ସଂସଦରେ ଦମଦାର ଭାଷଣ ଦେଲେ ଅଶ୍ଵିନୀ ବୈଷ୍ଣବ : ଚୁପ୍ ହୋଇ ଶୁଣିଲେ ବିରୋଧୀ

Key Points
- ସଂସଦରେ ଦମଦାର ଭାଷଣ ଦେଲେ ଅଶ୍ଵିନୀ ବୈଷ୍ଣବ
- କହିଲେ, ଆମେ ରିଲ୍ସ ବନାଇବା ଲୋକ ନୁହେଁ
- ଲୋକଙ୍କ ଲାଗି ଆମେ କାମ କରୁ
ଅର୍ଗସ ବ୍ୟୁରୋ : ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରୁଥିଲେ ବିରୋଧୀ । ଏମିତିକି ରେଳରେ ଯିବାକୁ ଯାତ୍ରୀ ଏବେ ଡରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଦୁର୍ଘଟଣାକୁ ନେଇ ବର୍ଷିଥିଲେ । ଆଉ ବିରୋଧୀଙ୍କୁ ଉତ୍ତର ଦେବା ବେଳେ ରୋକଠୋକ କହିଥିଲେ ଅଶ୍ଵିନୀ । ଆମେ ରିଲ୍ସ ବନାଇବା ଲୋକ ନୁହେଁ ବରଂ ଲୋକଙ୍କ ଲାଗି କାମ କରିବା ଆମର ଧର୍ମ । କଠିନ ପରିଶ୍ରମ କରୁଛୁ, କରିବୁ ବୋଲି ବି କହିଥିଲେ । ଏମିତି ଉତ୍ତର ଶୁଣି କିଛି ସମୟ ଲାଗି ବିରୋଧୀ ତୁନି ପଡିଯାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସଂସଦରେ କଂଗ୍ରେସ ଅଭିଯୋଗର ଉତ୍ତର ଦେଉ ଦେଉ ଗତକାଲି ପ୍ରବଳ ବର୍ଷିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଉ ଏହାପରେ ବିରୋଧୀଙ୍କୁ ବି ବର୍ଷିଥିଲେ । ସିଧା ସିଧା କଂଗ୍ରେସକୁ ଟାର୍ଗେଟ କରିବା ସହିତ କହିଥିଲେ, ଆମେ କେବଳ ରିଲ୍ସ ବନେଇବା ଲୋକ ନୁହେଁ । ଆମେ ଲୋକଙ୍କ ପାଇଁ କଠିନ ପରିଶ୍ରମ କରୁଛିୁ, ଆଗାମୀ ଦିନରେ ବି କରିବୁ ।
ତେବେ ରେଳ ଦୁର୍ଘଟଣାକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା ପରେ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଗୃହରେ ଉତ୍ତର ରଖୁଥିଲେ । ଏହି ସମୟରେ ବିରୋଧୀମାନେ ପ୍ରବଳ ହଙ୍ଗାମା କରିଥିଲେ । ଯାହାପରେ ଅଶ୍ୱିନୀ ବୈଷ୍ଣବ ବିରକ୍ତ ଅନୁଭବ କରିବା ସହିତ କହିଥିଲେ, ସେମାନଙ୍କୁ ପଚରାଯିବା ଦରକାର ଯେ ସରକାରରେ ୫୮ ବର୍ଷ ରହିବା ପରେ ବି ଏକ କିଲୋମିଟର ବି ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ କାହିଁକି ଲଗେଇପାରିଲେନି ? କାହିଁକି ରେଲୱେ ଯାତ୍ରାରେ ସୁଧାର ଆସିଲାଣି ? ଏ ପ୍ରଶ୍ନର ଉତ୍ତର ବିରୋଧୀଙ୍କ ପାଖରେ ଅଛି କି ?
📱 Get Argus News App
✨ଖାଲି ଏତିକି ନୁହେଁ ବରଂ, ରେଳମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଆପଣମାନେ ଧୈର୍ଯ୍ୟର ସହ ଚୁପ୍ ହେଇ ବସନ୍ତୁ । କିଛି ବି ଆପଣ କହୁଛନ୍ତି । ଯେତେବେଳେ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିଲେ, ସେତେବେଳେ ଦୁର୍ଘଟଣା ପ୍ରତିଶତ ୦.୨୪ରୁ କମି ୦.୧୯ ହୋଇଯାଇଥିଲା । ହେଲେ ଆଜି ଦୁର୍ଘଟଣା ପ୍ରତିଶତ ୦.୧୯ରୁ ଖସି ୦.୦୩ ହେଇସାରିଛି । ତଥାପି ଲୋକ ଆମକୁ ଦୋଷ ଦେଉଛନ୍ତି । ଯାହା ଅନୁଚିତ୍...ଦୁର୍ଘଟଣାକୁ ଏଡାଇବାକୁ ଆମେ ସବୁ ପ୍ରକାର ପଦକ୍ଷେପ ନେଉଛୁ ବୋଲି କହିଥିଲେ । ତେବେ ଅଶ୍ଵିନଙ୍କ ଏମିତି ବୟାନକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଜୋର ।