ଏକ ମାନହାନୀ ମାମଲାର ଶୁଣାଣି କରି ରାହୁଲଙ୍କୁ ହାଜର ହେବାକୁ ନୋଟିସ
·1 year ago

ଅର୍ଗସ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର ହେବେ । କର୍ଣ୍ଣାଟକ ବିଜେପି ପକ୍ଷରୁ ହୋଇଥିବା ଏକ ମାନହାନୀ ମାମଲାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ନୋଟିସ ଜାରି ହୋଇଛି । ୨୦୨୩ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପକ୍ଷରୁ ଗଣମାଧ୍ୟମରେ ଏକ ଆପତ୍ତିଜନକ ବିଜ୍ଞାପନ ଦିଆଯାଇଥିଲା । ଏଥିରେ ବିଜେପି ସରକାର ୪୦ ପ୍ରତିଶତ କମିଶନ ନେବା ସହ ବିଭିନ୍ନ କାମ ଓ ଚାକିରି ପାଇଁ ଲାଞ୍ଚ ମାଗୁଥିବା ଲେଖାଯାଇଥିଲା । ଏହାଦ୍ୱାରା ମାନହାନୀ ହୋଇଥିବା ଅଭିଯୋଗ କରି ବିଜେପି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: