Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟ୍ରେନ୍ ଟ୍ରାଜେଡି, ଦୁଃଖ ପ୍ରକାଶ କଲେ ଅଶ୍ୱିନୀ ବୈଷ୍ଣବ

Smruti Parija
Browse all articles by Smruti Parija
·2 years ago·1 min read
ଟ୍ରେନ୍ ଟ୍ରାଜେଡି, ଦୁଃଖ ପ୍ରକାଶ କଲେ ଅଶ୍ୱିନୀ ବୈଷ୍ଣବ

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗ ସିଲିଗୁଡ଼ି ରଙ୍ଗପାଣିରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । କୋଲକାତା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ  8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଡିଏମ୍, ଏସପି, ଡାକ୍ତରୀ ଟିମ୍, ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଜାରି କରିଛନ୍ତି । ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ରେଳମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

 

ନିଜେ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।  ଏକ୍ସପ୍ରେସ୍ ଟ୍ରେନଟି ଠିଆ ହୋଇଥିବା ବେଳେ ମାଲବାହୀ ଟ୍ରେନ୍ ପଛପଟୁ ଆସି ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ ଟ୍ରେନର ୩ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ରେଲୱେ ପକ୍ଷରୁ ଜାରି କରାଯାଇଛି ହେଲ୍ପ ଲାଇନ ନମ୍ବର…

୦୩୩-୨୩୫୦୮୭୯୪, ୦୩୩- ୨୩୮୩୩୩୨୬, ୦୩୬୧୨୭୩୧୬୨୧, ୦୩୬୧୨୭୩୧୬୨୨, ୦୩୬୧୨୭୩୧୬୨୩, ୦୩୬୭୪୨୬୩୯୫୮, ୦୩୬୭୪୨୬୩୮୩୧, ୦୩୬୭୪୨୬୩୧୨୦

କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌, 5 ମୃତ
 

Sponsored
railway-minister-Ashwini Vaishnav expressed his grief-on-tra | Argus News