Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାହୁଲଙ୍କ ବଡ଼ ଘୋଷଣା, ଓ୍ବାୟନାଡରେ ହେବେ ଦୁଇଜଣ ଏମପି

Ritu Das
Browse all articles by Ritu Das
·1 year ago·1 min read
ରାହୁଲଙ୍କ ବଡ଼ ଘୋଷଣା, ଓ୍ବାୟନାଡରେ ହେବେ ଦୁଇଜଣ ଏମପି

ଅର୍ଗସ ବ୍ୟୁରୋ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବୁଧବାର କେରଳର ୱାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ସେ ଏକ ରୋଡ ଶୋ କରିଥିଲେ ଏବଂ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ କଂଗ୍ରେସ ଏମପି ତଥା ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ ଜନସଭାକୁ ସମ୍ବୋଧନ କରି ରାହୁଲ କହିଛନ୍ତି, ଯଦି ପ୍ରିୟଙ୍କା ଜିତନ୍ତି ତେବେ ୱାୟନାଡର ଦୁଇଜଣ ଏମପି ରହିବେ। ମୁଁ ୱାୟନାଡର ଲୋକମାନଙ୍କର ଅନୌପଚାରିକ ଏମପି ହେବି ।

ରାହୁଲ ଗାନ୍ଧୀ କହିଛନ୍ତି, ଭଉଣୀ ପ୍ରିୟଙ୍କା ଗାନ୍ଧୀ ୱାୟନାଡର ଜତିଲେ ଲୋକମାନେ ଏଠାରେ ଦୁଇଜଣ ଏମପି ପାଇବେ। ମୁଁ ୱାୟନାଡ ଲୋକଙ୍କର ଅନୌପଚାରିକ ଏମପି ହେବି। କହିରଖୁଛୁ ଯେ, ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶ ରାଏବରେଲି ଓ କେରଳର ଓ୍ବାୟନାଡରୁ ନିର୍ବାଚିତ ହୋଇଥିଲେ। ପରେ ସେ ୱାୟନାଡ ଆସନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି। ନଭେମ୍ବର ୧୩ରେ ୱାୟନାଡରେ ଭୋଟ ଗ୍ରହଣ କରାଯିବ ଏବଂ ନଭେମ୍ବର ୨୩ରେ ଭୋଟ ଗଣନା କରାଯିବ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rahul's big announcement | Argus News