Videos
|
National

କାଲି ସଂସଦରେ ରାହୁଲ କରିଥିଲେ ହିନ୍ଦୁଙ୍କ ଅପମାନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
କାଲି ସଂସଦରେ ରାହୁଲ କରିଥିଲେ ହିନ୍ଦୁଙ୍କ ଅପମାନ

ଅର୍ଗସ ବ୍ୟୁରୋ: ହାଇଦ୍ରାବାଦରୁ ଜମ୍ମୁ, ମୁମ୍ବାଇରୁ ପ୍ରୟାଗରାଜ ପୁଣି ଭୋପାଳ । ରାହୁଲ ଗାନ୍ଧିଙ୍କର ‘ହିନ୍ଦୁ ହିଂସ୍ର’ ମନ୍ତବ୍ୟର ପ୍ରତିବାଦରେ ଆଜି ଗଗନ ପବନ ଏକାକାର । ହାଇଦ୍ରାବାଦରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ । ଯେଉଁଠି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚକଅଖ ଜାମ୍ କରି ରାହୁଲଙ୍କ ବିରୋଧରେ ବର୍ଷିଛନ୍ତି ଯୁବମୋର୍ଚ୍ଚାର ସଦସ୍ୟ । ମାୟାନଗରୀ ମୁମ୍ବାଇର ଦୃଶ୍ୟ ମଧ୍ୟ ଭୟାନକ । ଏଠି ରାହୁଲଙ୍କ ବୟାନକୁ ପ୍ରବଳ ବିରୋଧ କରଯାଇଛି । ହିନ୍ଦୁ ସମାଜ ପ୍ରତି ରାହୁଲ ଯେଉଁ ମନ୍ତବ୍ୟ ରଖିଥିଲେ ତାର ଦୃଢ଼ ନିନ୍ଦା କରାଯାଇଛି । ଭୋପାଳରେ ବି ସମାନ ଦୃଶ୍ୟ । ଗତକାଲି ଲୋକସଭାରେ ରାହୁଲ ଯେଉଁ ମନ୍ତବ୍ୟ ଦେଇଥିଲେ ତା ବିରୋଧରେ ବିଜେପି ଯୁବମୋର୍ଚ୍ଚା ପ୍ରବଳ ପ୍ରତିବାଦ କରିଛି । ପ୍ରୟାଗରାଜରେ ଗତକାଲି ଠାରୁ ହିଁ ବିରୋଧ ଆରମ୍ଭ ହୋଇଛି । ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଏଠାରେ ବି ଦାହ କରାଯାଇଛି । ଜମ୍ମୁରେ ବି ରାହୁଲଙ୍କ ବିରୋଧରେ ଦେଖିବାକୁ ମିଳିଛି ତମ୍ବିତୋଫାନ । ଡୋଗ୍ରା ଫ୍ରଣ୍ଟ ପକ୍ଷରୁ ଏଠାରେ ଶୋଭାଯାତ୍ରା ବାହାର କରାଯିବା ସହ ରାହୁଲଙ୍କ ବୟାନକୁ ନିନ୍ଦା କରାଯାଇଛି ।

ଗତକାଲି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଚାଲିଥିବା ବେଳେ ବକ୍ତବ୍ୟ ରଖୁଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ହେଲେ ହଠାତ୍ କହୁକହୁ କହି ଦେଇଥିଲେ ଯେଉଁମାନେ ନିଜକୁ ହିନ୍ଦୁ କହନ୍ତି ସେମାନେ 24 ଘଣ୍ଟା ହିଂସା ଓ ଘୃଣା କରୁଛନ୍ତି। ଯେଉଁଥିପାଇଁ ଆମ ରାଜ୍ୟରେ ଦେଖିବାକୁ ମିଳିଛି ପ୍ରତିବାଦ ।  ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ପ୍ରତିବାଦ କରିଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ସାମ୍ବାଦିକ ସମ୍ମିଳନୀ କରି ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । କଂଗ୍ରେସ 56 ବର୍ଷ ଦେଶକୁ ଶାସନ କରିଛି । ତେଣୁ ସେମାନଙ୍କର ବିରୋଧୀ ଦଳରେ ବସିବାର ଅଭ୍ୟାସ ନାହିଁ । ସେଥିପାଇଁ ସେମାନେ ଅଣ ନିଶ୍ବାସୀ ହୋଇଛନ୍ତି ।  ଲୋକସଭାରେ କାହିଁକି 425ରୁ ଆଜି କଂଗ୍ରେସ ଏଭଳି ଅବସ୍ଥାରେ ପହଞ୍ଚିଛି ବୋଲି କହିଛନ୍ତି ମନମୋହନ ।

ହିନ୍ଦୁ ବିରୋଧୀ ଆଭିମୁଖ୍ୟ ପାଇଁ ପୂର୍ବରୁ କଂଗ୍ରେସକୁ ଦେବାକୁ ପଡ଼ିଛି ରାଜନୈତିକ ମୂଲ୍ୟ । 2014 ଓ 2019ରେ ବିରୋଧୀ ଦଳ ନେତା ପଦ ବି ହରାଇ ବସିଥିଲା କଂଗ୍ରେସ। ଏଥର ବି ଲୋକସଭାରେ ତିନି ଅଙ୍କ ଛୁଇଁ ପାରିନାହିଁ ଦେଶକୁ ସର୍ବାଧିକ କାଳ ଶାସନ କରିଥିବା ଦଳ। ୟା ଭିତରେ ଦେଶରେ ସଂଖ୍ୟାଲଘୁ ଧ୍ରୁବୀକରଣ ପାଇଁ ରାହୁଲ ଗାନ୍ଧିଙ୍କ ଷ୍ଟ୍ରାଟେଜି ତାଙ୍କ ଦଳ ପାଇଁ ବୁମେରାଂ ପାଲଟିବ କି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Rahul insulted Hindus in Parliament yesterday | Argus News