Videos
|
National

Puja With a Mountain of Cash / ନୋଟ୍‌ର ପାହାଡ଼ ଉପରେ ଲକ୍ଷ୍ମୀ ପୂଜା! ଭାଇରାଲ ଫଟୋକୁ ନେଇ ଚର୍ଚ୍ଚା, ସାମ୍ନାକୁ ଆସିଲା ସତ କାହାଣୀ

Bikash Mohanty
Browse all articles by Bikash Mohanty
·1 hour ago·2 min read
ନୋଟ୍‌ର ପାହାଡ଼ ଉପରେ ଲକ୍ଷ୍ମୀ ପୂଜା! ଭାଇରାଲ ଫଟୋକୁ ନେଇ ଚର୍ଚ୍ଚା, ସାମ୍ନାକୁ ଆସିଲା ସତ କାହାଣୀ
CASH

Key Points

ନୋଟ୍‌ର ପାହାଡ଼ ଉପରେ ଲକ୍ଷ୍ମୀ ପୂଜା!
କାହିଁକି ଏତେ ଟଙ୍କା ରଖି କଲେ ପୂଜା?
ଭାଇରାଲ ହେଲା ଫଟୋ
ସାମ୍ନାକୁ ଆସିଲା ସତ କାହାଣୀ
ଜୟପୁର,୧୧/୧୧: ନୋଟ୍‌ର ପାହାଡ଼ ଉପରେ ଲକ୍ଷ୍ମୀ ପୂଜା! ନୋଟ୍‌ର ଗଦାକୁ ଫୁଲରେ ସଜାଇ ପୂଜା କରୁଥିବା ଏହି ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଫଟୋଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଘଟଣାଟି ହେଉଛି ଭାଇରାଲ ଫଟୋକୁ ନେଇ ଚର୍ଚ୍ଚା, ସାମ୍ନାକୁ ଆସିଲା ସତ କାହାଣୀ

ରାଜସ୍ଥାନର ନାଗୌର ଜିଲ୍ଲାରୁ ଦୀପାବଳିର ଏକ ଅଜବ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଜଣେ ବ୍ୟକ୍ତିଙ୍କୁ ଟଙ୍କାର ପାହାଡ଼ ସାମ୍ନାରେ ବସି ଲକ୍ଷ୍ମୀ ପୂଜା କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ଫଟୋରେ ଥିବା ବ୍ୟକ୍ତି ହେଉଛନ୍ତି ନାଗୌରର ମଦ ଠିକାଦାର ସୁଭାଷ। ରିପୋର୍ଟ ଅନୁସାରେ, ସେ ନିଜେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ। ଫଟୋରେ ଏକ ଟେବୁଲ ଉପରେ ବିପୁଳ ପରିମାଣର ନୋଟ୍‌ ରଖାଯାଇଛି। ଏହାକୁ କାନ୍ଥ ଭଳି ସଜାଯାଇଥିବା ବେଳେ ଫୁଲ ଦେଇ ପୂଜା କରୁଛନ୍ତି ସୁଭାଷ। ତାଙ୍କ ପାଖରେ ଦୁଇଜଣ ଛୋଟ ପିଲା ମଧ୍ୟ ବସିଥିବା ଫଟୋରେ ଦେଖାଯାଉଛି।

କାହିଁକି ଏତେ ଟଙ୍କା ରଖି କଲେ ପୂଜା?

ଫଟୋ ଭାଇରାଲ ହେବା ପରେ ସୁଭାଷ ନିଜ ପକ୍ଷ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ତାଙ୍କର ମଦ ଦୋକାନ ସହ ପେଟ୍ରୋଲ ପମ୍ପ ମଧ୍ୟ ରହିଛି। ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ରହିବା କାରଣରୁ ତାଙ୍କ ପାଖରେ ଅଧିକ ପରିମାଣର ନଗଦ ଟଙ୍କା ଜମା ହୋଇଥିଲା। ସେ କହିଛନ୍ତି, ଦୀପାବଳିରେ ଘରେ ଥିବା ଟଙ୍କାକୁ ପୂଜା କରିବା ତାଙ୍କ ପରମ୍ପରା। ଏହି ପରମ୍ପରା ଅନୁସାରେ ସେ ଲକ୍ଷ୍ମୀ ପୂଜା କରିଥିଲେ ଏବଂ ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। କିନ୍ତୁ ଫଟୋଟି ଏତେ ଚର୍ଚ୍ଚା ସୃଷ୍ଟି କରିବ ବୋଲି ସେ ଭାବିନଥିଲେ।

ପୂର୍ବରୁ ମଧ୍ୟ ନୋଟ୍‌ରେ ସଜାଯାଇଥିଲା ମନ୍ଦିର


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଲ୍ଲେଖଯୋଗ୍ୟ, ଦୀପାବଳି ସମୟରେ ଟଙ୍କାରେ ମନ୍ଦିର ସଜାଇବାର ଖବର ମଧ୍ୟ ପୂର୍ବରୁ ସାମ୍ନାକୁ ଆସିଥିଲା। ମଧ୍ୟପ୍ରଦେଶର ଦେବାସର ଏକ ଲକ୍ଷ୍ମୀ ମନ୍ଦିରକୁ ପ୍ରାୟ ୫ କୋଟି ଟଙ୍କାର ନୋଟ୍‌ରେ ସଜାଯାଇଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ତେବେ ନାଗୌରର ସୁଭାଷଙ୍କ ଏହି ଲକ୍ଷ୍ମୀ ପୂଜା ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ନୂଆ ବିଷୟ ପାଲଟିଛି। କେହି ଏହାକୁ ଧନର ପୂଜା ବୋଲି କହୁଥିବା ବେଳେ ଆଉ କେହି ଏହାକୁ ନେଇ ଭିନ୍ନ ମତ ରଖୁଛନ୍ତି।