Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛତିଶଗଡ଼, ମଧ୍ୟପ୍ରଦେଶ ପରେ ରାଜସ୍ଥାନକୁ ଅପେକ୍ଷା

National

ଛତିଶଗଡ଼, ମଧ୍ୟପ୍ରଦେଶ ପରେ ରାଜସ୍ଥାନକୁ ଅପେକ୍ଷା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଛତିଶଗଡ଼, ମଧ୍ୟପ୍ରଦେଶ ପରେ ରାଜସ୍ଥାନକୁ ଅପେକ୍ଷା

ଅର୍ଗସ ବ୍ୟୁରୋ:  ଦୁଇ ରାଜ୍ୟର ସରପ୍ରାଇଜ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ଏବେ ରାଜସ୍ଥାନକୁ ଅପେକ୍ଷା । ଆଜି ଘୋଷଣା ହୋଇପାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ନାଁ । ଛତିଶଗଡ଼, ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ବି ସରପ୍ରାଇଜ CMଙ୍କ ନାମ ଘୋଷଣା କରିପାରେ ବିଜେପି । ଆଜି ରାଜସ୍ଥାନରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ ହୋଇଯିବ । ଅପରାହ୍ନରେ ଜୟପୁରରେ ପହଞ୍ଚିବେ ପର୍ଯ୍ୟବେକ୍ଷକ ରାଜନାଥ ସିଂ । ସନ୍ଧ୍ୟା ସୁଦ୍ଧା ରାଜସ୍ଥାନକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କରାଇଛି ।

ତେଣୁ ରାଜସ୍ଥାନରେ ମଧ୍ୟ ସମାନ ନୀତି ଆପଣାଇବ ବୋଲି କୁହାଯାଉଛି । ବିଜେପି ୨୦୧୯ ସାଧାରଣ ନିର୍ବାଚନ ପରି ୨୦୨୪ରେ ମଧ୍ୟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ଆସନ୍ତାକାଲି ଶପଥ ନେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ସେଥିପାଇଁ ରାଜଧାନୀ ରାୟପୁରରେ ଚାଲିଛି ଜୋରଦାର ପ୍ରସ୍ତୁତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Rajasthan CM Announcement | Argus News