Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା; 18 ମୃତ

National

ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା; 18 ମୃତ

Smruti Parija
Browse all articles by Smruti Parija
·1 year ago·2 min read
ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା; 18 ମୃତ

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ 18 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 10 ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ମହାକୁମ୍ଭକୁ ଯିବା ପାଇଁ ଷ୍ଟେସନରେ ଭିଡ ଜମିଥିଲା । ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଟ୍ରେନରେ ଚଢିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଠେଲା ପେଲା ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଛି । ଶନିବାର ରାତି ୧୦ଟାରେ ଏପରି ସ୍ଥିତି ଉପୁଜିଥିଲା ।  ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ଓ ରେଲୱେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ଥିବା ନେଇ ସୂଚନା ଦେଇଛନ୍ତି ।


ତେବେ କିପରି ଏହି ଘଟଣା ଘଟିଲା ଏନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଘଟଣା ଉପରେ ଦିଲ୍ଲୀର ଟପ ଅଫିସିଆଲଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ସେପଟେ ଏହି ଘଟଣାକୁ ନେଇ ରେୱଲେ ପକ୍ଷରୁ ସହାୟତା ରାଶି ଗୋଷଣା କରାଯାଇଛି । ମୃତକଙ୍କ ପାଇଁ 10 ଲକ୍ଷ ଟଙ୍କା ଗୁରୁତରଙ୍କ ପାଇଁ ଅଢେଇ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ 1 ଲକ୍ଷ ରାଶି ଘୋଷଣା କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Narendra Modi (@narendramodi) February 15, 2025


ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।



ଏବେ ସୁଦ୍ଧା ମହାକୁମ୍ଭରେ 50 କୋଟିରୁ ଉର୍ଦ୍ଧ୍ୱ ଲୋକ ବୁଡ ପକାଇସାରିଲେଣି । ଫେବୃଆରୀ 26 ତାରିଖରେ ମହାକୁମ୍ଭ ସରିବାକୁ ଯାଉଛି ଏନେଇ ତ୍ରିବେଣୀ ସଙ୍ଗମରେ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ପ୍ରତିଦିନ ଟ୍ରେନ୍, ବସ୍ ସହ ଅନ୍ୟ ଗାଡିରେ ତ୍ରିବେଣୀସଂଗମ ମୁହାଁ ହେଉଛନ୍ତି ଭକ୍ତ । ବର୍ତ୍ତମାନ ସୁଦ୍ଧା ୫ଟି ଅମୃତ ସ୍ନାନ ସମାପନ ହୋଇଥିବା ବେଳେ ଶିବରାତ୍ରିରେ ଶେଷ ଅମୃତସ୍ନାନ ହେବ । କିନ୍ତୁ ଏବେ ବି ଅନେକ ଶ୍ରଦ୍ଧାଳୁ ବୁଡ ପକାଇବାକୁ ଆଗ୍ରହୀ ଅଛନ୍ତି । ଏଥିପାଇଁ ତ୍ରିବେଣୀ ସଂଗମରେ କୁମ୍ଭମେଳାର ଅବଧିକୁ ବଢାଇବାକୁ ଅନୁରୋଧ କରିଛନ୍ତି ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ।


Sponsored
railway-station-stampede-death-troll-rises-to-18 | Argus News