Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୟାବହ ଟ୍ରେନ ଦୁର୍ଘଟଣାର କାରଣ କହିଲେ ରେଳମନ୍ତ୍ରୀ

National

ଭୟାବହ ଟ୍ରେନ ଦୁର୍ଘଟଣାର କାରଣ କହିଲେ ରେଳମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ଭୟାବହ ଟ୍ରେନ ଦୁର୍ଘଟଣାର କାରଣ କହିଲେ ରେଳମନ୍ତ୍ରୀ

ଅର୍ଗସ ବ୍ୟୁରୋ: ୨୦୨୩ ଅକ୍ଟୋବର ୨୯ ତାରିଖ ୨ଟି ପାସେଞ୍ଜର ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ତେବେ ଉକ୍ତ ୨ ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନର ଲୋକୋ ଓ ସହକାରୀ ଲୋକୋ ପାଇଲଟ ଫୋନରେ କ୍ରିକେଟ ମ୍ୟାଚ ଦେଖୁଥିଲେ ବୋଲି ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। 

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ଅନ୍ତର୍ଗତ କଣ୍ଟକପଲ୍ଲୀ ଦେଇ ଯାଇଥିବା ହାଓ୍ବଡା ରେଳପଥରେ ସାଢ଼େ ୭ଟା ବେଳେ ରାୟଗଡ଼ା ପାସେଞ୍ଜର ଟ୍ରେନ ବିଶାଖାପଟନମ ପଲାସା ଟ୍ରେନକୁ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଓ ଆଉ ୫୦ଯାତ୍ରୀ ଆହତ ହୋଇଥିଲେ।
ନୂଆ ସୁରକ୍ଷା ପଦକ୍ଷେପ ଉପରେ ଭାରତୀୟ ରେଳବାଇ ଚଳାଇଥିବା କାର୍ଯ୍ୟ ସମ୍ପର୍କରେ କହିବାବେଳେ ରେଳମନ୍ତ୍ରୀ ଆନ୍ଧ୍ର ଟ୍ରେନ ଦୁର୍ଘଟଣାର କାଣ କହିଛନ୍ତି। ସେ କହିଛନ୍ତି, ନିକଟ ଅତୀତରେ ଆନ୍ଧ୍ରପ୍ରଦେଶରେ ଯେଉଁ ଦୁର୍ଘଟଣା ଘଟିଲା ତାର କାରଣ ହେଲା, ଲୋକୋ ପାଇଲଟ ଓ ସହ ପାଇଲଟ ଚାଲିଥିବା କ୍ରିକେଟ ଖେଳ ଯୋଗୁ ଅନ୍ୟମନସ୍କ ହୋଇଯାଇଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Railway Minister | Argus News