Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Train Ticket / ଆଜିଠୁ ମହଙ୍ଗା ହେଲା ରେଳ ଭଡ଼ା, ଜାଣନ୍ତୁ କେତେ ବଢ଼ିଲା...

Rashmita Mishra
Browse all articles by Rashmita Mishra
·6 months ago·2 min read
ଆଜିଠୁ ମହଙ୍ଗା ହେଲା ରେଳ ଭଡ଼ା, ଜାଣନ୍ତୁ କେତେ ବଢ଼ିଲା...
train tickets

Key Points

ଆଜିଠୁ ମହଙ୍ଗା ହେଲା ରେଳ ଭଡ଼ା ... ସାଧାରଣ ଶ୍ରେଣୀ ଟିକେଟ ପାଇଁ ପ୍ରତି କିଲୋମିଟର ପିଛା ଫେୟାର ପ୍ରାଇସରେ ଏକ ପଇସା ବୃଦ୍ଧି ।

ଆଜିଠୁ ଲାଗୁ ହୋଇଛି ନୂତନ ବର୍ଦ୍ଧିତ ରେଳ ଭଡ଼ା । ଏଣିକି ୨୧୫ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ସାଧାରଣ ଶ୍ରେଣୀ ଟିକେଟ ଲାଗି ପ୍ରତି କିଲୋମିଟରରେ ପିଛା ଏକ ପଇସା ଅଧିକ ଦେବାକୁ ପଡ଼ିବ । ସମସ୍ତ ଟ୍ରେନର ଏସି, ନନ୍-ଏସି ମେଲ୍ / ଏକ୍ସପ୍ରେସ୍ ଏବଂ ଏୟାରକଣ୍ଡିସନ୍ ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ ଦୁଇ ପଇସା ବୃଦ୍ଧି କରାଯାଇଛି ।

ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବୃଦ୍ଧି ହୋଇଛି ରେଳ ଭଡ଼ା । ରେଳବାଇର ବର୍ଦ୍ଧିତ ପରିଚାଳନା ଖର୍ଚ୍ଚ, ମାନବ ସମ୍ବଳ ଖର୍ଚ୍ଚ ଏବଂ ପେନସନ ଖର୍ଚ୍ଚ ଲାଗି ରେଳଭଡ଼ା ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି । ତେବେ ୨୧୬ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ଏହି ଭଡ଼ା ବଢ଼ିଛି ।
ବଢ଼ିଲା ରେଳ ଭଡ଼ା

୨୧୫ କିମି ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀରେ କୌଣସି ବୃଦ୍ଧି ନାହିଁ , ୨୧୬ରୁ ୭୫୦ କିଲୋମିଟର ପର୍ଯ୍ୟନ୍ତ ୫ ଟଙ୍କା ବୃଦ୍ଧି, ୭୫୧ରୁ ୧୨୫୦ କିଲୋମିଟର ପର୍ଯ୍ୟନ୍ତ ୧୦ ଟଙ୍କା ବୃଦ୍ଧି, ୧୨୫୧ରୁ ୧୭୫୦ କିଲୋମିଟର ପର୍ଯ୍ୟନ୍ତ ୧୫ ଟଙ୍କା ବୃଦ୍ଧି, ୧୭୫୧ରୁ ୨୨୫୦ କିଲୋମିଟର ପର୍ଯ୍ୟନ୍ତ ୨୦ ଟଙ୍କା ବୃଦ୍ଧି, ମେଲ୍/ଏକ୍ସପ୍ରେସ୍ ନନ୍-ଏସି ଓ ଏସିରେ ୨ ପଇସା କିମି ପ୍ରତି, ୫୦୦ କିମି. ନନ୍-ଏସିରେ ଯାତ୍ରା କଲେ ୧୦ ଟଙ୍କା ଅଧିକ ଦେବାକୁ ପଡ଼ିବ, ରେଳବାଇ ଅତିରିକ୍ତ ରାଜସ୍ୱ ୬୦୦ କୋଟି ଟଙ୍କା ପାଇବ, ସବ-ଅର୍ବାନ ଓ ସିଜନ ଟିକଟରେ କୌଣସି ପରିବର୍ତ୍ତନ ନାହିଁ ।

ତେଜସ ରାଜଧାନୀ, ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ବନ୍ଦେ ଭାରତ, ହମସଫର, ଅମୃତ ଭାରତ, ତେଜସ, ମହାମନା, ଗତିମାନ, ଅନ୍ତ୍ୟୋଦୟ, ଗରିବ ରଥ, ଜନ ଶତାବ୍ଦୀ, ଯୁବ ଏକ୍ସପ୍ରେସ, ନମୋ ଭାରତ ରାପିଡ୍ ରେଳ ଏବଂ ସାଧାରଣ ଅଣ-ଉପସହରାଞ୍ଚଳ ସେବା (ଯେଉଁଠି ଆବଶ୍ୟକ, ଏସି ମେମୁ/ମେମୁକୁ ବାଦ ଦେଇ) ସମେତ ପ୍ରମୁଖ ଟ୍ରେନ୍ ସେବାଗୁଡ଼ିକର ବର୍ତ୍ତମାନର ମୂଳ ଭଡ଼ାରେ ସଂଶୋଧନ କରାଯାଇଛି। ଏହାକୁ ଅନୁମୋଦିତ ଶ୍ରେଣୀ-ୱାରି ମୂଳ ଭଡ଼ା ବୃଦ୍ଧି ନିୟମ ଅନୁସାରେ କରାଯାଇଛି । ପ୍ରଯୁଜ୍ୟ ଶ୍ରେଣୀଗୁଡ଼ିକରେ ସମାନ ଭାବରେ ଏବଂ ଏକ କ୍ରମାନୁସାରେ ଏହି ସଂଶୋଧନ କରାଯାଇଛି ।

ସଂରକ୍ଷିତ ଶୁଳ୍କ, ସୁପରଫାଷ୍ଟ ସରଚାର୍ଜ କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏଗୁଡ଼ିକ ପ୍ରଚଳିତ ନିୟମ ଅନୁଯାୟୀ ଆଦାୟ କରାଯିବ । ଜିଏସଟିର ପ୍ରୟୋଗ ମଧ୍ୟ ଅପରିବର୍ତ୍ତିତ ରହିଛି ଏବଂ ପ୍ରଚଳିତ ମାନଦଣ୍ଡ ଅନୁଯାୟୀ ମୋଟ୍‌ ଭଡ଼ା ନିର୍ଦ୍ଧାରଣ କରାଯିବ।

ସଂଶୋଧିତ ଭଡ଼ା କେବଳ ୨୬ ଡିସେମ୍ବର ୨୦୨୫ କିମ୍ବା ତା’ପରେ ବୁକ୍ ହୋଇଥିବା ଟିକେଟ୍ ଉପରେ ଲାଗୁ ହେବ । ନୂଆ ଦର ଲାଗୁ ହେବା ତାରିଖ ପରେ ଯାତ୍ରା କଲେ ମଧ୍ୟ ପୂର୍ବରୁ ବୁକ୍ ହୋଇଥିବା ଟିକେଟ୍ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ । ଷ୍ଟେସନଗୁଡ଼ିକରେ ଦେଖାଯାଉଥିବା ଭଡ଼ା ତାଲିକାକୁ ସଂଶୋଧିତ କରାଯାଇ ୨୬ ଡିସେମ୍ବର ୨୦୨୫ରୁ ଲାଗୁ ହୋଇଥିବା ନୂଆ ଦର ପ୍ରଦର୍ଶନ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Train Ticket | Railway Fares Increased from Today: Check How Much Prices Have Risen | Argus News