Rahul v/s Kejriwal: ରାହୁଲଙ୍କୁ କେଜ୍ରିଓ୍ବାଲଙ୍କ କଡ଼ା ଜବାବ, କହିଲେ `ମୁଁ ତାଙ୍କୁ କିଛି କହିବିନି, କାରଣ...' !

ଅର୍ଗସ ବ୍ୟୁରୋ: ଦିଲ୍ଲୀ ରାଜନୀତି ସରଗରମ । ଜୋରଦାର ଚାଲିଛି ବାକ୍ ଯୁଦ୍ଧ । କେହି କାହାରିକୁ ଛାଡ଼ିବାକୁ ନାରାଜ । କେଜ୍ରିଓ୍ବାଲଙ୍କୁ ରାହୁଲଙ୍କ ସମାଲୋଚନା ପରେ, ଏବେ ପାଲଟା ଆକ୍ରମଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କହିଲେ `ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି, ରାହୁଲ ଗାନ୍ଧି କଂଗ୍ରେସ ଦଳ ପାଇଁ ଲଢ଼ୁଛନ୍ତି।'
ଗତ ସୋମବାର ଆମ୍ ଆଦ୍ମୀ ପାର୍ଟି ମୁଖ୍ୟ ଆରବିନ୍ଦ କେଜ୍ରିୱାଲ୍ଙ୍କୁ କଡ଼ା ସମାଲୋଚନା କରିଥିଲେ ରାହୁଲ । ସେ କହିଲେ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ଲୋକଙ୍କୁ ମିଛ ସ୍ବପ୍ନ ଦେଖାଇ ଠକୁଛନ୍ତି । ଯାହାକି ଲୋକଙ୍କ ସହ ଏକ ପ୍ରକାର ପ୍ରତାରଣା ।
ଯାହାର ପାଲଟା ଜବାବ ଦେଇଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ୱାଲ ରାହୁଲ ଗାନ୍ଧିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ରାହୁଲ ଗାନ୍ଧିଙ୍କ ବିରୋଧରେ କିଛି କହିବି ନାହିଁ। କାରଣ `ମୁଁ ଦେଶକୁ ବଞ୍ଚାଇବା ପାଇଁ ଲଢ଼େଇ କରୁଛି। ହେଲେ ରାହୁଲ ଗାନ୍ଧି କଂଗ୍ରେସ ଦଳକୁ ବଞ୍ଚାଇବା ପାଇଁ ଅପ୍ରାଣ ଚେଷ୍ଟା କରୁଛନ୍ତି। ତେଣୁ ତାଙ୍କ ବିରୋଧରେ ମୁଁ କିଛି କହିବାକୁ ଉଚିତ ମନେ କରୁନି ।'
ତେବେ ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ବିଧାନସଭା ନିର୍ବାଚନ ଅର୍ଥାତ ଭୋଟ ଗ୍ରହଣ ହେବାକୁ ଯାଉଛି । ଆଉ ଫେବ୍ରୁଆରୀ ୮ ତାରିଖରେ ଭୋଟ୍ ଗଣତି ହେବ। ତେଣୁ ଏବେ ଦିଲ୍ଲୀ ରାଜନୀତି ଖୁବ୍ ସରଗରମ । ବିଜେପି ଓ ଆପ୍ ମଧ୍ୟରେ ଏଥର କଡ଼ା ଟକ୍କର ଦେଖିବାକୁ ମିଳୁଛି ।
📱 Get Argus News App
✨ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ଦିନଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ୧୭ ଜାନୁଆରୀ । 20 ଜାନୁଆରୀ ପ୍ରତ୍ୟାହାରର ଶେଷ ତାରିଖ । ସମସ୍ତ ୭୦ ଆସନରେ ଭୋଟିଂ ପାଇଁ ୧୩୦୩ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା ହେବ । ୨୧୦ଟି ମଡେଲ ପୋଲିଂ ଷ୍ଟେସନ ମଧ୍ୟରୁ ୭୦ଟି ପୋଲିଂ ଷ୍ଟେସନ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୭୦ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା କରିଛି ନିର୍ବାଚନ କମିଶନ ।
ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳ ବିଜେପି, ଆପ୍ ଓ କଂଗ୍ରେସ ମଧ୍ୟରେ ତୀବ୍ର ହୋଇଛି ବାକ୍ ଯୁଦ୍ଧ । ଦିନେ ରାଷ୍ଟ୍ରୀୟ ବିକଳ୍ପ ହେବାର ସ୍ବପ୍ନ ଦେଖିଥିବା ଆପ୍ ଏବେ ଦୁର୍ନୀତିର କାଠଗଡ଼ାରେ ଛିଡ଼ା ହୋଇସାରିଛି । ତେଣୁ କ୍ଷମତା ବଜାୟ ରଖିବାକୁ ଯୋଜନା ପରେ ଯୋଜନା ଘୋଷଣା କରି ଆପ୍ ସଂଯୋଜକ କେଜ୍ରିୱାଲ ଦିଲ୍ଲୀବାସୀଙ୍କ ମନ ଜିଣିବାକୁ କରୁଛନ୍ତି ଜୋରଦାର ଉଦ୍ୟମ । କଂଗ୍ରେସ ବି ଆପ ଦୁର୍ନୀତିକୁ ଲଗାତର କରିଛି ଟାର୍ଗେଟ୍ ।
ତେବେ ଶାସକ ଆପକୁ ଗାଦିଚ୍ୟୁତ କରିବା ପାଇଁ ଅଣ୍ଟା ଭିଡିଛି ବିଜେପି । ଗତ ଦୁଇଟି ନିର୍ବାଚନ ତୁଳନାରେ ଏଥର ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ `ଆପ୍'ର ମୁଣ୍ଡବିନ୍ଧାର କାରଣ ପାଲଟିଛି ବିଜେପି । ଦିଲ୍ଲୀରେ ବିଜେପି ପ୍ରଚାରର ମଙ୍ଗ ଧରି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ପରିବର୍ତ୍ତନର ଆହ୍ବାନ ଦେଇଛନ୍ତି ।