Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଟ୍ରେନ୍ ଯାତ୍ରା ବେଳେ ଆଉ ରହିବନି ନଗଦ ଚିନ୍ତା, ଚଳନ୍ତା ଟ୍ରେନ୍‌ରୁ କାଢ଼ି ପାରିବେ ଟଙ୍କା

National

ଟ୍ରେନ୍ ଯାତ୍ରା ବେଳେ ଆଉ ରହିବନି ନଗଦ ଚିନ୍ତା, ଚଳନ୍ତା ଟ୍ରେନ୍‌ରୁ କାଢ଼ି ପାରିବେ ଟଙ୍କା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଟ୍ରେନ୍ ଯାତ୍ରା ବେଳେ ଆଉ ରହିବନି ନଗଦ ଚିନ୍ତା, ଚଳନ୍ତା ଟ୍ରେନ୍‌ରୁ କାଢ଼ି ପାରିବେ ଟଙ୍କା

ଦୂର ଯାତ୍ରା ପାଇଁ ପ୍ରାୟ ସମସ୍ତେ ଟ୍ରେନ୍‌କୁ ପସନ୍ଦ କରନ୍ତି । ଆଉ ଅନେକ ଥର ଦୀର୍ଘ ଯାତ୍ରା ସମୟରେ ଟ୍ରେନ୍‌ରେ ଟଙ୍କାର ଅଭାବ ପଡ଼େ । କେଉଁଠୁ, କେମିତି ଟଙ୍କା ଉଠାଇବେ ସେ ନେଇ ଚିନ୍ତା ବଢ଼ିଯାଏ । ସେହିଭଳି ଦୂର ଯାତ୍ରା ବେଳେ ଟଙ୍କା ଚୋରି ଡରରେ ଅନେକ ଅଧିକ କ୍ୟାସ୍ ସାଙ୍ଗରେ ନିଅନ୍ତି ନାହିଁ । ଏଥିପାଇଁ ରେଲୱେ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ଏଣିକି ଟ୍ରେନ୍ ଯାତ୍ରା ବେଳେ ଯାତ୍ରୀ ଆଉ ନଗଦ ଚିନ୍ତାରେ ରହିବେ ନାହିଁ । କାରଣ ଆପଣ ଟ୍ରେନ୍ ଯାତ୍ରା ବେଳେ ଟଙ୍କା ବାହାର କରି ପାରିବେ ।


ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏହାକୁ ବାସ୍ତବରେ ପରିଣତ କରି ଦେଖାଇଛି ଭାରତୀୟ ରେଳବାଇ । ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ଟ୍ରେନ୍ ଏଟିଏମ୍ । ଏଣିକି ଆପଣ ଚଳନ୍ତା ଟ୍ରେନ୍‌ରେ ମଧ୍ୟ ଟଙ୍କା ଉଠାଣ କରି ପାରିବେ । ଏବେ ଏହି ସେବା ଟ୍ରାଏଲ୍ ମୋଡରେ ରହିଛି । ନାନ୍ଦେଡ଼ରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ମଧ୍ୟରେ ଚାଲୁଥିବା ପଞ୍ଚବଟି ଏକ୍ସପ୍ରେସ୍‌ରେ ଏଟିଏମ୍ ମେସିନ୍ ଲାଗିଛି ।


ଏହାଦ୍ଵାରା ଯାତ୍ରୀ ଉପକୃତ ହେବେ । ନଗଦ ଅଭାବ ମଧ୍ୟ ଦୂର ହୋଇ ପାରିବ । ଅନଲାଇନ୍ ପେମେଣ୍ଟ ନ ହୋଇ ପାରିବାକୁ ନେଇ ଚିନ୍ତିତ ରହୁଥିବା ଯାତ୍ରୀ ଟଙ୍କା ଉଠାଇ ପାରିବେ । ଏବେ ଟ୍ରେନ୍ ଏଟିଏମର ଟ୍ରାଏଲ୍ ଆରମ୍ଭ ହୋଇଥିବା ବେଳେ ଏଟିଏମ୍ କିଭଳି କାମ କରୁଛି ତାର ଅନୁଧ୍ୟାନ କରାଯାଉଛି । ନେଟୱର୍କ କନେକ୍ଟିଭିଟି, ସିକ୍ୟୁରିଟି, ଗୋପନୀୟତ ଓ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନ ଦିଆ ଯାଉଛି । ଟ୍ରାଏଲ୍ ସଫଳ ରହିଲେ ଆଗକୁ ଅନ୍ୟ ଟ୍ରେନ୍‌ରେ ଏଟିଏମ୍ ଲଗାଇବାକୁ ଯୋଜନା କରୁଛି ରେଳବାଇ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Railway Started Trail Of ATM Money Withdrawal Inside Train | Argus News