Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Rajyasabha Election / ରାଜ୍ୟସଭା ନିର୍ବାଚନ, କେଉଁ ରାଜ୍ୟରୁ କେତେ ଆସନ ?

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ରାଜ୍ୟସଭା ନିର୍ବାଚନ, କେଉଁ ରାଜ୍ୟରୁ କେତେ ଆସନ ?
Rajyasabha Election

Key Points

ପ୍ରସ୍ତାବରେ ଅଧିକାରୀମାନଙ୍କର ଟେଲିଫୋନ୍ ନମ୍ବର, ମୋବାଇଲ୍ ନମ୍ବର, ଫ୍ୟାକ୍ସ ନମ୍ବର ଏବଂ ଇ-ମେଲ୍ ଆଇଡି ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜାତୀୟ ନିର୍ବାଚନ କମିଶନ ଓଡ଼ିଶା ସମେତ ୧୦ ରାଜ୍ୟମାନଙ୍କର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର, ଭୋଟ୍ ଗ୍ରହଣ ସ୍ଥାନ ଏବଂ ବାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧାନସଭା ସଚିବାଳୟକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ଚିଠିରେ କୁହାଯାଇଛି ରାଜ୍ୟସଭାରେ ୨୦୨୬ ଏପ୍ରିଲରେ ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କ ଯୋଗୁଁ ୧୦ଟି ରାଜ୍ୟରୁ ମୋଟ୍ ୩୭ଟି ଆସନ ଖାଲି ହେବ । ଏହି ଖାଲି ଆସନଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ୭ଟି, ଓଡ଼ିଶାରେ ୪ଟି, ତାମିଲନାଡୁରେ ୬ଟି, ପଶ୍ଚିମବଙ୍ଗରେ ୫ଟି, ତେଲଙ୍ଗାନାର ୨ଟି, ଆସାମର ୩ଟି, ବିହାରର ୬ଟି, ଛତିଶଗଡ଼ର ୨ଟି, ହରିୟାଣାର ୨ଟି ଆସନ, ହିମାଚଳ ପ୍ରଦେଶର ଗୋଟିଏ ଆସନ ରହିଛି ।

ଏହି ନିର୍ବାଚନ ପ୍ରକ୍ରିୟାରେ ରିଟର୍ଣ୍ଣିଂ ଅଫିସର ଏବଂ ସହାୟକ ରିଟର୍ଣ୍ଣିଂ ଅଫିସରଙ୍କର ନିଯୁକ୍ତି ପାଇଁ ପ୍ରସ୍ତାବ ମାଗାଯାଇଛି। ଏହି ପ୍ରସ୍ତାବରେ ଅଧିକାରୀମାନଙ୍କର ଟେଲିଫୋନ୍ ନମ୍ବର, ମୋବାଇଲ୍ ନମ୍ବର, ଫ୍ୟାକ୍ସ ନମ୍ବର ଏବଂ ଇ-ମେଲ୍ ଆଇଡି ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ଏହା ସହିତ ଭୋଟ୍ ଗ୍ରହଣ ସ୍ଥାନ ଏବଂ ବ୍ୟବହାର ହେବାକୁ ଥିବା ବାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେବାକୁ କୁହାଯାଇଛି ।

ଅନ୍ୟପଟେ ଓଡ଼ିଶାରେ ମଧ୍ୟ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲାଣି ଆୟୋଗ । ଜୁନ୍ ସୁଦ୍ଧା ହେବ ୨୮ଟି ନବଗଠିତ NAC ଓ ୭ ପୌରପାଳିକା ନିର୍ବାଚନ । ଏଥିପାଇଁ କସରତ ଆରମ୍ଭ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି କଂଗେସ । ନିୟମ କହୁଛି ପୌରାଞ୍ଚଳ ଘୋଷଣା ହେବାର ୬ ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା କଥା । ଗତ ଡିସେମ୍ବର ମାସରେ ରାଜ୍ୟ ସରକାର ୨୮ଟି ନୂଆ ଏନ୍‌ଏସି ଓ ୭ଟି ପୌରପାଳିକା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେଣୁ ଆସନ୍ତା ଜୁନ୍‌ ଶେଷ ସୁଦ୍ଧା ସେ ସବୁ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରକାଶ ସହ ପ୍ରଥମ ପରିଷଦ ବୈଠକ ବସିବ । ତେଣୁ ନିର୍ବାଚନ ନେଇ ରାଜ୍ୟ ସରକାରଙ୍କୁ ରାଜ୍ୟ ନିର୍ବାଚନ କମିଶନ ଚିଠି ଲେଖି ଅବଗତ କରିଛନ୍ତି ।

ନୂଆ ଘୋଷଣା ହୋଇଥିବା ୨୮ଟି ଏନ୍‌ଏସି ଓ ୭ଟି ପୌରପାଳିକାରେ ସୀମା ପୁନଃନିର୍ଦ୍ଧାରଣ ପ୍ରକିୟା ମାର୍ଚ୍ଚ ସୁଦ୍ଧା ସରିବ। ଏହାପରେ ହେବ ଆସନ ସଂରକ୍ଷଣ କାମ । ଭୋଟର ତାଲିକା ପ୍ରସ୍ତୁତି ଲାଗି ୪୫ ଦିନ ଓ ଭୋଟ୍‌ ପ୍ରକ୍ରିୟା ଲାଗି ୩୫ ଦିନ ଲାଗିବ। ଫଳରେ ଜୁନ୍‌ ଶେଷ ସୁଦ୍ଧା ସମସ୍ତ ନୂତନ ଏନ୍‌ଏସିରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ କମିଶନଙ୍କ ଏହି ଚିଠି ପରେ ପୌର ଭୋଟ ପାଇଁ ପାଗ ଭିଡ଼ିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ।

ନିର୍ବାଚନ ହେବାକୁ ଯାଉଥିବା ନୂଆ ଏନଏସି ଭିତରେ ପାଳଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର ପରି ରହିଛି ୨୮ଟି ଏନଏସି । ସେହପରି ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା, କରଞ୍ଜିଆ, ବୌଦ୍ଧ ଗଡ଼ ପରି ୭ଟି ପୌରପାଳିକାର ବି ହେବ ନିର୍ବାଚନ ।

ସେପଟେ ୨୦୨୭ ଫେବୁଆରୀରେ ହେବ ପଞ୍ଚାୟତ ନିର୍ବାଚନ । ସାଧାରଣ ନିର୍ବାଚନ ପରେ ନବଗଠିତ ପୌରପରିଷଦ ଓ ତା'ପରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ କମର କଷିଲେଣି ତନି ପ୍ରମୁଖ ଦଳ । ପ୍ରଶ୍ନ ସାଧାରଣ ନିର୍ବାଚନ ପରେ କାହାର ସଂଗଠନ ହୋଇଛି କେତେ ସୁଦୃଢ଼ ? ପୌର ନିର୍ବାଚନରେ କାହା ପଲ୍ଲା ରହିବ ଭାରି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajyasabha Election | Rajya Sabha elections, how many seats from which state? | Argus News