ।


୨୦୨୪ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଆବେଦନରେ ଅଭିଯୋଗ ଅନୁସାରେ, ଆମେରିକା ଯାତ୍ରା ବେଳେ ରାହୁଲ ଗାନ୍ଧୀ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯେଉଁଥିରେ, ରାହୁଲ ଦାବି କହିଥିଲେ ଯେ ଭାରତରେ ଶିଖ ସେମାନଙ୍କୁ ଅସୁରକ୍ଷିତ ମଣୁଛନ୍ତି । ଆବେଦନରେ କୁହାଯାଇଥିଲା, ରାହୁଲଙ୍କ ଏହି ମନ୍ତବ୍ୟ ଉସୁକାଇବା ଭଳି । ଯାହାର ଉଦ୍ଦେଶ୍ୟ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଲାଭ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆବେଦନରେ ଆହୁରି ଦର୍ଶାଯାଇଥିଲା, ୨୦୧୮ ଡିସେମ୍ବର ୧୪ରେ ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିକ ଏକ ରାଲିରେ ରାହୁଲ ଗାନ୍ଧୀ ଏଭଳି ପ୍ରଚାର କରିଥିଲେ । ଯାହାର ପରିଣାମ ସ୍ଵରୂପ ଦିଲ୍ଲୀର ଶାହିନ ବାଗରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ହୋଇଥିଲା । ଆଉ ହିଂସା ଓ ଅରାଜକତା ବ୍ୟାପିଥିଲା ।


ପ୍ରଥମେ କୋର୍ଟ ଆବେଦନକୁ ଖାରଜ କରି କହିଥିଲେ, ଭାରତୀୟ ନ୍ୟାୟ ସଂହିତା ଧାରା ୨୦୮ ଅନୁସାରେ, ଭାରତ ବାହାରେ ହୋଇଥିବା କୌଣସି ଅପରାଧ କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମତି ବିନା ଭାରତରେ ଯାଞ୍ଚ କିମ୍ବା ଶୁଣାଣି ହୋଇପାରିବ ନାହିଁ । ଫଳରେ ଉଚ୍ଚ ନ୍ୟାୟାଳୟରେ ଏହି ରାୟକୁ ଚ୍ୟାଲେଞ୍ଜ ପରେ ମାମଲାର ଶୁଣାଣି ପାଇଁ ଅନୁମତି ମିଳିଥିଲା । ଏହାପରେ ରାହୁଲ ଗାନ୍ଧୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ।