Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହିମାଚଳପ୍ରଦେଶରେ ବର୍ଷା ବିପର୍ଯ୍ୟୟ: ୬୯ ମୃତ, ୩୭ ନିଖୋଜ

Ritu Das
Browse all articles by Ritu Das
·1 year ago·2 min read
ହିମାଚଳପ୍ରଦେଶରେ ବର୍ଷା ବିପର୍ଯ୍ୟୟ: ୬୯ ମୃତ, ୩୭ ନିଖୋଜ

Key Points

ହିମାଚଳପ୍ରଦେଶରେ ଲଗାଣ ବର୍ଷା ବିପର୍ଯ୍ୟୟ ଆଣିଛି

୬୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ନିଖୋଜ

ମୌସୁମୀ ଆରମ୍ଭ ହେବା ପରଠାରୁ ୧୪ଟି ବାଦଲଫଟା ବର୍ଷା ରେକର୍ଡ କରାଯାଇଛି


ହିମାଚଳପ୍ରଦେଶରେ ଲଗାଣ ବର୍ଷା ବିପର୍ଯ୍ୟୟ ଆଣିଛି। ବାଦଲଫଟା ବର୍ଷା‌, ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହିମାଚଳରେ ୬୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ନିଖୋଜ ଅଛନ୍ତି। ୧୧୦ ଜଣ ଆହତ ହୋଇଛନ୍ତି। ଏହି ମୌସୁମୀ ବିପର୍ଯ୍ୟୟ ପାଇଁ ରାଜ୍ୟରେ ୭୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଶୁକ୍ରବାର ଅପରାହ୍ନରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୁଚନା ଜାରି କରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୌସୁମୀ ଆରମ୍ଭ ହେବା ପରଠାରୁ ୧୪ଟି ବାଦଲଫଟା ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ୫ ଶହରୁ ଅଧିକ ରାସ୍ତାର ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ‌ହୋଇଛି।


ସୁଖୁ କହିଛନ୍ତି, ତାଙ୍କ ସରକାର ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ପରିବାର ସହ ଅଛନ୍ତି ଏବଂ ଘର ଛାଡ଼ି ବାହାରେ ରହୁଥିବାରୁ ପ୍ରତି ପରିବାରକୁ ଘର ଭଡ଼ା ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ। ସୁଖୁ କହିଛନ୍ତି, ରିଲିଫ୍‌ ଓ ଉଦ୍ଧାର ଅପରେସନ୍‌ ଜାରି ରହିଛି। ବିଶେଷ କରି ମଣ୍ଡି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିବାରୁ ଏଠାରେ ଉଦ୍ଧାର ଅପରେସନ୍‌ ତ୍ବରାନ୍ବିତ ହୋଇଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ହିମାଚଳପ୍ରଦେଶ ସମେତ ବର୍ଷା ପ୍ରଭାବିତ ଅନ୍ୟ ରାଜ୍ୟ ତଥା‌ ଗୁଜରାଟ, ରାଜସ୍ଥାନକୁ ରିଲିଫ୍‌ ଓ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ପ୍ରଭାବିତଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଶାହ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଉଲ୍ଳେଖଯୋଗ୍ୟ, ଜୁନ୍‌ ୨୦ରେ ହିମାଚଳରେ ମୌସୁମୀ ପ୍ରବେଶ କଲା ଏବଂ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୌସୁମୀ ବର୍ଷା ଯୋଗୁଁ ଅନେକ ଜୀବନହାନି ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। କେବଳ ମଣ୍ଡି ଜିଲ୍ଲାରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କାଙ୍ଗ୍ରାରେ ୧୩, ଚାମ୍ପାରେ ୬ ଏବଂ ଶିମ୍‌ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ମଣ୍ଡିରେ ସର୍ବାଧିକ ପ୍ରଭାବିତ ଅଞ୍ଚଳ ଗୁଡ଼ିକ ହେଉଛି ଥୁନାଗ ଓ ବାଗସୟେଦ। ମଣ୍ଡିର ୩୦ ଜଣ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବିଳାସପୁର, ହମିରପୁର, କିନୌର, କୁଲ୍ଲୁ, ଲାହୌଲ ସ୍ପିତି, ସିରମୌର, ‌ସୋଲନ ଓ ଉନା ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।

Sponsored
rainfall-disaster-in-himachal-pradesh-69-dead-37-missing | Argus News