Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି

National

ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି

ଅର୍ଗସ ବ୍ୟୁରୋ:  ନୂଆଦିଲ୍ଲୀରେ 53ତମ ଜିଏସଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି । ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି ସହ ଫେକ୍ ଇନଭଏସ ଉପରେ ଲାଗିବ ଲଗାମ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ବୈଠକରେ ଜିଏସଟି ରିଟର୍ଣ୍ଣ ଫାଇଲିଂରେ ପରିବର୍ତ୍ତନ ପ୍ରସ୍ତାବ ସମ୍ପର୍କରେ ବିଚାର କରାଯାଇଛି। ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ପାଇଁ ବୈଠକରେ ନିଷ୍ପତ୍ତି ନେଇଛି ଅର୍ଥ ମନ୍ତ୍ରଣାଳୟ । ଦେଶରେ ଅନଲାଇନ ଗେମିଂ ଶିଳ୍ପ ଲାଗି ଜିଏସଟି ଆଇନ- ୨୦୧୭ ସଂଶୋଧନ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି ।

ଇ-ଗେମିଂ, କାସିନୋ, ହର୍ଷ ରେସିଂ ଆଦି କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟିକୁ ପରିବର୍ତ୍ତନ ପାଇଁ ଦାବି ହୋଇଆସୁଥିଲା । ଜିଏସଟି ଆପେଲେଟ ଟ୍ରିବ୍ଯୁନାଲ ବା ଜିଏସଟିଏଟି, ହାଇକୋର୍ଟ, ସୁପ୍ରିମକୋର୍ଟ ଦ୍ବାରା ଗ୍ରହଣ କରାଯାଉଥିବା ମାମଲାଗୁଡିକରେ ଆର୍ଥିକ ସୀମା ନିର୍ଦ୍ଧାରଣ କରିବା ଲାଗି ମଧ୍ଯ ପରିଷଦରେ ଆଲୋଚନା ହୋଇଛି । ବଜେଟ ଅଧିବେଶନ ପରେ ଜିଏସଟି ବୈଠକରେ ଏନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Railway Platform tickets exempted from GST | Argus News