Rajnath Singh / ସିନ୍ଧ୍ ଅଞ୍ଚଳକୁ ନେଇ ବଡ଼ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୟାନ୍

Key Points
ସିନ୍ଧ ଅଞ୍ଚଳ ଆଜି ଭାରତ ସହିତ ନାହିଁ
କିନ୍ତୁ କିଏ ଜାଣେ ଭବିଷ୍ୟତରେ ସୀମା ପରିବର୍ତ୍ତନ ହୋଇପାରେ
ପୁଣିଥରେ ଭାରତକୁ ଫେରିପାରେ ସିନ୍ଧ୍
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ କାର୍ଯ୍ୟକ୍ରମରେ ସିନ୍ଧ ଅଞ୍ଚଳ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ଏହା ପାକିସ୍ତାନ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ସେ କହିଛନ୍ତି ସିନ୍ଧ ଅଞ୍ଚଳ ଆଜି ଭାରତ ସହିତ ନାହିଁ, କିନ୍ତୁ କିଏ ଜାଣେ ଭବିଷ୍ୟତରେ ସୀମା ପରିବର୍ତ୍ତନ ହୋଇପାରେ। ଏହି ଅଞ୍ଚଳ ଭାରତକୁ ଫେରିପାରେ । ସିନ୍ଧ ପ୍ରଦେଶ ସିନ୍ଧୁ ନଦୀ ନିକଟବର୍ତ୍ତୀ ଏକ ଅଞ୍ଚଳ। ୧୯୪୭ ମସିହାରେ ବିଭାଜନ ପରେ ଏହା ପାକିସ୍ତାନକୁ ଚାଲିଗଲା । ସେହି ଅଞ୍ଚଳରେ ରହୁଥିବା ସିନ୍ଧୀ ଲୋକମାନେ ଭାରତକୁ ଆସିଥିଲେ।
ସୂଚନାମୁତାବକ ସିନ୍ଧ ଅଞ୍ଚଳ ଆଜି ଭାରତର ଅଂଶ ନଥିଲେ ମଧ୍ୟ ଏହା ଭାରତର ହୋଇପାରିବ । ଆଗାମୀ ଦିନରେ ସୀମା ବଦଳିପାରେ ଏବଂ ଏହି ଅଞ୍ଚଳ ପୁନର୍ବାର ଭାରତର ଏକ ଅଂଶ ହୋଇଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ କାର୍ଯ୍ୟକ୍ରମରେ କହିଛନ୍ତି । ସିନ୍ଧୁ ନଦୀ ନିକଟରେ ଅବସ୍ଥିତ ସିନ୍ଧ ପ୍ରଦେଶ ୧୯୪୭ ମସିହାରେ ବିଭାଜନ ପରେ ପାକିସ୍ତାନ ନିକଟକୁ ଯାଇଥିଲା ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସିନ୍ଧୀ ହିନ୍ଦୁମାନେ, ବିଶେଷକରି ଲାଲକୃଷ୍ଣ ଆଡଭାନୀଙ୍କ ପିଢିର ହିନ୍ଦୁମାନେ ଆଜି ପର୍ଯ୍ୟନ୍ତ ସିନ୍ଧକୁ ଭାରତରୁ ଅଲଗା କରିବାକୁ ଗ୍ରହଣ କରିନାହାନ୍ତି । ସେ କହିଛନ୍ତି ଯେ ଆଡଭାନୀଜୀ ମଧ୍ୟ ତାଙ୍କ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି । ରାଜନାଥ ସିଂହ କହିଛନ୍ତି, କେବଳ ସିନ୍ଧ ନୁହେଁ ସମଗ୍ର ଭାରତରେ ହିନ୍ଦୁମାନେ ସିନ୍ଧୁ ନଦୀକୁ ପବିତ୍ର ବୋଲି ବିବେଚନା କରନ୍ତି। ସିନ୍ଧର ଅନେକ ମୁସଲମାନ ମଧ୍ୟ ଏହି ବିଶ୍ବାସକୁ ସମ୍ମାନ ଦିଅନ୍ତି। ସଭ୍ୟତା ଦୃଷ୍ଟିରୁ ସିନ୍ଧ ସର୍ବଦା ଭାରତର ଏକ ଅଂଶ ହୋଇ ରହିବ ।
କିଏ ଜାଣେ, ଆସନ୍ତାକାଲି ସିନ୍ଧ ପୁଣି ଥରେ ଭାରତରେ ସାମିଲ ହୋଇପାରେ । ସିନ୍ଧୁ ନଦୀକୁ ପବିତ୍ର ବୋଲି ବିବେଚନା କରୁଥିବା ଆମ ସିନ୍ଧର ଲୋକମାନେ ସର୍ବଦା ଆମର ନିଜର ରହିବେ ବୋଲି ରାଜନାଥ କହିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରେ ମରକ୍କୋରେ ଭାରତୀୟ ସମ୍ପ୍ରଦାୟ ସହ ଆଲୋଚନା ସମୟରେ ସିଂହ କହିଥିଲେ, ସେ ନିଶ୍ଚିତ ଯେ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ନନେଇ ଭାରତ ପିଓକେକୁ ଫେରାଇ ଆଣିପାରିବ କାରଣ ପିଓକେର ଲୋକମାନେ ଦଖଲକାରୀଙ୍କଠାରୁ ମୁକ୍ତି ଦାବି କରିଆସୁଛନ୍ତି। ରାଜନାଥ କହିଥିଲେ ଯେ ପିଓକେ ସ୍ବାଭାବିକ ପ୍ରକ୍ରିୟାରେ ପୁଣି ଭାରତ ନିୟନ୍ତ୍ରଣକୁ ଆସିବ ।
📱 Get Argus News App
✨Related Topics
Explore more stories