Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ପୁନଃନିଯୁକ୍ତି ସୁଯୋଗ

Banajyotshna Ray
Browse all articles by Banajyotshna Ray
·1 year ago
କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ପୁନଃନିଯୁକ୍ତି ସୁଯୋଗ

ଅର୍ଗସ ବ୍ୟୁରୋ:  ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ମିଳିବ ପୁନଃନିଯୁକ୍ତି ସୁଯୋଗ । 65 ବର୍ଷରୁ କମ ବୟସ୍କ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ରେଳ ବୋର୍ଡ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 25 ହଜାର ପଦରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି । ଚାକିରି କାଳର ଶେଷ 5 ବର୍ଷର ମେଡିକାଲ ଫିଟନେସ ପ୍ରମାଣପତ୍ର ଓ ପରଫରମାନ୍ସ ରେଟିଂକୁ ନେଇ ଆବେଦନକାରୀଙ୍କୁ ନିଯୁକ୍ତି ମିଳିବ । କିନ୍ତୁ ପୁନଃ ନିଯୁକ୍ତିରେ ଇନକ୍ରିମେଣ୍ଟ, ଡିଏ ଓ ଏସଆରଏ ଲାଭ ମିଳିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ କେବଳ ଉତ୍ତର ପଶ୍ଚିମ ରେଲୱେରେ 10 ହଜାରରୁ ଅଧିକ ପଦବୀ ଖାଲି ପଡ଼ିଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଅବସର ନେଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Railways to re-appoint retired employees under 65 to overcome staff shortage | Argus News