Videos
|
National

Ticket Insurance / ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, କାଲି ଠାରୁ କାଉଣ୍ଟର ଟିକେଟ୍‌ରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା

Bikash Mohanty
Browse all articles by Bikash Mohanty
·54 mins ago·2 min read
ରେଳ ଯାତ୍ରୀଙ୍କ ପାଇଁ ଖୁସି  ଖବର, କାଲି ଠାରୁ କାଉଣ୍ଟର ଟିକେଟ୍‌ରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା
Ticket Insurance

Key Points

ରେଳ ଯାତ୍ରୀଙ୍କ ପାଇଁ ଖୁସି  ଖବର
ଆସନ୍ତା କାଲି ଠାରୁ କାଉଣ୍ଟର ଟିକେଟ୍‌ରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା
ମାତ୍ର ୩୫ରୁ ୪୫ ପଇସାର ପ୍ରିମିୟମ୍‌ରେ ଏହି ସୁବିଧା ମିଳିବ 

ନୂଆଦିଲ୍ଲୀ,୨୬/୧୦: ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଆସନ୍ତା କାଲି ଠାରୁ  କାଉଣ୍ଟର ଟିକେଟ୍‌ରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା! ଦୀପାବଳି ଓ ଛଟ୍‌ ପୂଜା ଭଳି ପ୍ରମୁଖ ପର୍ବକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି କେବଳ ଅନଲାଇନ୍‌ରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀ ନୁହନ୍ତି, ରେଳ ଷ୍ଟେସନର ରିଜର୍ଭେସନ୍‌ କାଉଣ୍ଟରରୁ ଟିକେଟ୍ କିଣୁଥିବା ଯାତ୍ରୀ ମଧ୍ୟ ଦୁର୍ଘଟଣାଜନିତ ବୀମାର ସୁବିଧା ପାଇପାରିବେ। । ମାତ୍ର ୩୫ରୁ ୪୫ ପଇସାର ପ୍ରିମିୟମ୍‌ରେ ଯାତ୍ରୀମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା କଭର ପାଇପାରିବେ।

ଡିଜିଟାଲ୍ ପେମେଣ୍ଟ କଲେ ମିଳିବ ସୁବିଧା

ଏହି ବୀମା ସୁବିଧା ପାଇବା ପାଇଁ ଯାତ୍ରୀଙ୍କୁ ଏକ ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଷ୍ଟେସନ କାଉଣ୍ଟରରେ ଟିକେଟ୍ ବୁକିଂ ସମୟରେ ନଗଦ ଟଙ୍କା ବଦଳରେ ଡିଜିଟାଲ୍ ପେମେଣ୍ଟ କରିବାକୁ ହେବ। ଏଥିପାଇଁ UPI, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା QR କୋଡ୍‌ ମାଧ୍ୟମରେ ପେମେଣ୍ଟ କରିହେବ। ନଗଦ ଟଙ୍କା ଦେଇ ଟିକେଟ୍ କିଣିଲେ ଏହି ସୁବିଧା ମିଳିବ ନାହିଁ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।

ପଢନ୍ତୁ ଏହି ଖବର: ମୋଟର ଯାନ ନିୟମରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ କଣ ହେଲା ପରିବର୍ତ୍ତନ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିଜର୍ଭେସନ୍ ଫର୍ମରେ ହେବ ପରିବର୍ତ୍ତନ

ନୂଆ ବ୍ୟବସ୍ଥା ପାଇଁ ରେଳବାଇ ରିଜର୍ଭେସନ୍ ଫର୍ମରେ ବୀମା ସମ୍ପର୍କିତ ଏକ ସ୍ୱତନ୍ତ୍ର ବିକଳ୍ପ ରଖିବାକୁ ଯୋଜନା କରିଛି। ଯାତ୍ରୀମାନେ ଫର୍ମ ପୂରଣ କରିବା ସମୟରେ ବୀମା ନେବାକୁ ଚାହୁଁଥିଲେ ସେହି ବିକଳ୍ପରେ ଟିକ୍‌ ଚିହ୍ନ ଦେବାକୁ ହେବ। ଏହା ସହ ଏକ ସକ୍ରିୟ ମୋବାଇଲ୍ ନମ୍ବର ଦେବା ମଧ୍ୟ ଆବଶ୍ୟକ ହେବ।

କେଉଁ କ୍ଷେତ୍ରରେ ମିଳିବ ବୀମା?

ଦିଆଯାଇଥିବା ସୂଚନା ଅନୁସାରେ, ଟ୍ରେନ୍ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିପାରିବ। ସେହିପରି ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ମଧ୍ୟ ନିୟମ ଅନୁସାରେ ବୀମା ରାଶି ପ୍ରଦାନ କରାଯିବ। ଗୁରୁତର ଆଘାତ ଓ ଚିକିତ୍ସା ଖର୍ଚ୍ଚ ପାଇଁ ମଧ୍ୟ ନିର୍ଦ୍ଧାରିତ ରାଶି ମିଳିବାର ବ୍ୟବସ୍ଥା ରହିପାରେ।