Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

SCO ବୈଠକରେ ଆତଙ୍କବାଦ ବିରୋଧରେ ରାଜନାଥଙ୍କ ହୁଙ୍କାର

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
SCO ବୈଠକରେ ଆତଙ୍କବାଦ ବିରୋଧରେ ରାଜନାଥଙ୍କ ହୁଙ୍କାର

Key Points

ଆତଙ୍କବାଦୀ ପ୍ରୋତ୍ସାହନକାରୀଙ୍କୁ ଭାରତର କଡ଼ା ସନ୍ଦେଶ
SCO ବୈଠକରେ ଆତଙ୍କବାଦ ବିରୋଧରେ ରାଜନାଥଙ୍କ ହୁଙ୍କାର
ମିଳିତ ଘୋଷଣାପତ୍ରରେ ପହଲଗାମ୍ ପ୍ରସଙ୍ଗ ନଥିବାରୁ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ
ଘୋଷଣା ପତ୍ରରେ ସ୍ବାକ୍ଷର ନକରି ଭାରତର ଆଭିମୁଖ୍ୟ ସ୍ପଷ୍ଟ କଲେ ରାଜନାଥ

 ଆତଙ୍କବାଦୀ ହମଲାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଆତଙ୍କୀ ସମର୍ଥକଙ୍କ ଦୋମୁହାଁ ନୀତିର ପର୍ଦ୍ଦାଫାସ । ସାଂଘାଇ ସହଯୋଗ ସଙ୍ଗଠନର ମିଳିତ ଘୋଷଣା ପତ୍ରରେ ସ୍ବାକ୍ଷର ନକରି ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଚୀନ୍‌ର କିଙ୍ଗଦାଓରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନର ବାର୍ଷିକ ସମ୍ମିଳନୀର ଶେଷ ଦିନରେ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରେ ସାମିଲ ହୋଇ ସୀମାପାର୍ ଓ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ବଡ଼ କୁଟନୈତିକ ଗୋଟି ଚଳାଇଛନ୍ତି ରାଜନାଥ । ମିଳିତ ବିବୃତ୍ତିରେ ପହଲଗାମର ବର୍ବର ଆତଙ୍କୀ ଘଟଣା ସ୍ଥାନ ପାଇନଥିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜନାଥ । ଘୋଷଣା ପତ୍ରରେ ସ୍ବାକ୍ଷର ନକରି ଜତାଇଛନ୍ତି ବିରୋଧ।

ଶାନ୍ତି ମାର୍ଗରେ ଏପରି ଦୋମୁହାଁ ନୀତିର କୌଣସି ସ୍ଥାନ ନାହିଁ । ଏବେ ବି କିଛି ଦେଶ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଥିବା କହି SCO ଆୟୋଜକ ଚୀନ ସହ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଆତଙ୍କବାଦର ବିନାଶ ନାରା ଦେଇ ନିଚ୍ଚ ସ୍ବାର୍ଥ ପୂରଣ ପାଇଁ ଏବେବି କିଛି ଦେଶ ଆତଙ୍କବାଦକୁ ସାଧନ କରୁଛନ୍ତି । ପ୍ରାୟୋଜିତ ଆତଙ୍କବାଦର କଡ଼ା ପରିଣାମ ଭୋଗିବାକୁ ପଡ଼ିବ କହି SCO ମଞ୍ଚରୁ ଭାରତର ଆତଙ୍କବାଦୀ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

SCO ମିଳିତ ବୈଠକ ପରେ ବେଲାରୁଷ ପ୍ରତିରକ୍ଷା ମନ୍ତ୍ରୀ ଭିକ୍ଟୋର ଖରେନିନ ଓ ଋଷ ଡିଫେନ୍ସ ମିନିଷ୍ଟର ଆଣ୍ଡ୍ରେ ବେଲୁସଭଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ରାଜନାଥ ସିଂହ । ଭାରତ-ଋଷ ମଧ୍ୟରେ ସାମରିକ ସହଭାଗିତାକୁ ନେଇ ଆଲୋଚନା ହୋଇଥିବା କହିଛନ୍ତି ଋଷ୍ ପ୍ରତିରକ୍ଷା ମନ୍ତ୍ରୀ ।

ଆତଙ୍କୀ ପ୍ରୋତ୍ସାହନକାରୀଙ୍କୁ ଅପରେସନ ସିନ୍ଦୁରରେ ଭାରତ ଦୃଢ ଜବାବ ଦେଇଛି ବୋଲି 3 ଦିନ ପୂର୍ବରୁ NSA ସ୍ତରୀୟ ଆଲୋଚନାରେ କହିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଦୁଇଦିନିଆ SCO ବୈଠକର ଶେଷ ଦିନରେ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ସହ ଚୀନ୍, ରୁଷ ଏବଂ ଅନ୍ୟ ମଧ୍ୟ-ଏସୀୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସାମିଲ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajnath Singh's shout against terrorism at SCO meet | Argus News