ପାକିସ୍ତାନ ବିରୋଧରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ହୁଙ୍କାର

Key Points
ପାକିସ୍ତାନ ବିରୋଧରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ହୁଙ୍କାର
ରାଓ୍ବଲପିଣ୍ଡି ଯାଏଁ ଶୁଭିଛି ‘ଅପରେସନ ସିନ୍ଦୂର’ର ଗର୍ଜନ
ଲକ୍ଷ୍ନୌରେ ବ୍ରହ୍ମୋସ ମିସାଇଲ ନିର୍ମାଣ ୟୁନିଟର ଶୁଭାରମ୍ଭ କଲେ ରାଜନାଥ
ଭାରତର ରାଜନୈତିକ, ସାମାଜିକ, ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ ବ୍ରହ୍ମୋସ
ଲକ୍ଷ୍ନୌ ୟୁନିଟରୁ ବାର୍ଷିକ ୮୦ରୁ ୧୦୦ସୁପରସୋନିକ ମିସାଇଲ ନିର୍ମାଣର ଲକ୍ଷ୍ୟ'
ପାକିସ୍ତାନ ବିରୋଧରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ହୁଙ୍କାର । ରାଓ୍ବଲପିଣ୍ଡି ଯାଏଁ ‘ଅପରେସନ ସିନ୍ଦୂର’ର ଗର୍ଜନ ଶୁଭିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ମିଜାଇଲ ପ୍ରଡକସନ ୟୁନିଟର ଶୁଭାରମ୍ଭ କରି ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଶୁଣାଇଛନ୍ତି ରାଜନାଥ । ‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଏହା ଭାରତର ରାଜନୈତିକ, ସାମାଜିକ, ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଭାରତର ପ୍ରତିରକ୍ଷା ଶକ୍ତିକୁ ନୂଆ ସୋପାନରେ ପହଞ୍ଚାଇବ ବ୍ରହ୍ମୋସ ମିଜାଇଲ ୟୁନିଟ
ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ବର୍ଷକୁ ୮୦ରୁ ୧୦୦ ମିଜାଇଲ ନିର୍ମାଣ ଲକ୍ଷ୍ୟ ରଖାଯାଇଛି
ଲକ୍ଷ୍ନୌରେ ବ୍ରହ୍ମୋସ ୟୁନିଟ ଭାରତର ଷ୍ଟାଇକ କ୍ୟାପାବିଲିଟିକୁ ଯୋଗାଇବ ମହାଶକ୍ତି
DRDO ଓ ରୁଷିଆର NPO ମାସିନୋଷ୍ଟ୍ରୋଏନିଆର ମିଳିତ ପରିଯୋଜନା ବ୍ରହ୍ମୋସ ୟୁନିଟ
ପ୍ରତରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ଲକ୍ଷ୍ୟକୁ ପୂରଣ କରିବ ଲକ୍ଷ୍ନୌ ମିଜାଇଲ ୟୁନିଟ
📱 Get Argus News App
✨ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ ଆତ୍ମନିର୍ଭର ଭାରତ ଅଭିଯାନକୁ ଭୂୟଶୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩୦୦କୋଟି ବ୍ୟୟରେ ବ୍ରହ୍ମୋସ ୟୁନିଟ ପ୍ରତିଷ୍ଠା ପାଇଁ ଲକ୍ଷ୍ନୌରେ ୮୦ ହେକ୍ଟର ଜମି ଯୋଗାଇ ଦେଇଛନ୍ତି ୟୁପି ସରକାର । ମାତ୍ର ସାଢ଼େ ୩ ବର୍ଷରେ ମିଜାଇଲ ୟୁନିଟ ନିର୍ମାଣ ଶେଷ ହୋଇଛି ।
ବ୍ରହ୍ମୋସର ସ୍ବତନ୍ତ୍ରତା
ବ୍ରହ୍ମୋସ ଏକ ସୁପରସୋନିକ ଫାୟାର ଆଣ୍ଡ ଫରଗେଟ ମିଜାଇଲ
ଭୂମି, ଆକାଶ ଓ ସମୁଦ୍ରରୁ ମଧ୍ୟ ବ୍ରହ୍ମୋସ ଲଞ୍ଚ୍ ସମ୍ଭବପର
ଦିନ, ରାତି ଏବଂ ଯେକୈଣସି ପାଣିପାଗ ସ୍ଥିତିରେ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବ
ବ୍ରହ୍ମୋସ ମିଜାଇଲର ବେଗ ମ୍ୟାକ୍ ୨.୮ ବା ଘଣ୍ଟାପ୍ରତି ବେଗ ପ୍ରାୟ ୩,୪୩୦ କିଲୋମିଟ
ସୁପରସୋନିକ ବ୍ରହ୍ମୋସର ରେଞ୍ଜ ୨୯୦ରୁ ୪୦୦ କିଲୋମିଟର
ନୂଆ ପିଢିର ବ୍ରହ୍ମୋସର ଓଜନ ମାତ୍ର ୧୨୯୦ କିଲୋଗ୍ରାମ
ସୁଖୋଇ ପରି ଯୁଦ୍ଧ ବିମାନ ଗୋଟିଏ ଥରରେ ୩ଟି ବ୍ରହ୍ମୋସ ବହନ କରିପାରିବ
ମେ ୧୧ – ଭାରତର ଆତ୍ମବଳ ଓ ବିଜ୍ଞାନ ପ୍ରଗତି ପାଇଁ ସ୍ବର୍ଣ୍ଣିମ ଦିନ । ଜାତୀୟ ଉଦ୍ୟୋଗିକ ଦିବସରେ ବ୍ରହ୍ମୋସ ୟୁନିଟର ଉଦଘାଟନୀ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଗଦେଇ ଭାରତୀୟ ସେନାର ଆତ୍ମବଳ ଓ ସାମରିକ ପ୍ରଗତି, ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ କହିଛନ୍ତି ରାଜନାଥ ।