Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Railway Budget / ରେଳ ବଜେଟରେ ପୁଣି ଅର୍ଥ ଅଜାଡି ଦେଲେ କେନ୍ଦ୍ର ସରକାର

Rashmita Mishra
Browse all articles by Rashmita Mishra
·5 months ago·2 min read
ରେଳ ବଜେଟରେ ପୁଣି ଅର୍ଥ ଅଜାଡି ଦେଲେ କେନ୍ଦ୍ର ସରକାର
Railway Budget

Key Points

ଓଡ଼ିଶାକୁ ୧୦,୯୨୮ କୋଟି । 
ରେଳ ବଜେଟରେ ପୁଣି ଅର୍ଥ ଅଜାଡି ଦେଲେ କେନ୍ଦ୍ର ସରକାର ।

ରେଳ ବଜେଟରେ ପୁଣି ଅର୍ଥ ଅଜାଡି ଦେଲେ କେନ୍ଦ୍ର ସରକାର । ଏଥର ଓଡ଼ିଶାକୁ ମିଳିବ ୧୦,୯୨୮ କୋଟି । ଇଷ୍ଟ-ୱେଷ୍ଟ ଫ୍ରେଟ୍ କରିଡରରେ ଯୋଡି ହେବ ଓଡ଼ିଶା । ୨୦୨୬ ଶେଷ ସୁଦ୍ଧା ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମ । ଏପଟେ ରେଳ ବଜେଟର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ।

ସୂଚନାନୁଯାୟୀ ପୁଣି ବଢିଲା ରେଳ ଅନୁଦାନ । ଗତବର୍ଷ ମିଳିଥିଲା ୧୦,୫୯୯ କୋଟି । ଏଥର ମିଳିଛି ୧୦ ହଜାର ୯୨୮ କୋଟି । ରାଜ୍ୟରେ ଚାଲିଛି ୯୦ ହଜାର ୬୫୯ କୋଟିର ରେଳ ପ୍ରକଳ୍ପ । ଖୁବ ଶୀଘ୍ର ପ୍ରତିଶୃତି ଅନୁସାରେ ୧ ଲକ୍ଷ କୋଟି ପ୍ରକଳ୍ପ ଟାର୍ଗେଟ ପୂରଣ ହେବ । ଇଷ୍ଟ-ୱେଷ୍ଟ ଫ୍ରେଟ କରିଡରରେ ଯୋଡି ହେବ ଓଡିଶା । ଏହା ପଶ୍ଚିମବଙ୍ଗର ଦାନ୍ତକୁଣିରୁ ଓଡିଶା - ଛତିଶଗଡ - ମଧ୍ୟପ୍ରଦେଶ - ମହାରାଷ୍ଟ୍ର -ସହ ଗୁଜରାଟର ସୁରଟକୁ ସଂଯୋଗ କରିବ । ରାଜ୍ୟରେ ଚାଲିଛି ୬ ବନ୍ଦେ ଭାରତ ଓ ୬ ଅମୃତ ଭାରତ ଟ୍ରେନ । ଗତ ୧୧ ବର୍ଷରେ ରାଜ୍ୟରେ ତିଆରି ହୋଇଛି ୨୨୦୦ କିମି ଯାହା ମାଲେସିଆ ଭଳି ଦେଶର ମୋଟ ରେଳ ଟ୍ରାକ ଠାରୁ ଅଧିକ ।

ସେପଟେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ରୋକିବାକୁ ରେଳ ବିଭାଗର ବଡ଼ ପଦକ୍ଷେପ । ସମ୍ବେଦନଶୀଳ ସ୍ଥାନରେ ଲାଗିବ ଅପ୍ଟିକାଲ ଫାଇବର । ୬ ମାସ ମଧ୍ୟରେ AI ବେସ ଥର୍ମାଲ କ୍ୟାମେରା ଲଗେଇବାକୁ ଯୋଜନା କରାଯାଉଛି । ସାରା ଦେଶ ରେ ୨୦୦ ଜାଗାରେ ତିଆରି ହେବ ଅଣ୍ଡର ପାସ । ଗତବର୍ଷ ଇଷ୍ଟ କୋଷ୍ଟ ରେଳବାଇକୁ ମିଳିଥିବା ଅର୍ଥରୁ ୮୮ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି । ଓଡିଶା ଖର୍ଚ୍ଚ କରି ସାରିଛି ୯୧ପ୍ରତିଶତ । ୨୦୨୬ ଶେଷ ସୁଦ୍ଧା ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମ । ୭ଟି ଟନେଲ କାମ ଏବେ ଶେଷ ପର୍ଯ୍ୟାୟରେ, ତାଳଚେର, ବରପାଲି ଓ ପାରଳାଖେମୁଣ୍ଡିର ଅମୃତ ଷ୍ଟେସନ କାମ ସରିଥିବା ବେଳେ ୨୦୨୬ ଡିସେମ୍ବର ସୁଦ୍ଦା ବାକି କାମ ସରିବ ।

ଏପଟେ କିନ୍ତୁ ରେଳ ଅନୁଦାନକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ । ୨୦୦୯ରୁ ୧୪ ଭିତରେ ବର୍ଷକୁ ଆସୁଥିଲା ହାରାହାରି ୧୧୭୧ କୋଟି । ଏଥର ମିଳିଛି ୧୩ଗୁଣ ଅଧିକ । ୨୦୧୪ ପରଠାରୁ ତିଆରି ହୋଇଛି ୨୨ ଶହ କିଲୋମିଟର ରେଳ ଟ୍ରାକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Railway Budget | Centre Allocates More Funds in Railway Budget | Argus News