Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏଣିକି ଚୁଟ୍‌କିରେ ସଫା ହେବ ଟ୍ରେନ୍‌ ! AI କ୍ୟାମେରା କହିବ କେଉଁଠି ରହିଛି ଅଳିଆ

National

ଏଣିକି ଚୁଟ୍‌କିରେ ସଫା ହେବ ଟ୍ରେନ୍‌ ! AI କ୍ୟାମେରା କହିବ କେଉଁଠି ରହିଛି ଅଳିଆ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଏଣିକି ଚୁଟ୍‌କିରେ ସଫା ହେବ ଟ୍ରେନ୍‌  ! AI କ୍ୟାମେରା କହିବ କେଉଁଠି ରହିଛି ଅଳିଆ

Key Points

  • ଏଣିକି ଚୁଟ୍‌କିରେ ସଫା ହେବ ଟ୍ରେନ୍‌
  • AI କ୍ୟାମେରା କହିବ କେଉଁଠି ରହିଛି ଅଳିଆ
  • କ୍ଲିନ୍‌କ୍ଲିନ୍‌ ଟ୍ରେନ୍‌ରେ ଯାତ୍ରା କରିବେ ଯାତ୍ରୀ

ଅର୍ଗସ ବ୍ୟୁରୋ: ଭାରତୀୟ ରେଲୱେ । ଇଣ୍ଡିଆର ଲାଇଫ୍‌ଲାଇନ । ପ୍ରତିଦିନ ପ୍ରାୟ ଅଢେଇ କୋଟି ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରନ୍ତି । ହେଲେ ଯାତ୍ରା ସମୟରେ ସମସ୍ତଙ୍କୁ ଗୋଟିଏ ଅଭିଯୋଗ କି ଟ୍ରେନ୍‌ ସଫା ହେଉନାହିଁ । ଅପରିଷ୍କାର ବଗିରେ ଯାତ୍ରା କରିବାକୁ ପଡୁଛି । ବାରମ୍ବାର ଅଭିଯୋଗ ପରେ ଚେତିଛି ରେଲୱେ । ସେଇଥି ଲାଗି ତ ଏଣିକି ପ୍ରତି ଏକ୍ସପ୍ରେସ୍‌ରେ AI କ୍ୟାମେରା ଲଗାଇବାକୁ ରେଲ୍‌ ମନ୍ତ୍ରଣାଳୟ ପଦକ୍ଷେପ ନେଉଛି । ଏହି କ୍ୟାମେରାରେ ଏବେ କଏଦ ହେବ କେଉଁ ଟ୍ରେନ୍‌ କେତେ ସଫା, ଯଦି ଅପରିଷ୍କାର ଥିବ ତେବେ ତତ୍‌କ୍ଷଣାତ୍‌ ସଫା ବି ହେବ । ରେଲବାଇର ଏମିତି ନିଷ୍ପତ୍ତି ପରେ ଯାତ୍ରୀ ବି ଖୁସି ।

ସାଧାରଣ ଟ୍ରେନ୍‌ରେ ଯେକୌଣସି ଯାତ୍ରୀଙ୍କୁ ଯଦି ପ୍ରଶ୍ନ କରାଯାଏ ଆପଣଙ୍କ ଯାତ୍ରା କେମିତି ଥିଲା ? ଯାତ୍ରା ଭଲ ଥିଲା କିନ୍ତୁ ଟ୍ରେନ ଅପରିଷ୍କାର ଥିବା ପ୍ରାୟ ଯାତ୍ରୀ କୁହନ୍ତି । ହେଲେ ଏମିତି ଅଭିଯୋଗ ଆଉ ଶୁଣିବାକୁ ମିଳିବ ନାହିଁ । କାରଣ ଯାତ୍ରୀଙ୍କ ଯାତ୍ରାକୁ ଆରାମଦାୟ କରିବାକୁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କଥା ହେଲା ଟ୍ରେନକୁ ସଫା ରଖିବାକୁ ରେଲୱେ ଆଉଟସୋର୍ସିଂ କରିଛି । ହେଲେ ବି ଟ୍ରେନ୍‌ ଭଲରେ ସଫା ହୋଇପାରୁନାହିଁ । ତେଣୁ କ୍ୟାମେରା ଲଗାଇବା ପରେ ଏବେ ସବୁ ସମସ୍ୟାର ସମାଧାନ ହେବ ବୋଲି କୁହାଯାଉଛି । 

କେନ୍ଦ୍ରରେ ମୋଦି ସରକାର ଆସିବା ପରେ ସ୍ଵଚ୍ଛଭାରତ ମିଶନ ଆରମ୍ଭ ହୋଇଥିଲା । ଏହି ମିଶନ୍‌ରେ ଦେଶକୁ ସ୍ଵଚ୍ଛ ରଖିବାକୁ ପ୍ଲାନ କରାଯାଇଥିଲା । ଗଳିଗଳିରେ ସଫେଇ କାର୍ଯ୍ୟକ୍ରମ ବି ହେଲା । ବାସ୍‌ ଏବେ ଟ୍ରେନ୍‌ରେ ସେହି ମିଶନ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି । ସୂଚନା ଅନୁସାରେ ବିଭିନ୍ନ ଟ୍ରେନ୍‌ରେ ପ୍ରାୟ ୪୦ ହଜାର କ୍ୟାମେରା ଲଗାଯିବ । ଏହି କ୍ୟାମେରା ପାଇଁ ଟେଣ୍ଡର ବି ହେବ । ଟେଣ୍ଡର ହେବା ପରେ ଖୁବଶୀଘ୍ର ଟ୍ରେନ୍‌ରେ କ୍ୟାମେରା ଲଗାଯିବ କାମ ଆରମ୍ଭ ହେବ । ଖାଲି ଏତିକି ନୁହେଁ ଏହି କ୍ୟାମେରା ଷ୍ଟେସନରୁ ହିଁ ଅପରେଟ୍‌ ହେବ ବୋଲି କୁହାଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତରେ ଚାଲୁଥିବା ଟ୍ରେନ ଗୁଡ଼ିକ ହଜାର ହଜାର କିଲୋମିଟର ଯାତ୍ରା କରେ । ଏହାରି ଭିତରେ ଅନେକ ଷ୍ଟେସନରେ ରହଣୀ ମଧ୍ୟ ଥାଏ । ସଫର ସମୟରେ ଶହଶହ ଯାତ୍ରୀ ଟଏଲେଟ୍‌ ବ୍ୟବହାର କରିବା ସ୍ଵାଭାବିକ କଥା । ତେଣୁ ଶୌଚାଳୟ ଅପରିଷ୍କାର ହୁଏ । ହେଲେ ନୂଆ ବ୍ୟବସ୍ଥା ଆସିବା ପରେ ଷ୍ଟେସନରୁ ଷ୍ଟେସନ ଅନ୍ତରରେ ଟ୍ରେନ ସଫା ହେବ ବୋଲି କୁହାଯାଇଛି । ଏମିତିକି ସଫେଇ କାର୍ଯ୍ୟରେ ଯଦି କୌଣସି ବ୍ୟତିକ୍ରମ ହୁଏ ସଙ୍ଗେ ସଙ୍ଗେ କ୍ୟାମେରା ଷ୍ଟେସନକୁ ଜଣାଇଦେବ । ଯଦି କର୍ମଚାରୀ କାର୍ଯ୍ୟରେ ଅବହେଳା କରିଥାଆନ୍ତି ତାହାଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି ।
 

Sponsored
Indian Railways | Argus News