Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Defence Minister / ଏହି ଶକ୍ତିଶାଳୀ ଦେଶରେ ପହଞ୍ଚିଗଲେ ରାଜନାଥ ସିଂ

Rashmita Mishra
Browse all articles by Rashmita Mishra
·2 months ago·2 min read
ଏହି ଶକ୍ତିଶାଳୀ ଦେଶରେ ପହଞ୍ଚିଗଲେ ରାଜନାଥ ସିଂ
Defence Minister

Key Points

ହଠାତ ଶକ୍ତିଶାଳୀ ଦେଶରେ ପହଞ୍ଚିଗଲେ ରାଜନାଥ ଶତ୍ରୁ ଦେଶ ଥରିଲେଣି
ଏହି ଶକ୍ତିଶାଳୀ ଦେଶରେ ପହଞ୍ଚିଗଲେ ରାଜନାଥ ସିଂ
ଦେଶ ଦେଶ ଭିତରେ ହେଲା ସାଂଘାତିକ ଡିଲ୍‌
ଭୟରେ ଥରିଲେଣି ଭାରତ ଶତ୍ରୁ ଦେଶ ମାନେ
ସାଙ୍ଗରେ ନେଇ ଆସିଲେ ସାଂଘାତିକ ଅସ୍ତ୍ର

ସବୁ ଆଡ଼େ ଚାଲିଛ ଯୁଦ୍ଧର ମାହୋଲ । ଯୁଦ୍ଧର ଘନଘଟା ଭିତରେ ଘାଣ୍ଟି ହେଉଛି ପୁରା ବିଶ୍ବ । ଆଉ ଏହାରି ଭିତରେ ଶକ୍ତିଶାଳୀ ଦେଶରେ ପହଞ୍ଚିଗଲେ ରାଜନଥା ସିଂ । ଭାରତର ଶତ୍ରୁ ଦେଶ ଦେଖି ଏବେ ଥରିଲେଣି । ଭାରତକୁ ଏମିତି ସମ୍ମାନ ମିଳିଛି ଯାହାକୁ ଦେଖି ଶତ୍ରୁ ଦେଶ ମାନେ ସହି ପାରୁ ନାହାଁନ୍ତି ।

ଶକ୍ତିଶାଳୀ ଦେଶର ସେନା ରାଜନାଥ ସିଂଙ୍କୁ ପାଛୋଟି ନେଇଛି । ଖାଲି ସେତିକି ନୁହେଁ ସେହି ଦେଶରୁ ଭାରତ ଏମିତି ଅସ୍ତ୍ର ଆଣୁଛି କି ଯାହା ଶତ୍ରୁ ଦେଶ ମାନଙ୍କୁ ପୁରା ଧ୍ବଂସ କରିଦେବ । ଭାରତ ଯୁଦ୍ଧ ପୂର୍ବରୁ ନିଜ ଦେଶକୁ ସାମରିକ କ୍ଷେତ୍ର ଶକ୍ତିଶାଳୀ କରିବାରେ ଲାଗିପଡ଼ିଛି। ଯେଉଁଥିପାଇଁ ରାଜଥାସିଂ ଯାଇ ପହଞ୍ଚି ଯାଇଛନ୍ତି ଜର୍ମାନୀରେ ।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଜର୍ମାନୀରେ କେମିତି ପାଛୋଟି ନେଉଛନ୍ତି । ଏହି ଗସ୍ତ କେବଳ ଏକ ସାଧାରଣ ସାକ୍ଷାତ ନୁହେଁ। ଏହା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । ଏହି ରଣନୀତିକ ସହଭାଗିତାକୁ ଦେଖି ଏବେ ଶତ୍ରୁ ଦେଶଙ୍କ ମନରେ ଛନକା ପଶିଛି । ଦୀର୍ଘ ୭ ବର୍ଷ ପରେ ଜଣେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଜର୍ମାନୀ ଗସ୍ତ ସମଗ୍ର ବିଶ୍ୱର ନଜର ଟାଣିଛି ।  ଏହି ତିନି ଦିନିଆ ଗସ୍ତରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଏକ ବଡ଼ 'ଡିଫେନ୍ସ ରୋଡମ୍ୟାପ୍' ସ୍ୱାକ୍ଷର ହେବାକୁ ଯାଉଛି  ।

ଯଦି ଦେଖିବା ଏହି ଗସ୍ତରେ ଭାରତୀୟ ନୌସେନା ପାଇଁ ୬ଟି ଅତ୍ୟାଧୁନିକ ଷ୍ଟେଲ୍‌ଥ ସବମେରିନ୍ ନିର୍ମାଣ ନେଇ ବଡ଼ ବୁଝାମଣା ହୋଇପାରେ  । ଏହି ସବମରିନ୍‌ ପରମାଣୁ ବୋମାକୁ ମଧ୍ୟ ସାଙ୍ଗରେ ନେଇ ଶତ୍ରୁ ଦେଶକୁ ଆକ୍ରମଣ କରିପାରିବ ।  ଏହା ବ୍ୟତିତ ଷ୍ଟେଲ୍‌ଥ ଯୁଦ୍ଧବିମାନ ପାଇଁ ମଧ୍ୟ ଡିଲ୍‌ ହୋଇପାରେ ।

ଯୁଦ୍ଧ ଘନଘଟା ଭିତରେ ଏହି ଶକ୍ତିଶାଳୀ ମେଣ୍ଟ ଏବେ ଏସିଆ ମହାଦେଶର ଭୂ-ରାଜନୀତିକୁ ବଦଳାଇ ଦେଇଛି। ବିଶେଷ କରି ସୀମାରେ ଭାରତକୁ ହଇରାଣ କରୁଥିବା ଶତ୍ରୁ ଦେଶମାନେ ଏବେ ଭୟଭରେ ଥରିବାକୁ ଲାଗିଲେଣି ।  ଜର୍ମାନୀ ଭଳି ଏକ ଶକ୍ତିଶାଳୀ ୟୁରୋପୀୟ ଦେଶ ଭାରତକୁ ସାମରିକ କ୍ଷେତ୍ରରେ ସାହାଯ୍ୟ କରିବା ଅର୍ଥ ହେଉଛି ଭାରତ ଏବେ ଆତ୍ମନିର୍ଭରଶୀଳ ହେବା ସହ ଅଧିକ ଘାତକ ହେବାକୁ ଯାଉଛି ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Defence Minister | Rajnath Singh Arrives in Powerful Nation for Important Visit | Argus News